Blank space
Breaking News/ମୁଖ୍ୟ ଖବର:
ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି କି ହେଇ ଯାଆନ୍ତୁ ସାବଧାନ !ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ ଅନୁଷ୍ଠିତଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକଏନ୍.ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫାକଟକ ଜିଲ୍ଲାରେ ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space
Blank space

ଡ୍ରିମର୍ସ ପ୍ଲାନେଟ୍ ଅର୍ଗାନାଇଜେସନ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି ମିଷ୍ଟର, ମିସ୍ ଏବଂ ମିସେସ୍ ଇଣ୍ଡିଆ କସ୍ମୋ ନ୍ୟାସନ୍ ୨୦୨୨ ….

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୮/୧୧/୨୨ ଆଜି ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟସ୍ତରର ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ ହୋଟେଲ ଏକ୍ସିଲେନସିରେ ଆୟୋଜିତ ହୋଇଯାଇଛି । ଯୁବପିଢୀଙ୍କୁ ନୂତନ ସୁଯୋଗ ଦେବା ସହ ସେମାନଙ୍କ ଯୋଗ୍ୟତାକୁ ସଠିକ୍ ମାର୍ଗଦର୍ଶନ ନିମନ୍ତେ ଡ୍ରିମର୍ସ ପ୍ଲାନେଟ୍ ଅର୍ଗାନାଇଜେସନ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି ମିଷ୍ଟର, ମିସ୍ ଏବଂ ମିସେସ୍ ଇଣ୍ଡିଆ କସ୍ମୋ ନ୍ୟାସନ୍ ୨୦୨୨ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପ୍ରତିଯୋଗିତାର ମୁଖ୍ୟ ଆୟୋଜକ ହେଉଛନ୍ତି ମା’-ଝିଅଙ୍କ ଯୋଡି । ଅଞ୍ଜଳି ଏବଂ ଆଦିତି ମହାନ୍ତି ହେଉଛନ୍ତି ଡ୍ରିମର୍ସ ପ୍ଲାନେଟ୍ ଅର୍ଗାନାଇଜେସନର ମୁଖ୍ୟ ପରିଚାଳକ ।
ଏହି ପ୍ରତିଯୋଗିତାରେ ପାନ୍ ଇଣ୍ଡିଆର ବହୁ ପ୍ରତିଯୋଗୀ ଅଂଶ ଗ୍ରହଣ କରି ନିଜର ଟ୍ୟାଲେଣ୍ଟ ପ୍ରଦର୍ଶନ କରିଥିଲେ । ଏଥିରେ ସେଲିବ୍ରିଟି ଜୁରୀ ଭାବେ ମ୍ୟାନ୍ ଅଫ୍ ୱାର୍ଲଡ୍ ୨୦୨୨ ଶ୍ରୀଯୁକ୍ତ ଆଦିତ୍ୟ ଖୁରାନା, ସେଲିବ୍ରିଟି ମଡେଲ ତଥା ଅଭିନେତା ଶ୍ରୀଯୁକ୍ତ ସୌରଭ ସିଂହ ପଟୱାଲ୍, ମିସ୍ ଛତିଶଗଡ ମିତାଲି ଯଦୁବଂଶୀ ଏବଂ ମିଷ୍ଟର ୱାର୍ଲଡ୍, ଫିଟନେସ୍ ଆଇକନ୍ ଅଫ୍ ଇଣ୍ଡିଆ ଶ୍ରୀଯୁକ୍ତ ଆନନ୍ଦ ଆର୍ନୋଲ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।
୩ଟି ରାଉଣ୍ଡ ଯଥା- ଅନ୍ତର୍ଜାତୀୟ ପୋଷାକ ପ୍ରଦର୍ଶନୀ ରାଉଣ୍ଡ, ପରିଚୟ ପ୍ରଦାନ ରାଉଣ୍ଡ ଏବଂ ପ୍ରଶ୍ନତ୍ତୋର ରାଉଣ୍ଡ ମାଧ୍ୟମରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ଦକ୍ଷତାକୁ ପରଖି ଥିଲେ ଜୁରୀ ମେମ୍ବର । ଆଉ ଶେଷରେ ପ୍ରତ୍ୟେକ ବର୍ଗର ବିଜେତାଙ୍କ ସମେତ ଦୁଇ ଜଣ ଲେଖାଏଁ ରନର୍ସ ଅପ୍ ବିଜେତାଙ୍କୁ ମଧ୍ୟ ମୁକୁଟ ସହ ସାସ୍ ପ୍ରଦାନ କରାଯାଇଥିଲା ।

Mo sapath

Leave A Reply

Your email address will not be published.