ଭୁବନେଶ୍ୱର ନିରପେକ୍ଷ ଖବର:ତା ୦୫.୧୦ – ଉତର ପ୍ରଦେଶ ରାଜ୍ୟର ହାଥରସ୍ ଗ୍ରାମର ଅନୁସୂଚିତ ଜାତି ବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ଓ ଉତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଦୋଷୀକୁ ଦଣ୍ଡ ଦେବା ପରିବର୍ତେ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିବା ଅତ୍ୟନ୍ତ ନିନ୍ଦନୀୟ । ଯୋଗୀ ଆଦିତ୍ୟନାଥ ସରକାରଙ୍କ ପୋଲିସ ବିଭାଗ ମୃତକ ପରିବାରକୁ ବନ୍ଦୀ ବନାଇ ସଂପୃକ୍ତ ବାଳିକାଙ୍କ ମୃତ ଦେହକୁ ତରବରିଆ ଭାବେ ପୋଡିଦେବା ସହ ଭାରତୀୟ ଜାତୀୟ କଂଗ୍ରେସର ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଏବଂ ଶ୍ରୀମତୀ ପ୍ର୍ରିୟଙ୍କା ଗାନ୍ଧୀଙ୍କୁ ତାଙ୍କ ପରିବାରକୁ ଭେଟିବା ପାଇଁ ନଦେବା ଅତ୍ୟନ୍ତ କ୍ଷୋଭର ବିଷୟ । ମୃତକ ବାଳିକା ମନିଷା ବାଲ୍ମିକୀଙ୍କ ପରିବାରକୁ ଭେଟିବା ପାଇଁ କଂଗ୍ରେସ ଦଳର ନେତା ଓ ସାଂସଦମାନେ ଗଲାବେଳେ ଉତର ପ୍ରଦେଶ ପୋଲିସର ଅଭଦ୍ରୋଚିତ ବ୍ୟବହାରକୁ ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ନିନ୍ଦା କରୁଛି । ଘଟଣାରେ ସଂପୃକ୍ତ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ ଆନ୍ତରିକତା ଦେଖାଉନଥିବା ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ବରଖାସ୍ତ ଓ ପୀଡିତାକୁ ନ୍ୟାୟ ଦାବିରେ ଆଜି ଓଡିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ୍ ଛକ ଠାରେ କୋଭିଡ୍ ନିୟମ ପାଳନ ପୂର୍ବକ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ବିଜେପି ସରକାର ଗତ ନିର୍ବାଚନ ସମୟରେ ଅନୁସୂଚିତ ଜାତି ଓ ଜନଜାତି ଭୋଟରମାନଙ୍କୁ ସୁରକ୍ଷାର ମିଥ୍ୟା ପ୍ରତିଶ୍ରୁତି ଦେଇ, ଏପରିକି ସେମାନଙ୍କ ଘରେ ଭୋଜନ କରି ସେମାନଙ୍କ ହୃଦୟ ଜିଣି ଭୋଟ ନେଲା ପରେ ସରକାର ଗଠନ କରି ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାରକୁ ପ୍ରୋତ୍ସାହନ ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତଳିକା କଂଗ୍ରେସ ତରଫରୁ ଦାହ କରାଯାଇଥିଲା । ଗାନ୍ଧିଜୀ ଓ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତି ତଳେ ନୀରବ ପ୍ରତିବାଦ ଧାରଣା ପରେ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ତରଫରୁ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଂଟିନ୍ ଛକ ଠାରେ ଏହି କୁଶପୁତଳିକା ଦାହ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ହଳଧର ସେଠୀ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ରଶ୍ମି ମହାପାତ୍ର, ପଦ୍ମାକର ଗୁରୁ, ବିଶ୍ୱଭୁଷଣ ଦାସ, କନକଲତା ମଲ୍ଲିକ, ଶ୍ରିୟାସ୍ମିତା ପଣ୍ଡା, ସଂକୁନା କହଁର, ଦେବେନ୍ଦ୍ର ପ୍ରସାଦ ଦାସ, ରମାକାନ୍ତ ନାୟକ, କହ୍ନେଇ ସେଠୀ, ଅଶୋକ ନାୟକ, ନାରାୟଣ ଜେନା, ପ୍ରକାଶ ମିଶ୍ର, ନରେଶ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ସୁଶାନ୍ତ ତ୍ରିପାଠୀ, ସତ୍ୟବ୍ରତ ନାୟକ, ଦେଓ ପ୍ରସାଦ, ନାସିର ଖାନ୍ ଓ କ୍ଷୀରୋଦ କୁମାର ବେହେରାଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
[pj-news-ticker]
Prev Post
Next Post