ପାରାଦୀପ ,ନିରପେକ୍ଷ ଖବର:୨୨/୧୧ – ଏନସିସି ଦିବସ ଅବସରରେ ପାରାଦୀପ କଲେଜ୍ ଏନସିସି ଏବଂ ଏନସିସି ଆଲୁମୁନି ଅସୋସିଏସନ ମିଳିତ ଆନୁକୂଲ୍ୟରେ ବାର୍ଷିକ ମେଗା ରକ୍ତଦାନ ଶିବିର ଶୁକ୍ରବାର ଦିନ ସଫଳତାର ସହ ଆୟୋଜିତ ହୋଇଯାଇଛି l
ଏହି ଅବସରରେ ପାରାଦୀପ କଲେଜ୍ର ଅଧକ୍ଷା ଡ.ସସ୍ମିତା ସତପଥୀ, ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତିଞ୍ଜନ କର ଏବଂ ପାରାଦୀପ ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ l
ଏହି ଶିବିରରେ ମୋଟ ୧୧୬ ଇଉନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏନସିସି ଏବଂ ଏନସିସି ଆଲୁମୁନି ସଦସ୍ୟ, ଛାତ୍ରଛାତ୍ରୀ ଏବଂ ଶୁଭେଛୁ ରକ୍ତଦାତାମାନେ ଉତ୍ସାହ ଏବଂ ସମାଜପ୍ରତି ଦାୟିତ୍ୱବୋଧ ସହିତ ରକ୍ତଦାନ କରିଥିଲେ। ଏନସିସି ଆଲୁମୁନି ଆସୋସିଏସନ ର ଉପଦେଷ୍ଟା ଲେଫ୍ଟନାଣ୍ଟ କମାଣ୍ଡର ଏ.ସି.ମିଶ୍ରଙ୍କ ନେତୃତ୍ୱରେ ଏବଂ ସିଟିଓ ଅଭିଷେକ ବିଶ୍ୱାଳ,ଏନସିସି ଅଲୁମୁନି ଅସୋସିଏସନ୍ର ସଭାପତି ଅମ୍ବିକା ପ୍ରସାଦ ମହାପାତ୍ର, ସମ୍ପାଦକ ପଦ୍ମନାଭ ଦାସ, ଉପସଭାପତି ବିକ୍ରମ ସିଂହ ମହାରଣା, ବିବେକାନନ୍ଦ ମହାପାତ୍ର, ଧର୍ମପଦ ବାଡୋଇ, ରାଜା ମଲ୍ଲିକ, ଜିତେନ୍ଦ୍ର ବାରିକ, ସରୋଜ ସ୍ୱାଇଁ, ହୃଦାନନ୍ଦ ନାଥଶର୍ମା,ପ୍ରଭାତ ବେହେରା, ନୀଳିମା ପ୍ରିୟଦର୍ଶିନୀ, ହରପ୍ରିୟା ପଟ୍ଟନାୟକ, ଧରାଶ୍ରୀ, ପି. ମଧୁସ୍ମିତା ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ଏବଂ କ୍ୟାଡେଟମାନେ ସହଯୋଗରେ ଶିବିରଟି ସଫଳ ହୋଇଥିଲା। ଏନସିସି ଆଲୁମୁନି ଅସୋସିଏସନ୍ ସମାଜସେବା, ପରିବେଶ ସୁରକ୍ଷା, ଜାତି ଗଠନ ଓ ସଚେତନତା ମୂଳକ କାର୍ଯ୍ୟରେ ନିରନ୍ତର ଭାବରେ ଲିପ୍ତ ରହିବା ସହ ପ୍ରତ୍ୟେକ ରବିବାର ନିୟମିତ ସମୁଦ୍ର ବେଳାଭୂମି ସଫେଇ କରି ଆସୁଛି ଏବଂ “ରାଷ୍ଟ୍ର ସର୍ବ ପ୍ରଥମ” ବୋଲି ସମସ୍ତେ ପ୍ରତିଜ୍ଞାବଦ୍ଧ ବୋଲି ଆସୋସିଏସନ ର ସଭାପତି ଅମ୍ବିକା ପ୍ରସାଦ ମହାପାତ୍ର ସୂଚନା ଦେଇଥିଲେ l


