Blank space
Blank space
Breaking News/ମୁଖ୍ୟ ଖବର:
କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ
Blank space

ମହାମାରୀ ସମୟରେ ଆସନ୍ତୁ ରକ୍ତଦାନ କରିବା

କ୍ରାନ୍ତି ଦିବସରୁ ସ୍ବାଧୀନତା ଦିବସ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ହେବ ରକ୍ତଦାନ କାର୍ଯ୍ୟକ୍ରମ

0

*୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ…..

ଭୁବନେଶ୍ୱର ନିରପେକ୍ଷ ଖବର:ତା ୦୪/୦୮” ମହାମାରୀ କରୋନା ସମୟରେ ଆସନ୍ତୁ ରକ୍ତଦାନ କରିବା। ମେଡିକାଲକୁ ଆସୁଥିବା ଅସହାୟ ଓ ଗରିବ ରୋଗୀଙ୍କର ଜୀବନ ବଞ୍ଚାଇବା। “ଓଡିଶା ମୋ ପରିବାର”ଓ ଜୀବନ ବିନ୍ଦୁ” ପକ୍ଷରୁ ଏଭଳି ଡାକରା ଦିଆଯାଇ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବାକୁ ଯାଉଛି। ରାଜ୍ୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଆଗାମୀ ଅଗଷ୍ଟ ୯ ତାରିଖ (କ୍ରାନ୍ତି ଦିବସ)ରୁ ଅଗଷ୍ଠ ୧୫ ତାରିଖ (ସ୍ବାଧୀନତା ଦିବସ) ପର୍ଯ୍ୟନ୍ତ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବର୍ତ୍ତମାନ କରୋନା ମହାମାରୀର ଜଟିଳମୟ ସ୍ଥିତିରେ ରାଜ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ସଂଗ୍ରହ ହାର କମିଯାଇଥିବାରୁ ରକ୍ତ ଆବଶ୍ୟକ କରୁଥିବା ବିଭିନ୍ନ ରୋଗୀ ଏବଂ ବିଶେଷ କରି ଥାଲାସେମିଆ, ସିକିଲସେଲ୍, ହେମୋଫିଲିଆ ରୋଗୀମାନେ ବିକଳ୍ପ ନପାଇ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ “ଓଡିଶା ମୋ ପରିବାର-ଜୀବନ ବିନ୍ଦୁ” ପକ୍ଷରୁ ଏଭଳି ମହତ କାର୍ଯ୍ୟ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ “ଓଡିଶା-ମୋ ପରିବାର”ଆବାହକ ଅରୁପ ପଟ୍ଟନାୟକ, ମୁଖ୍ୟ ସଂଯୋଜକ ଦେବୀ ପ୍ରସାଦ ମିଶ୍ର, ସହ ମୁଖ୍ୟ ସଂଯୋଜକ ଅତନୁ ସବ୍ୟସାଚୀ ନାୟକଙ୍କୁ ଦାଇତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟରେ ପାଖାପାଖି ୨ଲକ୍ଷ ୟୁନିଟ୍ ରକ୍ତ ସ୍ବେଚ୍ଛାକୃତ ରକ୍ତଦାନ ମାଧ୍ୟମରେ ବିଭିନ୍ନ ସଂଗଠନଗୁଡିକରୁ ସଂଗୃହୀତ ହେଉଥିଲା। ଏଥିରେ “ଜୀବନ ବିନ୍ଦୁ”ର ଉଲ୍ଲେଖନୀୟ ଯୋଗଦାନ ମଧ୍ୟ ରହିଛି । କରୋନା ପାଇଁ ଏପ୍ରିଲ୍ ଠାରୁ ସ୍ବେଚ୍ଛାକୃତ ରକ୍ତଦାନ ସଂଗ୍ରହ ହାର କମିବାରେ ଲାଗିଛି। ଫଳରେ ଜୁନ୍, ଜୁଲାଇରେ ଏହା ଉତ୍କଟ ପରିସ୍ଥିତିରେ ପହଞ୍ଚିଛି। ଡାକ୍ତରଖାନାରେ ରକ୍ତର ଅଭାବ ପରିଲିକ୍ଷିତ ହେଉଥିବାରୁ ଚିକିତ୍ସା ହେବାକୁ ଆସି ରୋଗୀମାନେ ରକ୍ତ ପାଇଁ ହଟ ହଟା ହେଉଛନ୍ତି।ରାଜ୍ୟର ୫୬ଟି ସରକାରୀ ଓ ରେଡକ୍ରସ୍ ରକ୍ତଭଣ୍ଡାର ତଥା ୭ଟି ବେସରକାରୀ ରକ୍ତଭଣ୍ଡାର ରହିଛି। ରକ୍ତର ଆବଶ୍ୟକତାକୁ ଆଖିଆଗରେ ରଖି ସପ୍ତାହବ୍ୟାପୀ ରକ୍ତଦାନ କାର୍ଯ୍ୟକ୍ରମକୁ ରାଜ୍ୟର ୩୦ଟି ଜିଲ୍ଲାରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ନିଷ୍ପତି ନିଆଯାଇଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସ୍ଥାନୀୟ ବିଧାୟକ, ସାଂସଦ, ଜନ ପ୍ରତିନିଧି ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ମହିଳା ସଂଗଠନମାନଙ୍କୁ ସାମିଲ ହେବାକୁ “ଓଡିଶା-ମୋ ପରିବାର” ପକ୍ଷରୁ ଅନୁରୋଧ କରାଯାଉଛି । ସ୍ଥାନୀୟ ଜିଲ୍ଲା ଓ ସ୍ବାସ୍ଥ୍ୟ ପ୍ରଶାସନର ଅନୁମତି କ୍ରମେ କୋଭିଡ୍ ସ୍ଥିତିରେ ଥିବା ନିୟମାବଳୀର ଅନୁପାଳନ କରି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ” ଓଡିଶା-ମୋ ପରିବାର” ତରଫରୁ ମଧ୍ୟ ପରାମର୍ଶ ଦିଆଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଏହି ସପ୍ତାହବ୍ୟାପୀ ରକ୍ତଦାନ କାର‌୍ୟ୍ୟକ୍ରମରେ ପ୍ରାୟ ୧୦ହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ ରହିଛି । ଗଞ୍ଜାମ ଭଳି ଜିଲ୍ଲାରେ ପ୍ରତିକୂଳ ପରିସ୍ଥିତିରେ ରକ୍ତର ଅଭାବ ଦୂର କରିବା ପାଇଁ ‘ ଓଡିଶା-ମୋ ପରିବାର’ ତରଫରୁ ପ୍ରତିଦିନ ରକ୍ତ ସଂଗ୍ରହ କାର‌୍ୟ୍ୟକ୍ରମ ଆରମ୍ଭ ହୋଇଛି । ଯାଜପୁର ଟାଉନରେ ପ୍ରତି ସପ୍ତାହରେ ଗୋଟିଏ ଲେଖାଏଁ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି । ଇତି ମଧ୍ୟରେ ୬୦ଟି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ସାରିଲାଣି । କଟକ ସହରରେ ରକ୍ତର ଅଭାବ ଦୂର ପାଇଁ ଛାତ୍ର ସଂଗଠନ ତରଫରୁ ଏକ ସପ୍ତାହବ୍ୟାପୀ ରକ୍ତ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇ ୫୮୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । କୋଭିଡ୍ ପରିପ୍ରେକ୍ଷୀରେ ରକ୍ତଭଣ୍ଡାରର ଉତ୍କଟ ଅବାବକୁ ଲକ୍ଷ କରି ଓଡିଶାର ନୂଆପଡା, ଦେବଗଡ, ମୟୂରଭଞ୍ଜ, ସମ୍ବଲପୁର, ବରଗଡ ଇତ୍ୟାଦି ବିଭିନ୍ନ ପ୍ରାନ୍ତରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ।
“ରକ୍ତଦାନ, ମହତ୍ ଦାନ”, ତେଣୁ ସାମ୍ପ୍ରତିକ ସ୍ବେଚ୍ଛାକୃତ ରକ୍ତଦାନ ସ୍ଥିତିରେ ସଂପୃକ୍ତ ରକ୍ତଦାତାମାନଙ୍କୁ ଆଗେଇ ଆସିବା ପାଇଁ ଅନୁରୋଧ କରାଯାଇଛି ।

Mo sapath

Leave A Reply

Your email address will not be published.