[pj-news-ticker]

ଚୋରା ଚାଲାଣ ହେଉଥିବା କାଠ ବୋଝେଇ ପିକଅପକୁ ଜବତ କଲା ପୁଲିସ୍….

0

ବାରିପଦା(ନିରପେକ୍ଷ ଖବର)ତା-୧/ଅଗଷ୍ଟ/୨୦୧୯-ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଠାକୁରମୁଣ୍ଡା ଥାନା ପୋଲିସ୍ କୁ ମିଳିଛି ଏକ ବଡ ସଫଳତା । ଗୁରୁବାର ସକାଳୁ ପୋଲିସ୍ ପେଟ୍ରୋଲିଂ କରୁଥିବାବେଳେ ମୂଲ୍ୟବାନ କାଠ ସହ ଏକ ପିକଅପ ଭ୍ୟାନ ଓ ଗୋଟିଏ ଇଣ୍ଡିଗୋ କାର ଏବଂ ୫ ଜଣକୁ ସନ୍ଦେହରେ ଅଟକ ରଖିଛି ।ସୂଚନା ଅନୁଯାୟୀ, ଦିନକୁ ଦିନ ଜଙ୍ଗଲ ଦ୍ରୁତ ଗତିରେ କ୍ଷୟ ହେଉଥିବାବେଳେ ଏପଟେ ଜଙ୍ଗଲ ମାଫିଆଙ୍କ ଚୋରା କାଠ ଚାଲାଣ ବନ ବିଭାଗର ନିଦ ହଜାଇ ଦେଇଛି।ତେଣୁ ଏନେଇ ଗୁରୁବାର ଭୋର ସମୟରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ପୋଲିସ ପେଟ୍ରୋଲିଂ କରୁଥିବାବେଳେ ଏକ ଇଣ୍ଡିଗୋ କାର, ପିକଅପ ଭ୍ୟାନ ଦେଖି ସନ୍ଦେହ କରିଥିଲା I ଏହାପରେ ଉକ୍ତ ଦୁଇ ଗାଡିକୁ ଅଟକାଇ ଯାଞ୍ଚ କରିବା ପାଇଁ ଯାଉଥିବାବେଳେ କାଠ ମାଫିଆ ଗାଡିକୁ ଦ୍ରୁତ ଗତିରେ ଚଳାଇ ଖସି ପଳାଇବା ପାଇଁ ଚେଷ୍ଟା କରିଥିଲେ । ତେବେ ଠାକୁରମୁଣ୍ଡା ପୋଲିସ ଗାଡିକୁ ପିଛା କରି ଠାକୁରମୁଣ୍ଡା ବଜାର ମଧ୍ୟରେ ଗାଡି ଗୁଡିକୁ କାବୁ କରିବାରେ ସକ୍ଷମ ହୋଇଥିଲେ। ତେବେ ପୋଲିସ ଗାଡି ଗୁଡିକୁ ଜବତ କରିବା ସହ ସେଥିରେ ଥିବା ମୂଲ୍ୟବାନ କାଠପଟା ଜବତ କରି ୫ ଜଣଙ୍କୁ ଅଟକ ରଖିଥିଲେ । ଏହାପରେ ବନ ବିଭାଗକୁ ଖବର ଦେଇଥିଲେ ଠାକୁରମୁଣ୍ଡା ପୋଲିସ ।ତେବେ ଏପରି ଚୋରା କାଠ ଚାଲାଣ ପ୍ରତିଦିନ ହେଉଥିଲେ ମଧ୍ୟ ବିଭାଗର ଏଥିପ୍ରତି କୌଣସି ଗୁରୁତ୍ୱ ନାହିଁ । ଫଳରେ ଆଜି ଶିମିଳିପାଳ ଜାତୀୟ ଉଦ୍ୟାନ ନଷ୍ଟ ହବାକୁ ଯାଉଛି । ଏହି ଘଟଣା ପରେ ବନବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେବା ସହିତ ଜଙ୍ଗଲର କିପରି ସୁରକ୍ଷା କରାଯାଇପାରିବ ଏବଂ କାଠ ମାଫିଆଙ୍କ ସହିତ ମିଶି କାର୍ଯ୍ୟ କରୁଥିବା କିଛି ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.