ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୫/୦୨ : ଜାତୀୟ ଯୁବ ଦିବସରେ ଯୁବ ସମାବେଶ । ଏହାପରେ ମହିଳା ନେତ୍ରୀଙ୍କ ସମାବେଶ, କୃଷକନେତାମାନଙ୍କ ସମାବେଶ ଓ ସାମାଜିକ କର୍ମୀମାନଙ୍କ ସମାବେଶ କରି ଏକ ନୂଆ ବିକଳ୍ପର ଆହ୍ୱାନ ଦେଇଥିଲେ ବରିଷ୍ଠ ନେତା ମହମ୍ମଦ ମୋକିମ । ଓଡ଼ିଶାରେ ଓଡ଼ିଆଙ୍କ ସ୍ୱାର୍ଥରକ୍ଷା ପାଇଁ ଆଉ ଏକ ନୂତନ ରାଜନୈତିକ ଦଳର ଆବଶ୍ୟକତା ଅଛି ଏବଂ ଆମେ ସେହି ଦିଗରେ ଆଗକୁ ବଢୁଛୁ ବୋଲି ସୂଚନା ଦେବା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇଯାଇଛି । ବିଭିନ୍ନ ସ୍ଥାନରେ ମୋକିମଙ୍କ ସପକ୍ଷରେ ବାହାରି ଅନ୍ୟ ରାଜନୈତିକ ଦଳର କର୍ମୀ ଓ ନେତାମାନେ ନିଜ ଦଳରୁ ଇସ୍ତଫା ଦେଇ ମୋକିମଙ୍କ ସଂଗଠନରେ ସାମିଲ୍ ହେବା ନେଇ ଗଣମାଧ୍ୟମକୁ ସୂଚନା ଦେବା ଏହି ଉଷ୍ମତାକୁ ଆହୁରି ବଢାଇ ଦେଇଥିଲା ।
ତେବେ ଆଜି ପବିତ୍ର ଜାଗର ଉପଲକ୍ଷେ ଭୁବନେଶ୍ୱରରେ ଶତାଧିକ ମହିଳା ନେତ୍ରୀ ମୋକିମଙ୍କ ସଂଗଠନରେ ସାମିଲ୍ ହୋଇଛନ୍ତି । ସ୍ଥାନୀୟ ରୋଟାରୀ ଭବନରେ ଶୈଳବାଳା ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ କିଛି ସାମାଜିକ ନେତ୍ରୀ, ରାଜନୈତିକ ନେତ୍ରୀ ଓ ଭୁବନେଶ୍ୱରର ବିଭିନ୍ନ ସାହିବସ୍ତିର ନେତ୍ରୀମାନେ ସାମିଲ୍ ଥିଲେ । ଏହି ସଭାରେ କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମାଜରେ ମଦ ହିଁ ମହିଳାମାନଙ୍କ ପ୍ରତି ହେଉଥିବା ସମସ୍ତ ଅନ୍ୟାୟ ଅତ୍ୟାଚାରର ମୂଳ କାରଣ ବୋଲି ସେ ପୂର୍ବରୁ କହିଥିବା ବେଳେ ସେ ଓ ତାଙ୍କର ଆଗାମୀ ରାଜନୈତିକ ଦଳ ମଦମୁକ୍ତ ଓଡ଼ିଶା ଗଢିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୋକିମ କହିଥିଲେ । ଓଡ଼ିଶାକୁ ସାମାଜିକ ଓ ଅର୍ଥନୈତିକ ସୁଦୃଢ କରିବା ପାଇଁ ପ୍ରଥମେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବାର ଆବଶ୍ୟକତା ରହିଛି ବୋଲି ସେ ବକ୍ତବ୍ୟ ଦେଇଥିଲେ । ଭୁବନେଶ୍ୱରର ସମସ୍ତ ୬୭ଟି ୱାର୍ଡ଼ର ମହିଳାନେତ୍ରୀମାନେ ସାହିବସ୍ତି ବୁଲି ଏହି ର୍ବାା ପହାଇବା ପାଇଁ ମୋକିମ ଉପସ୍ଥିତ ନେତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ।

ଏହି ସଭାରେ ପୂର୍ବତନ ମହିଳା କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦିକା ରେଣୁବାଳା ରଥ, ସାମାଜିକ କର୍ମୀ ଅନୁରାଧା ଦାଶ, ଆର.ଟି.ଇ ଆନ୍ଦୋଳନର ମହିଳା ରାଜ୍ୟ ସଭାପତି କଳ୍ପନା ସାହୁ, ପୂର୍ବତନ କଂଗ୍ରେସ ନେତ୍ରୀ ଅର୍ପିତା ପଟ୍ଟନାୟକ, ଆଇନଜୀବୀ ସୁବିଦିିତା ରାୟ ପ୍ରମୁଖ ଉପସ୍ଥିତ ରହି ମହିଳା ସଂଗଠନକୁ ଭୁବନେଶ୍ୱରରେ ମଜଭୁତ କରିବା ପାଇଁ ଆଲୋଚନା କରିଥିଲେ । ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ଭୁବନେଶ୍ୱର ସମ୍ପାଦିକା ପ୍ରଗତି ରଥ ତାଙ୍କର ଅନେକ ସମର୍ଥକଙ୍କ ସହିତ ଏହି ସଭାରେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଲି ସାହୁ, ନନ୍ଦିନୀ ଜେନା, ମଞ୍ଜୁଲତା କର, ସୁନିତା ସରକାର, ଭାଗ୍ୟଲକ୍ଷ୍ମୀ ଗଉଡ଼, ସୁବାସିନୀ ବିଶ୍ୱାଳ, ବିଜୟଲକ୍ଷ୍ମୀ ସାହୁ, ଗୀତା ମଲ୍ଲିକ, ମମତାରାଣୀ ଡାକୁଆ, ମଞ୍ଜୁଲତା ନାୟକ, କାଇରି ବେହେରା, ଶୁଭଲକ୍ଷ୍ମୀ ବିଶ୍ୱାଳ, ଜୟନ୍ତୀ ମିଶ୍ର, ସ୍ୱର୍ଣ୍ଣଲତା ସାହୁ, ଗୀତାଞ୍ଜଳି ବେହେରା, କଲ୍ୟାଣି ଦାସ, ରୀନା ସାହୁ, ରଶ୍ମିତାରାଣି ରାଉତ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ୱାର୍ଡ଼ରେ ମୋକିମଙ୍କ ସଂଗଠନକୁ ମଜଭୁତ କରିବା ପାଇଁ କାର୍ଯ୍ୟକ୍ରମ କରିବେ ବୋଲି ଆଲୋଚନା କରିଥିଲେ ।

