ବାରିପଦା, ନିରପେକ୍ଷତା ଖବର:୧୬/ଜୁଲାଇ/୨୦୧୯( ସୋମବାର): ଡ଼ମ୍ପର ଧକ୍କାରେ ଚାଲିଗଲା ଦୁଇ ଜୀବନ। ଏବେବି ତିନି ଗୁରୁତର ହସ୍ପିଟାଲରେ ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି। ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନମ୍ବର ଜାତୀୟ ରାଜପଥ ଆଗରିଆ ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଯାଇଛି। ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ଟଳି ପଡ଼ିଥିବା ବେଳେ ତିନି ଜଣ ମେଡିକାଲରେ ଚିକିତ୍ସା ହେଉଛନ୍ତି।ସୂଚନା ମୁତାବକ ସୋମବାର ରାତି ୯ଘଟିକା ସମୟରେ ଦୃତଗତିରେ ଆସୁଥିବା ଏକ ଡମ୍ଫର ଗୋଟିଏ ଜିପ ଓ ବାଇକକୁ ଧକ୍କା ଦେଇଥିଲା।ଫଳରେ ରାଜପଥ ତଳକୁ ଉଭୟ ଜିପ ଓ ବାଇକ ଆରୋହୀଙ୍କ ସମେତ ବାଇକଟି ଖସି ପଡ଼ିଥିଲା । ଏହି ଘଟଣାର ଖବର ପାଇ ଦମକଳ ଗାଡି ତୁରନ୍ତ ପହଂଚି ଦୁର୍ଘଟଣାରେ ଶିକାର ହୋଇଥିବା ଲୋକମାନଙ୍କୁ ସ୍ଥାନୀୟ ବେତନଟୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲା। ସେଠାରେ ଡାକ୍ତର ୨ଜଣକୁ ମୂର୍ତ୍ୟୁ ଘୋଷଣା କରିଥିବା ବେଳେ ୩ ଗୁରୁତର ବାରିପଦା ସ୍ଥିତ ପି.ଆର.ଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣାରେ ମୂର୍ତ୍ତକମାନେ ହେଲେ ଜଣେ ବଡ଼ସାହି ଥାନା ଅନ୍ତର୍ଗତ ଆରପଟା ଗ୍ରାମର ଚନ୍ଦନ ନାୟକ ଏବଂ ଅନ୍ୟ ଜଣଙ୍କ ପଶ୍ଚିମବଙ୍ଗର ମୋତିଆର ରେହମାନ। ଗୁରୁତର ମାନେ ହେଲେ ବାଲେଶ୍ୱର ଅଞ୍ଚଳର ଶିବନୀ ତୋରେଇ ତାଙ୍କ ଭାଇ ମନୀଷ ମୋହନ ତୋରେଇ ଓ ପଶ୍ଚିମବଙ୍ଗ ନିବାସୀ ଶ୍ରୀକାନ୍ତ ପାଲ । ଦୁର୍ଘଟଣା ଘଟାଇ ଡମ୍ପର ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
[pj-news-ticker]
Prev Post
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେଵ ଜୀଉଙ୍କ ବାହୁଡା ଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପୂର୍ଣ୍ଣ…
Next Post