Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ବିପ୍ଳବୀ ଚାଖି ଖୁଣ୍ଟିଆଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ‘ନେତୃତ୍ୱ ଓ ଦେଶପ୍ରେମ ପାଇଁ ଚାଖି ଖୁଣ୍ଟିଆ ପ୍ରତି ଓଡ଼ିଆଙ୍କ ପ୍ରାଣରେ ସ୍ମରଣୀୟ’

0

ଭୁବନେଶ୍ୱର, ୨୦/୦୧/୧୯ ଶ୍ରୀଜଗନ୍ନାଥଙ୍କ ପରମ ସେବକ, ବିପ୍ଳବୀ ଓ ସଂସ୍କାରକ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀ ତାଙ୍କର ଏକନିଷ୍ଠ ସାଧନା, ବଳିଷ୍ଠ  ନେତୃତ୍ୱ, ଦେଶପ୍ରେମ, ତ୍ୟାଗ ତଥା ଅସାଧାରଣ ବ୍ୟକ୍ତିତ୍ୱ ପାଇଁ ପ୍ରତି ଓଡ଼ିଆଙ୍କ ପ୍ରାଣରେ ସ୍ମରଣୀୟ ରହିବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି । ଆଜି ସନ୍ଧ୍ୟାରେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଚାଖି ଖୁଣ୍ଟିଆ (ଚନ୍ଦନ ହଜୁରୀ) ସ୍ମୃତି ସମିତି, ପୁରୀର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ବିପ୍ଳବୀ ଚାଖି ଖୁଣ୍ଟିଆ(ଚନ୍ଦନ ହଜୁରୀ)ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମହାନ୍ତି କହିଲେ ଯେ ମହାନ ବିପ୍ଳବୀ ଚାଖି ଖୁଣ୍ଟିଆଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭାବରେ  ମାନ୍ୟତା ଦିଆ ନଯିବା ଏକ ଐତିହାସିକ ତ୍ରୁଟି । ସିପାହୀ ବିଦ୍ରୋହକୁ ଐତିହାସିକମାନେ ଗୁରୁତ୍ୱ ଦେଉଥିବାବେଳେ ଏହି ବିଦ୍ରୋହର ନେତୃତ୍ୱ ନେବାରେ ବଡ଼ ଭୂମିକା ନେଇଥିବା ଚାଖି ଖୁଣ୍ଟିଆଙ୍କୁ ଅଣଦେଖା କରିବା ଏକ ଅନ୍ୟୟ । ସାପାହୀ ବିଦ୍ରୋହ ନେତୃତ୍ୱରେ  ସଂପୃକ୍ତ ରହି ଚତୁର ଯୋଦ୍ଧା ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀ ବହୁ ଛଦ୍ମନାମ ଓ ଛଦ୍ମେବେଶର ଆଶ୍ରୟ ନେଇଥିବାରୁ ବି୍ରଟିଶ  ଦସ୍ତାବିଜ ଅନୁସାରେ ସେ ଅପରାଧି ସାବ୍ୟସ୍ତ ହୋଇନାହାନ୍ତି । ତେଣୁ ଚାଖି ଖୁଣ୍ଟିଆଙ୍କ ଜୀବନଦର୍ଶନ ଓ କାର୍ଯ୍ୟାବଳି ନେଇ  ଅଧିକତର ଗବେଷଣାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି ଉଲ୍ଲେଖ କରିଛନ୍ତି ।
ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ପ୍ରଫେସର ଲକ୍ଷ୍ମୀକାନ୍ତ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ  କହିଲେ ଯେ ଚାଖି ଖୁଣ୍ଟିଆ ସିପାହୀ ବିଦ୍ରୋହର ଇତିହାସରେ ପୁରୀ ଏବଂ ଓଡ଼ିଶାକୁ ଅନବଦ୍ୟ ସ୍ଥାନ ଦେଇଛନ୍ତି । ମାଟିକୁସ୍ତିରେ  ପ୍ରସିଦ୍ଧ ଚାଖି ସମଗ୍ର ଉତ୍ତର ଭାରତରେ ସିପାହୀମାନଙ୍କୁ ତାଲିମ ଓ ଶିକ୍ଷା ଦେବା ସହିତ ବି୍ରଟିଶ ବିରୋଧରେ ସଂଗ୍ରାମ ପାଇଁ  ପ୍ରୋତ୍ସାହିତ କରିଥିଲେ । ଧାର୍ମିକ ପର୍ଯ୍ୟଟନରେ ସଂପୃକ୍ତ ରହି ଚାଖି ଖୁଣ୍ଟିଆ ଜଗନ୍ନାଥ ଦର୍ଶନର ପ୍ରଚାର କରିବା ସହିତ ଝାନ୍ସୀ ରାଣୀ  ଲକ୍ଷ୍ମୀବାଇଙ୍କ ପରାମର୍ଶଦାତା ଓ ସିପାହୀ ବିଦ୍ରୋହର ଅନ୍ୟତମ ଚତୁର ଯୋଦ୍ଧା ଭାବରେ ନିଜକୁ ପ୍ରତିଷ୍ଠିତ କରିଥିଲେ । ତାଙ୍କର  ବ୍ୟକ୍ତିଗତ ଚିଠି, ବିଭିନ୍ନ ରେକର୍ଡ, ଦଲିଲ ପରି ଐତିହାସିକ ଉପାଦାନଗୁଡ଼ିକର ଆଧାରରେ ଅଧିକ ଅଧ୍ୟୟନ କରାଯାଇପାରିବ  ବୋଲି ପ୍ରଫେସର ମିଶ୍ର କହିଥିଲେ ।  ଅତିଥିମାନେ ବିପ୍ଳବୀ ଚାଖି ଖୁଣ୍ଟିଆଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ପରେ ପୁରୀର ଶ୍ରୀପର୍ଣ୍ଣା ଓଡ଼ିଶୀ ସଂଗୀତ  ପରିଷଦର ଶିଳ୍ପୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର  ମହାନ୍ତି ସ୍ୱାଗତ ଭାଷଣ ଦେଇ ବିପ୍ଳବୀ ଚାଖି ଖୁଣ୍ଟିଆଙ୍କୁ ଓଡ଼ିଶା ଇତିହାସର ଅନ୍ୟତମ ଅମ୍ଳାନ ବ୍ୟକ୍ତିତ୍ୱ ଭାବରେ ବର୍ଣ୍ଣନା କରି  ଶ୍ରଦ୍ଧାଞ୍ଜଳି ନିବେଦନ କରିଥିଲେ । ଏହି ଅବସରରେ ପ୍ରାଥମିକ, ମାଧ୍ୟମିକ ଓ ମହାବିଦ୍ୟାଳୟସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ  ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଚାଖି ଖୁଣ୍ଟିଆ (ଚନ୍ଦନ ହଜୁରୀ) ସ୍ମୃତି ସମିତି, ପୁରୀ ପକ୍ଷରୁ  ଗବେଷକ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବକ୍ତବ୍ୟ ରଖିଥିଲେ । ଚାଖି ଖୁଣ୍ଟିଆଙ୍କ ପଞ୍ଚମ ପିଢ଼ି ଦାୟାଦ ଭୀମସେନ ହଜୁରୀ ମଧ୍ୟ ମଞ୍ଚାସୀନ  ଥିଲେ । ସୂଚନା ଅଧିକାରୀ ଦୀପ୍ତିମୟୀ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମିତିର ଭୁବନେଶ୍ୱର ଶାଖା  ସଭାପତି ପ୍ରଫେସର ବସନ୍ତ କୁମାର ପତି ପୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ମୃତି ସମିତି ଆନୁକୂଲ୍ୟରେ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟସଂଗୀତ ପରିବେଷିତ ହୋଇଥିଲା । ସକାଳେ କଳ୍ପନା ଛକସ୍ଥିତ ବିପ୍ଳବୀ ଚାଖି ଖୁଣ୍ଟିଆଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ଉପନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକି, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀ ସନ୍ତୋଷ କୁମାର ଦାସ, ବହୁ ବିଭାଗୀୟ ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ ମାଲ୍ୟାର୍ପଣ କରିଥିଲେ ।

Mo sapath

Leave A Reply

Your email address will not be published.