Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ନାବାଳିକାକୁ ଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆ ଯାଉ : ମହିଳା କଂଗ୍ରେସ…

ଦାରିଂବାଡ଼ି ନାବାଳିକାଙ୍କୁ ବରହମ୍ପୁର ଏମ୍କେସିଜି ହସପିଟାଲରେ ଓ ଆଇଜିଙ୍କୁ ସାକ୍ଷାତ କଲେ ମହିଳା କଂଗ୍ରେସ ପ୍ରତିନିଧି ଦଳ ।

0

ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଭୁବନେଶ୍ୱରରୁ ଏକ ପ୍ରତିନିଧି ଦଳ ଦାରିଂବାଡ଼ିର ସେବାଶ୍ରମର ପ୍ରସବ କରିଥିବା ଅଷ୍ଟମ ଶ୍ରେଣୀର ନାବାଳିକାକୁ ଏମ୍କେସିଜି ହସ୍ପିଟାଲରେ ଭେଟି ତାର ସ୍ୱାସ୍ଥ୍ୟବସ୍ଥା ଦେଖିବା ସହ ଆଇଜିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେ ପ୍ରକାଶ କରିଛନ୍ତି ଯେ ଉକ୍ତ ନାବାଳିକା ପ୍ରସବ କରିଥିବା ଶିଶୁର ମୃତ୍ୟୁ କତୃପକ୍ଷଙ୍କ ଅବହେଳାରୁ  ହୋଇଯାଇଛି ନାବାଳିକାର ଅବସ୍ଥା ମଧ୍ୟ ଭଲ ନାହିଁ । ନାବାଳିକାଟି କୌଣସୀ ପ୍ରକାର ମତାମତ ଦେବାକୁ ଅନିଛା ପ୍ରକାଶ କରିଥିଲା । ଏହାପରେ ଡାକ୍ତରଖାନାରୁ ଯାଇ ଗଂଜାମ ରେଞ୍ଜ ଆଇଜିଙ୍କୁ ଭେଟି ଉକ୍ତ ପିଡ଼ିତା ନାବାଳିକା ସଂପର୍କରେ ଆଲୋଚନା କରିବା ସହ ଏକ ଦାବିପତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି କି  ଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦେବା ସହ ସେବାଶ୍ରମର ପରିଚାଳିକା, ନିଯୁକ୍ତି ପାଇଥିବା ଡାକ୍ତର ସେବାଶ୍ରମର କର୍ମକର୍ତାଙ୍କ ବହିସ୍କାର , ପୀଡ଼ିତାର ଉପଯୁକ୍ତ ଚିକିତ୍ସା ସହ ତାର ଥଇଥାନ ବ୍ୟବସ୍ଥା ଏବଂ କ୍ଷତିପୂରଣ ବାବଦକୁ ୧୦ଲକ୍ଷ ଟଙ୍କା ଦାବି  ,ବିଭାଗୀୟ ମନ୍ତ୍ରୀ, ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ଓ ଆଦିବାସୀ ସମନ୍ୱୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଏହି ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର ହବ ବୋଲି ଶ୍ରୀମତୀ ଜେନା ଚେତାବନି ଦେଇଥିଲେ ।
ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଜେନାଙ୍କ ସହ ଗଞ୍ଜାମ ଜିଲା ମହିଳା ସଭାପତି ସ୍ୱରୂପା ତ୍ରିପାଠୀ, ରାଜ୍ୟ ମହିଳା କଂଗ୍ରେସର ଉପସଭାପତି ପ୍ରଣତୀ ମିଶ୍ର, ଭାଗ୍ୟଶ୍ରୀ ପ୍ରଧାନ, ସାଧାରଣ ସଂପାଦିକା କୁସୁମ ପ୍ରଧାନ, ସଂପାଦିକା ପ୍ରଭାବତି ପଟ୍ଟନାୟକ, ଗଞ୍ଜାମ ଜିଲା କଂଗ୍ରେସ ସଭାପତି ଡ. ତ୍ରିନାଥ ବେହେରା, ପିତାମ୍ବର ପଣ୍ଡା, ଦୀପକ ପଟ୍ଟନାୟକ, ବୃନ୍ଦାବନ ଖଟେଇ, ନଗର କଂଗ୍ରେସ କମିଟି ସଭାପତି ପ୍ରମୋଦ କୁମାର ଜେନା, ଭୁକାଲି ସେଠୀ, ବିଶ୍ୱଜିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.