Blank space
Breaking News/ମୁଖ୍ୟ ଖବର:
ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି କି ହେଇ ଯାଆନ୍ତୁ ସାବଧାନ !ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ ଅନୁଷ୍ଠିତଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକଏନ୍.ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫାକଟକ ଜିଲ୍ଲାରେ ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space
Blank space

ପ୍ରକାଶ ଡାଙ୍ଗଙ୍କୁ ବିଜେଡିର ଯୁଗ୍ମ ସମ୍ପାଦକ ଦାୟିତ୍ୱ

0

ବାରିପଦା(ନିରପେକ୍ଷ ଖବର) ତା-୨୧/୦୮-ବିଜେଡି ସଂଗଠନର ପୁନର୍ବିନ୍ୟାସ ଜାରି ରହିଛି। ଦଳର ସଙ୍ଗଠନକୁ ଆହୁରି ମଜବୁତ କରିବା ପାଇଁ ଦଳର ସାଙ୍ଗଠନିକ ପଦ ପଦବୀର ପୁନର୍ଗଠନ କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ଜଣଙ୍କୁ ଦଳର ସମ୍ପାଦକ ଓ ୪୧ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତିି। ଏନେଇ ଗୁରୁବାର ବିଜେଡି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।ପଦବୀ ସହ ସମସ୍ତ ନେତାଙ୍କୁ ଭିନ୍ନ ବିଭାଗର ଦାୟିତ୍ବ ଦିଆଯାଇଛି । ତେବେ ୪୫ ସମ୍ପାଦକ ଓ ୪୧ ଯୁଗ୍ମ ସମ୍ପାଦକ ତାଲିକାରେ ଯୁବବର୍ଗଙ୍କୁ ବିଶେଷ ଗୁରୁତ୍ବ ଦିଆଯାଇଛି। ଏଥି ମଧ୍ୟରେ ଆଠମଲ୍ଲିକ ମାଟିର ସୁଯୋଗ୍ୟ ଯୁବ ସଙ୍ଗଠକ ପ୍ରକାଶ କୁମାର ଡାଙ୍ଗଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱାସ ରଖି ଦଳର ଛାତ୍ର ବ୍ୟାପରର ଯୁଗ୍ମ ସମ୍ପାଦକ ପଦବୀ ଦେଇଛନ୍ତି। ସୂଚନ ଅନୁଯାୟୀ,ପୂର୍ବରୁ ଶ୍ରୀ ଡାଙ୍ଗ ନିଜର ସାଙ୍ଗଠନିକ ଦକ୍ଷତା ବଳରେ ମୟୁରଭଞ୍ଜରେ ସାଧାରଣ ନିର୍ବାଚନ, ବିଜେପୁର ଉପନିର୍ବାଚନ, ପାଟକୁରା ଉପନିର୍ବାଚନ ଏବଂ ଅନ୍ୟାନ୍ୟ ପୌରାଞ୍ଚଳ ନିର୍ବାଚନ ପରି ପ୍ରମୁଖ କାର୍ଯ୍ୟକ୍ରମରେ ନିଷ୍ଠାର ସହିତ ଦଳର ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରିଛନ୍ତି। ଶ୍ରୀ ଡାଙ୍ଗ ପୂର୍ବରୁ ଛାତ୍ର ଜନତା ଦଳରେ ସାଧାରଣ ସମ୍ପାଦକ ଏବଂ ଯୁବ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ରହିଆସିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରଷା କରି ଦେଇଥିବା ନୂତନ ଦାୟିତ୍ୱକୁ ସେ ଠିକ ଭାବରେ ତୁଲାଇବା ସହିତ ଭବିଷ୍ୟତରେ ଦଳର ସମସ୍ତ ନିର୍ଦ୍ଦେଶକୁ ମାନି କାମ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

Mo sapath

Leave A Reply

Your email address will not be published.