Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ…

ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ସହରରେ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଗରିମାମୟ ଉପସ୍ଥିତି ଏବଂ ତାଙ୍କ କରକମଳରେ ୪୫୦୦ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ତଥା ଶୁଭ ଉଦଘାଟନ ରାଜ୍ୟ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମକର ଭେଟି .....

0

ବାରିପଦା- ନିରପେକ୍ଷ ଖବର:୫ ଜାନୁଆରୀ ୨୦୧୯- ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ, ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ମୟୂରଭଞ୍ଜ ଜିଲାର ବାରିପଦା ଗସ୍ତ କରି  ଆୟୋଜିତ ଏକ ଭବ୍ୟ ସମାରୋହରେ ଯୋଗଦେଇ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଦ୍ୱାରା ନିର୍ମିିତ ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲ୍ପିଜି ଗ୍ୟାସ୍ ପାଇପଲାଇନର ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଅଂଶକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିିତ କରିଛନ୍ତି ।  କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଶ୍ରୀଯୁକ୍ତ ଜୁଏଲ ଓରାମ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ, ଶ୍ରୀ ରାମଚନ୍ଦ୍ର ହାଂସଦା, ମାନ୍ୟବର ସାଂସଦ, ମୟୁରଭଞ୍ଜ, ଏବଂ ଶ୍ରୀ ପ୍ରଫୁଲ୍ଲ୍ ମଲ୍ଲିକ, ମାନ୍ୟବର ବିଧାୟକ, କାମାକ୍ଷାନଗର ତଥା ରାଜ୍ୟ ଇସ୍ପାତ ଓ ଖଣି ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
ମାନ୍ୟବର ପ୍ରଧାନମନ୍ତ୍ରୀ ଏହି ଲୋକାର୍ପଣ ଅବସରରେ ସମଗ୍ର ରାଜ୍ୟବାସୀଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇ ନିଜ ବକ୍ତବ୍ୟ ରଖି କହିଥିଲେ ଯେ, ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲ୍ପିଜି ଗ୍ୟାସ୍ ପାଇପଲାଇନର ଏହି ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଅଂଶ ଦୁଇ ରାଜ୍ୟର ୮ ଟି ଜିଲାରେ ଲକ୍ଷ ଲକ୍ଷ ପରିବାରକୁ ନିରନ୍ତର ଗ୍ୟାସ ଯୋଗାଇବା ସହ ଅନେକ ରୋଜଗାର ସୃଷ୍ଟି କରିବ । ରାଜ୍ୟରେ ଭିତ୍ତିଭୂମିର ବିକାଶ, ମାନବ ଜୀବନରେ ସ୍ଥାୟୀ ପରିବର୍ତ୍ତନ ହେଉଛି ବିକାଶର ପରିଭାଷା । ଏହି ନିରନ୍ତର ବିକାଶ ହେତୁ ଲୋକମାନେ ସର୍ବଦା ଉପକୃତ ହୋଇପାରିବେ । ପୂର୍ବ ଭାରତର ସମ୍ପୂର୍ଣ୍ଣ ବିକାଶ ହେଉଛି ଆମର ସଂକଳ୍ପ ।


ଏହି ଅବସରରେ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ସ୍ୱାଗତ ଅଭିଭାଷଣରେ ସମଗ୍ର ରାଜ୍ୟବାସୀଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ସହରରେ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଗରିମାମୟ ଉପସ୍ଥିତି ଏବଂ ତାଙ୍କ କରକମଳରେ ୪୫୦୦ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ ତଥା ଶୁଭ ଉଦଘାଟନ ରାଜ୍ୟ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମକର ଭେଟି ବୋଲି କହିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୫୭ କିମି ବିଶିଷ୍ଟ ପାରାଦୀପ-ବାଲେଶ୍ୱର ଅଂଶ ୨୦୧୮ ଏପ୍ରିଲ ମାସରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ହୋଇସାରିଥିବା ବେଳେ ୫୧୩ କିମି ବିଶିଷ୍ଟ ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ସ୍ପର ପାଇପଲାଇନ, ହଳଦିଆଠାରେ ସଂରକ୍ଷଣ ସୁବିଧା କେନ୍ଦ୍ର ମଧ୍ୟ ଏହି ନିକଟରେ ସମ୍ପୂର୍ଣ୍ଣ ହୋଇଛି ।

Blank space


୧୩୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ୬୭୦ କିମି ବିଶିଷ୍ଟ ଏହି ପାଇପଲାଇନ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ପ୍ରତ୍ୟେକ ୪ଟି ଲେଖାଏଁ ଜିଲାର ଲକ୍ଷ ଲକ୍ଷ ଲୋକଙ୍କୁ ନିରବଚ୍ଛିନ୍ନ ରନ୍ଧନ ଗ୍ୟାସ ଯୋଗାଇବ । ଏହି ପାଇପଲାଇନ ପାରାଦ୍ୱୀପ ରିଫାଇନାରୀରୁ ଆରମ୍ଭ ହୋଇ ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲା ମଧ୍ୟ ଦେଇ ୨୪୦ କିମି ଅତିକ୍ରମ କରିଛି । ସେହିପରି ପଶ୍ଚିମବଙ୍ଗରେ ଏହା ୪୩୦ କିମି ଅତିକ୍ରମ କରି ପୂର୍ବ ମେଦିନାପୁର, ବର୍ଦ୍ଦମାନ, ହୁଗ୍ଲି ଏବଂ ହାୱାଡ଼ା ମଧ୍ୟ ଦେଇ ଗତି କରୁଛି । ଏଥିସହିତ ଏହି ମାର୍ଗରେ ଥିବା ବଟ୍ଲିଂ ପ୍ଲାଣ୍ଟ ପାଇଁ ଏଲ୍ପିଜି ଯୋଗାଣରେ ସହାୟକ ହେବ ।
ପାରାଦୀପ-ହଳଦିଆ ପାଇପଲାଇନର କ୍ଷମତା ୧.୧ ଏମ୍ଏମ୍ଟିପିଏ ରହିଥିବା ବେଳେ ହଳଦିଆ-ଦୁର୍ଗାପୁର ପାଇପଲାଇନର କ୍ଷମତା ୧.୩ ଏମ୍ଏମ୍ଟିପିଏ ରହିଛି । ଏତଦ୍ବ୍ୟତୀତ, ପାରାଦ୍ୱୀପ ରିଫାଇନରୀରୁ ମୂଳ ଉତ୍ସ ଭାବେ ପ୍ରଥମ ଷ୍ଟେସନକୁ ଏଲପିଜି ଯୋଗାଣ ହେବା ସହ ହଳଦିଆଠାରେ ଇଣ୍ଡିଆନଅଏଲ-ପେଟ୍ରୋନସ ପ୍ରାଇଭେଟ ଲିମିଟେଡର ଆମଦାନୀ ବା ଇଂପୋର୍ଟ ଟର୍ମିନାଲରୁ ଏହି ଏଲପିଜି ଯୋଗାଣ ହେବ ।

Mo sapath

Leave A Reply

Your email address will not be published.