ପୁରୀ, ନିରପେକ୍ଷ ଖବର: ତା ୧୬/୦୬ ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସୀକୃତିପ୍ରାପ୍ତ ଏନଡିଏଫସ – ଏମଏଫଆଇ ପାଇଁ ଏକ ଜାତୀୟ ସ୍ତରୀୟ ସ୍ୱ- ନିୟାମକ ସଂସ୍ଥା ମାଇକ୍ରୋଫାଇନାନ୍ସ ଇଣ୍ଡଷ୍ଟ୍ରି ନେଟୱାର୍କ ପକ୍ଷରୁ ଉକ୍ତ ସଚେତନତା କାର୍ଯ୍ୟକ୍ରମ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟତଃ ସଞ୍ଚୟ ଏବଂ ନିବେଶ ରଣ ଏବଂ ରଣ ଭାର ,ବଜେଟ ପ୍ରସ୍ତୁତ କରିବା ଜାଲିଆତି ନିବାରଣ ଏବଂ ବୀମା ଆଦି ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଏମ.ଏଫ.ଆଇ.ଏନ. ର ଆଞ୍ଚଳିକ ମୁଖ୍ୟ ହବିବ୍ ଶେଖ୍ ଉଦ୍ଘାଟନ କରି କହିଥିଲେ କି ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମ ଯେକୌଣସି ବ୍ୟକ୍ତିଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ ଦିଗ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ, ଆମେ ଲୋକମାନଙ୍କୁ ସେମାନଙ୍କର ଆର୍ôଥକ ଲକ୍ଷ୍ୟ ହାସଲ କରିବାରେ ସାହାର୍ଯ୍ୟ କରିବୁ । ପୁରୀ ଜିଲାରେ କାର୍ଯ୍ୟ କରୁଥିବା ୫୦ଟି ମାଇକ୍ରୋଫାଇନାନ୍ସ କମ୍ପାନୀକୁ ଆଇବିଆର ନିୟନ୍ତ୍ରଣ କରିଥାଏ । ଭବିଷ୍ୟତରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଏମ୍.ଏଫ୍.ଆଇ.ଏନ୍. ଯୋଜନା କରିଛି । ଯଦି ଗ୍ରାହକକର କୌଣସି ପ୍ରକାରର ଅଭିଯୋଗ ଅଛି, ତେବେ ଋଣ କାର୍ଡରେ ଦିଆଯାଇଥିବା ଗ୍ରାହକ ଅଭିଯୋଗ ସମାଧାନ ଫୋନ୍ ନିମ୍ବରରେ ଅଭିଯୋଗ ପଞ୍ଜିକରଣ କରନ୍ତୁ। ଏମ୍.ଏଫ୍.ଆଇ.ଏନ୍.ର ଗୋଲ୍ ଫ୍ରି ନମରକୁ ମଧ କଲ୍ କରିପାରିବେ ଏବଂ ଅଭିଯୋଗ ପଞ୍ଜିକରଣ କରି ନିଜର ସମାଧାନ ପାଇପାରିବେ ବୋଲି କହିଥିଲେ। କାର୍ଯ୍ୟ୍କ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ମ୍ୟାନେଜର କିଶୋର କୁମାର ଆଚାର୍ଯ୍ୟ ଏବଂ ଜିଲା ଡେଭଲବମେଣ୍ଟ ମ୍ୟାନେଜର ସସ୍ମିତା ପୃଷ୍ଟି ବିଭିନ୍ନ ସଚେତନ ଉପରେ ମତ ଦେବା ସହ ଏମଏଫଆଇଏନ ଦ୍ୱାରା ଆୟୋଜିତ ‘ମାଇକ୍ରୋପାଇନାନ୍ସ ସଚେତନତା କାର୍ଯ୍ୟକ୍ରମ ପାଇଁ ମଧ୍ୟ ପ୍ରଶଂସା କରିଥିଲେ ।ଉଜୀବନ୍ ସ୍କୁଲ୍ ଫାଇନାନ୍ତି ବ୍ୟାକ ଲିମିଟେଡ୍ ସହଯୋଗରେ ମାଇକ୍ରୋ ଫାଇନାନ୍ସ ଇଣ୍ଡଷ୍ଟ୍ରି ନେଟୱାର୍କ (ଏମ୍.ଏଫ୍.ଆଇ.ଏନ୍.) ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା ।
