Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଏନ୍.ଆଇ.ଏଟି.ର ପ୍ରତିଷ୍ଠା ଦିବସରେ ରାମକଥା ଓ ଜ୍ଞାନଯଜ୍ଞ ।

0

ଭୁବନେଶ୍ୱର,    ନିରପେକ୍ଷ ଖବର:  ୨୯/୧୨-ଏନ୍.ଆଇ.ଏ.ଟି ର ପ୍ରତିଷ୍ଠା ଦିବସ ଶୈଳଶ୍ରୀବିହାର ସ୍ଥିତ ମହର୍ଷି ମହିଳା ମହାବିଦ୍ୟାଳୟ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏକବିିଂଶ ଦଶନ୍ଧିରୁ ଆରମ୍ଭ ହୋଇଥିବା ଏହି ସଂସ୍ଥା ଅନେକ ଛାତ୍ରଛାତ୍ରୀମାନଙ୍କୁ କମ୍ପୁଟର ଶିକ୍ଷା ପ୍ରଦାନ କରି କୃତିତ୍ୱର ସହିତ ଉନ୍ନତି କରିଛି । ସମାଜର ବିଭିନ୍ନ ସାମାଜିକ ସ୍ରୋତରେ ସାମିଲ ହୋଇ ସଚେତନତା ସୃଷ୍ଟି କରିଛି ।

Blank space

ସେ ମଧ୍ୟରେ ଶିକ୍ଷା, ସଂସ୍କୃତି, ଗମନାଗମନ, ବୃକ୍ଷରୋପଣ ଓ କଳାକୁ ବିଶେଷକରି ପ୍ରାଧାନ୍ୟ ଦେଇଆସିଛି । ଦକ୍ଷତା ବିକାଶ କ୍ଷେତ୍ରରେ ଏହି ଅନୁଷ୍ଠାନ ଓଡିଶାର ଅଗ୍ରଣୀ ଭୂମିକା ନେଇ କୋଣ ଅନୁକୋଣରେ ଦକ୍ଷତା ବିକାଶ କରିବା ସହିତ ଅନେକ ଛାତ୍ରଛାତ୍ରୀଙ୍କୁ ରୋଜଗାରର ପନ୍ଥା ଦେଇଛି । ବିଭିନ୍ନ ଦକ୍ଷତା ଅର୍ଜନ କରିଥିବା ଓ ସମାଜର ଉନ୍ନତି ପଥରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରିିଛି । ପ୍ରତିବର୍ଷ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ଏଥର ଏକ ନିଆରା ପରମ୍ପରାକୁ ଆପଣାଇ ନେଇ ଧାର୍ମିକ ଭାବନା, ଚେତନାକୁ ଋଦ୍ଧିମନ୍ତ କରିବା ପାଇଁ ରାମକଥା ଜ୍ଞାନଜଜ୍ଞ ଆୟୋଜନ କରିଛି । ଏଥିରେ ବିଶିଷ୍ଟ ପ୍ରବଚକ ସନ୍ତୋଷ ସାହୁ ପ୍ରବଚନ ଦେଇ ଶିକ୍ଷାର୍ଥୀମାନଙ୍କର ମାନସିକ ଦକ୍ଷତା ଉପରେ ଧର୍ମର ପ୍ରଭାବ ପଡିଥାଏ । ଜଣେ ଶାନ୍ତ ସରଳ ଶାବଲୀଳ ହେବାପାଇଁ ଯୋଗ, ଧ୍ୟାନ ଅତ୍ୟନ୍ତ ସାହାଯ୍ୟ କରିଥାଏ ବୋଲି କହିଥିଲେ । ଏହି ଧାର୍ମକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମ୍ମାନୀତ ଅତିଥି ରୂପେ ଚିତ୍ତ ରଞ୍ଜନ ପଟ୍ଟନାୟକ, ପ୍ରଫୁଲ କୁମାର ମହାନ୍ତି ପ୍ରମୁଖ ଯୋଗଦାନ କରି ଧର୍ମୀୟ ଭାବନା ଧିରେ ଧିରେ କମିଯାଉଥିବା ବେଳେ ନିର୍ଦ୍ଦେଶକ ଦେବାଶିଷ ପରିଡାଙ୍କ ଏଭଳି କାର୍ଯ୍ୟକ୍ରମ ନିଶ୍ଚିତ ପ୍ରଭାବ ପକାଇବ ବୋଲି କହିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଭାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବି, ବିଦ୍ୱାନମଣ୍ଣଳି ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ । ସାଧୁ ସମ୍ମିଳନୀ ଅନୁଷ୍ଠିତ ହେବେ।

Mo sapath

Leave A Reply

Your email address will not be published.