Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଆମକୁ ମାନସିକତାରେ ପରିବର୍ତ୍ତନ ଆଣିବାକୁ ହେବ ।

0

ଭୁବନେଶ୍ୱର,, ୧୮/୦୨/୨୦୧୯
ଅନ୍ୟକୁ ଭଲ ପାଇବା ଓ ପ୍ରଶଂସା କରିବା ପରି ବିଶେଷତ୍ୱ ରଖି ଆମକୁ ମାନସିକତାରେ ପରିବର୍ତ୍ତନ ଆଣିବାକୁ ହେବ । ଧୃତରାଷ୍ଟ୍ର ପରିବାରର ଅନ୍ଧ ସଦସ୍ୟ ଭାବରେ ରହିଲେ ବିଶେଷ ଅଗ୍ରଗତି ହେବ ନାହିଁ ବୋଲି ସୁସାହତି୍ୟକ ଓ ଜର୍ମାନ୍‌ବାସୀ ଓଡ଼ିଆ ଡ. ରାଜେନ୍ଦ୍ର ନାରାୟଣ ଦାସ ମତପ୍ରକାଶ କରିଛନ୍ତି ଅଭିଲେଖାଗାରରେ ୨୯ତମ ‘ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ ଡ. ଦାସ ଏହି ମର୍ମରେ  ଜର୍ମାନବାସୀଙ୍କ ଦେଶପ୍ରେମ, ସ୍ୱାଭିମାନ, ରାଜନୈତିକ ଓ ସାଂସ୍କୃତିକ ସଚେତନତା ଦୃଷ୍ଟାନ୍ତମୂଳକ ବୋଲି ଦର୍ଶାଇ ଓଡ଼ିଆମାନେ ସେଥିରୁ ପ୍ରେରଣା ଅର୍ଜନ କରିବା ଉଚିତ ବୋଲି ଉଲ୍ଲେଖ କରିଛନ୍ତି । ‘ଜର୍ମାନ ସଂସ୍କୃତି ବାନମ ଓଡ଼ିଶା’ ଶୀର୍ଷକ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖି ଡ. ଦାସ ଜର୍ମାନରେ ତାଙ୍କର ୩୨ ବର୍ଷ ରହଣିର ଅଭିଜ୍ଞତା ଆଧାରରେ ଓଡ଼ିଶାକୁ ମାତୃଭୂମି ଓ ଜର୍ମାନକୁ ପିତୃଭୂମି ଭାବରେ ଅଭିହିତ କରିଥିଲେ । ସେ
କହିଥିଲେ ଯେ ସଂସ୍କୃତି ହେଉଛି ଆମର ମାନସିକତା ଓ ପ୍ରତି ୫୦ ବର୍ଷରେ ସଂସ୍କୃତିର ପରିବର୍ତ୍ତନ ହୋଇଥାଏ । ଜର୍ମାନର ଶିଳ୍ପ ସମୃଦ୍ଧ, ସାର୍ବଜନୀନ ଶିକ୍ଷା, ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ସ୍ୱାଧୀନତା, ଶାରୀରିକ କାର୍ଯ୍ୟରେ ଆଗ୍ରହ, ନିରକ୍ଷରତା ବିରୋଧରେ ବିଦ୍ରୋହ, ଉତ୍ତମ ସ୍ୱାସ୍ଥ୍ୟ ସଂସ୍କୃତି, ଡାକ୍ତରମାନଙ୍କ ଉତ୍ତମ ବ୍ୟବହାର, ବିଜ୍ଞାପନରେ ନିୟନ୍ତ୍ରଣ, ରାଜନୈତିକ ସଚେତନତା, ସରକାରୀ କର୍ମଚାରୀଙ୍କ ଆତ୍ମୀୟତା ଓ ସେବାପରାୟଣତା, ଦେଶର ବିକାଶ ପାଇଁ ପ୍ରତି ନାଗରିକଙ୍କ ଚିନ୍ତା, ବ୍ୟବସ୍ଥାପକ ଗୃହରେ ଶୃଙ୍ଖଳା ଓ ପରିଚାଳନା, ଧାର୍ମିକ ସ୍ୱାଧୀନତା ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ
ଇତ୍ୟାଦି ବିଷୟ ଉପରେ ଆଲୋକପାତ କରି ଡ. ଦାସ ଜର୍ମାନୀକୁ ବିଶ୍ୱର ଏକ ଉଦାହରଣଯୋଗ୍ୟ ସାଂସ୍କୃତିକ ସଚେତନ ରାଷ୍ଟ୍ର ଭାବରେ ବର୍ଣ୍ଣନା କରିଥିଲେ । ସେହି ପରିପ୍ରେକ୍ଷୀରେ ଓଡ଼ିଆମାନେ ଅନ୍ୟକୁ ଭଲ ପାଇବା, ପ୍ରଶଂସା କରିବା ଓ ପ୍ରେରଣା ଉପଲବ୍ଧିରେ ମନୋନିବେଶ କରିବା ଉଚିତ ବୋଲି କହିଥିଲେ । ଡ. ଦାସ ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶା ସଂପର୍କିତ ଅନେକ ଗବେଷଣା ଓ ଅଧ୍ୟୟନ ଜର୍ମାନ ବୁଦ୍ଧିଜୀବୀ ଓ ଗବେଷକମାନଙ୍କ ଦ୍ୱାରା ସଂପନ୍ନ ହୋଇଛି ବୋଲି ଦର୍ଶାଇ ସନ୍ତୋଷ ବ୍ୟକ୍ତ କରିଥିଲେ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଡ. ଦାସଙ୍କ ପ୍ରକାଶିତ ‘ସ୍ମୃତିରେ କଟକ’ ଉପରେ ସୂଚନା ଦେଇ ଓଡ଼ିଶା ତାଙ୍କର ତୃଣମୂଳ ଆଦର୍ଶ ବୋଲି ଦର୍ଶାଇବା ସହିତ ଏପରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସୁଦୂରପ୍ରସାରୀ ବୋଲି କହିଥିଲେ । ଅଭିଲେଖାଗାର ଅଧୀକ୍ଷକ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ସ୍ୱାଗତ ଭାଷଣ ଦେଇଥିବାବେଳେ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ତଥା ଯୁଗ୍ମ ଶାସନ ସଚିବ ଶ୍ରୀମତୀ ସଂଘମିତ୍ରା ଶତପଥୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ

Mo sapath

Leave A Reply

Your email address will not be published.