ସମ୍ବଲପୁର,ନିରପେକ୍ଷ ଖବର: ତା ୧୦/୦୬ : ଦିନିକିଆ ଗସ୍ତରେ ସମ୍ବଲପୁର ଆସିଥିଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଦୁଇଟି ଗୁରୁତ୍ୱପୂର୍ଣ ବୈଠକରେ ଆଜି ଯୋଗ ଦେଇ ସମୀକ୍ଷା କରିଥିଲେ ଯୋଗାଣ ମନ୍ତ୍ରୀ । ପ୍ରଥମେ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲା ଯୋଜନା ବୋର୍ଡ ନେଇ ସମୀକ୍ଷା କରିଥିଲେ । ଏଥିରେ ସେ ଜିଲ୍ଲାର ବିଭିନ୍ନ ବିଭାଗର ଉନ୍ନୟନ ମୂଳକ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ଆଗକୁ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଇଁ ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ବିକାଶ ମେଳାକୁ ନେଇ ସମୟ ନିର୍ଦ୍ଧାରଣ କରାଯାଇଛି । ଏହି କ୍ରମରେ ଆଗାମୀ ୧୭ ତାରିଖରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ କେନ୍ଦ୍ରମନ୍ତ୍ରୀ, ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀ ତଥା ବିଧାୟକ ମାନେ ଉପସ୍ଥିତ ରହିବେ । ଏହି ଅବସରରେ ଏକ ବିକାଶ ରାଲି ଅନୁଷ୍ଠିତ ହେବ । ଏହା ସହ ଆଉ ଏକ ସାଧାରଣ ସଭା ଅନୁଷ୍ଠିତ ହେବ । ଯେଉଁଥିରେ ରାଜ୍ୟ ସରକାରଙ୍କ ଗୋଟିଏ ବର୍ଷର ଉପଲବ୍ଧି ବିଷୟରେ ଲୋକଙ୍କୁ ଅବଗତ କରାଯିବ ।
