Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…
Blank space

କାଳିଆ ଯୋଜନାରେ ଯୋଡିହେବା ପାଇଁ ହିତାଧିକାରୀ କୃଷକ ସବୁଜ ରଙ୍ଗର ଫର୍ମକୁ ବ୍ୟବହାର ନିମନ୍ତେ ରାଜ୍ୟ ସରକାରଙ୍କ ଗୁରୁତ୍ୱ…

‘କାଳିଆ’ର ଅର୍ଥ ହେଉଛି-କୃଷକଙ୍କ ଜୀବନ ଜୀବିକା ଏବଂ ଆୟବୃଦ୍ଧି ପାଇଁ ସହାୟତା ....

0

ଭୁବନେଶ୍ୱର, ନିରପେକ୍ଷ ଖବର : ‘କାଳିଆ’ ଯୋଜନା ହେଉଛି ଏକ ଅଭିନବ ପଦକ୍ଷେପ ଯାହାକି କୃଷକମାନଙ୍କ ହିତସାଧନ ପାଇଁ ଉଦ୍ଦିଷ୍ଟ । ‘କାଳିଆ’ର ଅର୍ଥ ହେଉଛି-କୃଷକଙ୍କ ଜୀବନ ଜୀବିକା ଏବଂ ଆୟବୃଦ୍ଧି ପାଇଁ ସହାୟତା । ଏହି ଯୋଜନାଟିକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୮ ମସିହା ଡିସେମ୍ବର ୩୧ ତାରିଖ ଦିନ ଶୁଭାରମ୍ଭ କରିଛନ୍ତି, ଯାହାକି ରାଜ୍ୟରୁ ଦାରିଦ୍ର‌୍ୟ ଦୂରୀକରଣ ଏବଂ କୃଷିର ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ।
ରାଜ୍ୟର ୬,୭୯୯ଟି ଗ୍ରାମପଞ୍ଚାୟତରେ ‘କାଳିଆ ଯୋଜନା’ର ହିତାଧିକାରୀଙ୍କ ଚିଠାତାଲିକା ଉପଲବ୍ଧ ହୋଇସାରିଛି । ଚିଠା ତାଲିକାକୁ ଯାଞ୍ଚ କରିବା ପରେ, ଚିଠା ତାଲିକାରେ ଯଦି ଚାଷୀଙ୍କର ନାମ ନଥିବ ତେବେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମିଳୁଥିବା ସବୁଜ ରଙ୍ଗର ଫର୍ମକୁ ପୂରଣ କରି ଆବଶ୍ୟକୀୟ କାଗଜପତ୍ର ସଂଲଗ୍ନ କରି ସେଠାରେ ରଖାଯାଇଥିବା ସବୁଜ ଡ୍ରପବକ୍ସରେ ପକାଇବେ ।
ଚିଠା ତାଲିକାରୁ ଯଦି ହିତାଧିକାରୀ ତାଙ୍କ ନିଜର ନାମକୁ ବାଦ୍ ଦେବାକୁ ଚାହାଁନ୍ତି ତେବେ ସେ ପଞ୍ଚାୟତ କାର୍ଯ୍ୟାଳୟରେ ଉପଲବ୍ଧ ନାଲି ରଙ୍ଗର ଫର୍ମକୁ ପୂରଣ କରି ଆବଶ୍ୟକୀୟ ପ୍ରମାଣପତ୍ର ସେଠାରେ ରଖାଯାଇଥିବା ନାଲି ଡ୍ରପବକ୍ସରେ ପକାଇବେ । ସେହିଭଳି ଭାବରେ ଏହି ନାଲି ଫର୍ମ ମାଧ୍ୟମରେ ଜଣେ ଚାଷୀ ବା ଯେକୌଣସି ବ୍ୟକ୍ତି ମଧ୍ୟ ନିର୍ଦ୍ଦିଷ୍ଟ କର୍ତ୍ତୁପକ୍ଷଙ୍କୁ ଅଭିଯୋଗ ଦାଖଲ କରିପାରିବେ ।
କେନ୍ଦ୍ର ଓ ରାଜ୍ୟ ସରକାରୀ / ସରକାରୀ ଉଦ୍ୟୋଗରେ କାର୍ଯ୍ୟରତ ବା ଅବସରପ୍ରାପ୍ତ କର୍ମଚାରୀ; ଆୟକର ଦାତା କୃଷକ କିମ୍ବା ତାଙ୍କର ସ୍ୱାମୀ ବା ସ୍ତ୍ରୀଙ୍କ ନାମକୁ ବାଦ୍ ଦେବା ପାଇଁ ନାଲି ରଙ୍ଗର ଫର୍ମ ପୂରଣ କରି ଏହାକୁ ନାଲି ରଙ୍ଗର ଡ୍ରପବକ୍ସରେ ପକାନ୍ତୁ ।
୨୦୧୯ ଜାନୁଆରୀ ୧୦ ତାରିଖ ମଧ୍ୟରେ ଚାଷୀ ତାଙ୍କ ନାମକୁ ହିତାଧିକାରୀ ତାଲିକାରେ ଯୋଗ କିମ୍ବା ବାଦ୍ ଦେବା ପାଇଁ ସବୁଜ ତଥା ନାଲି ଫର୍ମ ପୂରଣ କରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜମା କରିବେ । ଜାନୁଆରୀ ମାସ ୨ ତାରିଖରୁ ସମସ୍ତ ଗ୍ରାମ ପଞ୍ଚାୟତରେ ଚିଠା ତାଲିକାଗୁଡିକ ପ୍ରକାଶିତ ହୋଇଯାଇଅଛି । ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଦ୍ୱାରା ହସ୍ତଗତ ହୋଇଥିବା ସମସ୍ତ ସବୁଜ ଏବଂ ନାଲି ଫର୍ମଗୁଡିକୁ ଯାଞ୍ଚ କରି କେଉଁମାନେ ଏହି ଚିଠା ତାଲିକାରେ ଯୋଗ କିମ୍ବା ବାଦ୍ ପଡିବେ ତାହାର ବିବରଣୀ ସରକାରଙ୍କ ଦ୍ୱାରା ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରକାଶିତ ହେବ ।
‘କାଳିଆ’ ବାର୍ତ୍ତା ହେଉଛି ରାଜ୍ୟ ସରକାରଙ୍କର ‘କାଳିଆ ଯୋଜନା’ ସୂଚନା ସମ୍ବନ୍ଧୀୟ ଏକ ଅଭିନବ ସେବା, ଯାହାକି ନୂତନ ଭାବେ ଶୁଭାରମ୍ଭ କରାଯାଇଥିବା ଏହି ଯୋଜନା ସମ୍ବନ୍ଧରେ କୃଷକମାନଙ୍କୁ ଅବଗତ କରାଇଥାଏ । ଆଜି ସୁଦ୍ଧା ଏହି ସୂଚନା ପ୍ରକ୍ରିୟାରେ ପ୍ରାୟ ୩୪,୦୦୦ କୃଷକ ଯୋଗଦାନ କରିପାରିଛନ୍ତି ।
‘କାଳିଆ’ ଯୋଜନା ବିଷୟରେ ଜାଣିବା ପାଇଁ ୨ ଲକ୍ଷ ୧୮ ହଜାରରୁ ଅଧିକ ଏସ୍.ଏମ୍.ଏସ୍. ଲୋକମାନଙ୍କୁ ପଠାଇ ଦିଆଯାଇଛି ଏବଂ ଆଜି ସୁଦ୍ଧା ୨୯,୫୦୮ଜଣ କୃଷକ ‘କାଳିଆ ୱେବସାଇଟ୍’କୁ ବ୍ୟବହାର କରି ଏହି ଯୋଜନା ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିପାରିଛନ୍ତି ।

Mo sapath

Leave A Reply

Your email address will not be published.