Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଭୁବନେଶ୍ୱର ସାହିତ୍ୟ ସମାଜର ‘ଶୀତ ଆସର’

0

ଭୁବନେଶ୍ୱର,  ନିରପେକ୍ଷ ଖବର:   ତା.୩୦/୧୨/୨୦୧୮ ଭାଷାର ଭିନ୍ନତା ଓ ସାଂସ୍କୃତିକ ବିବିଧତା ରହିଥିବା ଭାରତ ପରି ଦେଶରେ ସାହିତ୍ୟ ଆମର ସାମାଜିକ ସାଂସ୍କୃତିକ ସଂପର୍କକୁ ସଶକ୍ତ କରିପାରିଛି । ସାହିତ୍ୟ ହିଁ ବିଶ୍ୱଦୃଷ୍ଟି ଓ ମାନବିକତାର ପ୍ରତିଷ୍ଠାରେ
ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ବୋଲି ବିଶିଷ୍ଟ ହିନ୍ଦୀ ସାହିତି୍ୟକା ଡ. ଗୀତାଞ୍ଜଳି ଶ୍ରୀ ମତବ୍ୟକ୍ତ କରିଛନ୍ତି । ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସାହିତ୍ୟ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ରାଜସ୍ତରୀୟ ସାରସ୍ୱତ ସମାଗମ ‘ଶୀତା ଆସର’ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଡ. ଗୀତାଞ୍ଜଳି ସାହିତ୍ୟ ଭାଷାର ବନ୍ଧନକୁ ସ୍ୱୀକାର କରେ ନାହିଁ ବୋଲି କହିଛନ୍ତି । ସ୍ଥାନୀୟ ଇଡ଼୍‌କଲ ଅଡିଟୋରିୟମ୍‌ରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଡ. ଗୀତାଞ୍ଜଳି କହିଲେ ଯେ ପ୍ରତି ଭାରତୀୟ ସାହିତି୍ୟକ ଇଂରାଜୀ ଓ ହିନ୍ଦୀ ବ୍ୟତୀତ ଯେକୌଣସି ଗୋଟିଏ
ଭାରତୀୟ ଭାଷାର ସାହିତ୍ୟ, ଜନଜୀବନ ଓ ସାଂସ୍କୃତିକ ବାତାବରଣ ସହ ପରିଚିତି ଅର୍ଜନ କରିବା ଆବଶ୍ୟକ । ଏହା ଫଳରେ ଅନୁବାଦ ମାଧ୍ୟମରେ ଭାରତୀୟ ଭାଷାଗୁଡ଼ିକ ମଧ୍ୟରେ ଦୃଢ଼ ଓ ସମନ୍ୱିତ ସାହିତି୍ୟକ ସଂପର୍କ ସ୍ଥାପିତ ହୋଇପାରିବ ବୋଲି ସେ ମତ ଦେଇଥିଲେ । ବିଶିଷ୍ଟ ସାହିତି୍ୟକ ତଥା ଚିନ୍ତକ ଶ୍ରୀ ହରପ୍ରସାଦ ଦାସ କାର୍ଯ୍ୟକ୍ରମରେ ଉଦ୍‌ଘାଟନୀ ବକ୍ତବ୍ୟ ରଖି
କହିଲେ ଯେ ପାଗଳାମି ନଥିଲେ ସାହିତ୍ୟ ଉତୁରିବ ନାହିଁ । ଏହି ପାଗଳପଣ ସଂପର୍କ ଓ ସହୃଦୟତା ଲେ।ଡେ । ଜୀବନର ବିବିଧ ଅନୁଭୂତିକୁ ଆଦର çଲେ ସାହିତ୍ୟର ଭାଷା ଅଧିକ ପ୍ରାଣବ; ହେବ ।
ଅନ୍ୟପକ୍ଷରେ, ସାହିତ୍ୟ ପ୍ରଶଂସା, ପୁରସ୍କାର କି ସମ୍ମାନ ନଖୋଜି ହୃଦୟ ଓ ସଂପ୍ରୀତି ଖୋଜୁଥାଏ ବୋଲି ଶ୍ରୀ ଦାସ କହିଥିଲେ । ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ଅଧ୍ୟାପକ ବିଶ୍ୱରଞ୍ଜନ ସାହିତ୍ୟର ଉଦ୍ଦେଶ୍ୟ, ସାହିତି୍ୟକର ଲକ୍ଷ୍ୟ ଓ ଅଭିପ୍ରାୟ ତଥା ସମକାଳୀନ ସାହିତି୍ୟକ ପରିବେଶ ଉପରେ ଏକ ସାରଗର୍ଭକ
ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ସଭାପତି ବିଶିଷ୍ଟ କବି ଶ୍ରୀ ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
କବି ବୀଣାପାଣି ପଣ୍ଡାଙ୍କୁ ‘କୈଳାସ ଲେଙ୍କା ସ୍ମୃତି ସୃଜନ ସମ୍ମାନ’ ଓ ଚିତ୍ରଶିଳ୍ପୀ ତାରାକାନ୍ତ ପରିଡ଼ାଙ୍କୁ ‘ଦିନନାଥ ପାଠୀ ସ୍ମୃତି ଶିଳ୍ପୀ ସମ୍ମାନ’ ଅର୍ପଣ କରାଯାଇଥିଲା । ଉଭୟଙ୍କୁ ପ୍ରଶସ୍ତି ପତ୍ର, ଉପଢ଼ୌକନ ପ୍ରଦାନ କରାଯାଇଥିଲା । ଉପସଭାପତି କବି ରକ୍ଷକ ନାୟକ ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିବାବେଳେ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ‘କବିତା ୨୦୧୮’ ଓ ଏକ ସଂପାନ ବକ୍ତବ୍ୟ ସଂକଳନପ୍ରସଙ୍ଗେଷୁ’ ମଧ୍ୟ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଭାଷାବିଜ୍ଞାନୀ ଡ. ଦେବାଶିଷ ମହାପାତ୍ର ମାନପତ୍ର ପାଠ କରିଥିବାବେଳେ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସ୍ୱାତୀ ମହାପାତ୍ର ଅନୁଷ୍ଠାନର ବାର୍ଷିକ ବିବରଣୀ ଉପସ୍ଥାପିତ କରିଥିବାବେଳେ ଅନ୍ୟତମ ଉପସଭାପତି
ମିନତି ଦାଶ(ମାନୀ) ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ
ସତ୍ୟ ମହାପାତ୍ର, ଚିତ୍ରଶିଳ୍ପୀ ସ୍ୱର୍ଗତ ଦିନନାଥ ପାଠୀ ଓ ସାହିତି୍ୟକ ସ୍ୱର୍ଗତ କୈଳାସ ଲେଙ୍କାଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା କବି ପ୍ରବାସିନୀ ମହାକୁଡ଼ଙ୍କ
ପୌରୋହିତ୍ୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୬୦ରୁ ଊଦ୍ଧ୍ୱର୍ କବି ପାଠୋତ୍ସବରେ ସ୍ୱରଚିତ କବିତା ପାଠ କରିଥିଲେ । କବି ନୀଳଲୋହିତ ମହାପାତ୍ର, ଅଧ୍ୟାପିକା ଡ. ଗୀତାଶ୍ରୀ ପି୍ରୟମ୍ବଦା ଓ ପ୍ରଣତି ମିଶ୍ର କବିତା ପାଠୋତ୍ସବରେ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଡ଼୍‌ଭୋକେଟ୍‌ ଶ୍ରୀ ଗୁରୁ ମହାନ୍ତି, ଡ. ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସୃଜନର ପ୍ରକାଶକ ସୁଧୀର ମଉଡ଼ମଣି
ଓ ମମତା ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Mo sapath

Leave A Reply

Your email address will not be published.