Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଶୋକାକୁଳ ପରିବେଶରେ ସହିଦ୍ ପୋଲିସ୍ ଅଧିକାରୀ ଙ୍କୁ ଦିଆ ଗଲା ସଲାମୀ..

ଇନ୍ସପେକ୍ଟର ଦୟାନିଧି ଦାସ ଙ୍କୁ ଆଜି ମୟୁରଭଞ୍ଜ ଜିଲ୍ଲା ପୋଲିସ୍ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି ।

0

ବାରିପଦା(ନିରପେକ୍ଷ ଖବର)ତା-୧୯/ନଭେମ୍ବର/୨୦୧୯-ଗତକାଲି ବାରିପଦା ତକତପୁର ସ୍ଥିତ ଉତ୍ତର ଓଡ଼ିଶା ବିଶ୍ବ ବିଦ୍ୟାଳୟ ରାସ୍ତାରେ ମଦୁଆ ଗାଡି ଚାଳକ କୁ ଧରିବା ପାଇଁ ଚେକିଂ ଚାଲିଥିବା ବେଳେ ବାଇକ ଧକ୍କା ରେ ବାରିପଦା ଟାଉନ ଥାନା ସବ ଇନ୍ସପେକ୍ଟର ଦୟାନିଧ ଦାସ ଙ୍କ ମୃତ୍ୟୁ ହୋଇଥିଲା । ସବ ଇନ୍ସପେକ୍ଟର ଦୟାନିଧ ଦାସ ଙ୍କୁ ଆଜି ମୟୁରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି । ଆଜି ବାରିପଦା ସ୍ଥିତ ରିଜର୍ଭ ଅଫିସ ପରିସର ରେ କାର୍ଯ୍ୟରେ ଥାଇ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ସବ ଇନ୍ସପେକ୍ଟର ଦୟାନିଧ ଦାସ ଙ୍କ ମର ଶରୀର କୁ ଜିଲ୍ଲା ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଛି । ମୃତ ଶହୀଦ ସବ ଇନ୍ସପେକ୍ଟର ଦୟାନିଧି ଦାସ ଙ୍କୁ ଗାର୍ଡ ଅଫ ଅନର ଦିଆଯିବା ଅବସରରେ ଉତ୍ତରାଞ୍ଚଳ ଆଇଜି ଦୀପତେଶ ପଟ୍ଟନାୟକ, ମୟୁରଭଞ୍ଜ ଏସ.ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ, ଓଡ଼ିଶା କୃଷି ନିଗମ ର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ଜିଲ୍ଲା ଓକିଲ ସଂଘ ର ଆଇନଜୀବି, ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟ
ର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ଜିଲ୍ଲା ପୋଲିସ ପକ୍ଷରୁ ସହୀଦ ଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଓଡିଶା ପୋଲିସ ପକ୍ଷରୁ ସହୀଦ ଙ୍କ ପରିବାର ଙ୍କୁ ୫୦ ହଜାର ଟଙ୍କା ଏବଂ ମୟୁରଭଞ୍ଜ ଜିଲ୍ଲା ରେଡ଼କ୍ରସ ପକ୍ଷରୁ ୧୦ ହଜାର
ଟଙ୍କା ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଗତକାଲି ଦୁର୍ଘଟଣା ଘଟାଇ ଥିବା ଯୁବକ ବାରିପଦା ସହର ସୁନାମୁହିଁ ଅଞ୍ଚଳର କଲେଜ ଛାତ୍ର ଦୁଃଖୀରାମ ସରେନ କୁ ବାରିପଦା ଟାଉନ ଥାନା କେଶ ନମ୍ବର ୩୫୩/୧୯ ଦଫା ୩୦୨ ରୁଜୁ କରାଯାଇଛି ।

Mo sapath

Leave A Reply

Your email address will not be published.