[pj-news-ticker]

ସଭ୍ୟ ସମାଜରେ ଅସଭ୍ୟ ଘଟଣା…

ଯାହାକୁ ପଢିଲେ ମନରେ ଘୃଣା ସୃଷ୍ଟି ହେବ..

0

ଭଦ୍ରକ, ତିହିଡି ୪/୮ (ନିରପେକ୍ଷଖବର): ସଭ୍ୟ ସମାଜରେ ଅସଭ୍ୟ ବ୍ୟବହାର। ସତରେ କଣ ମଣିଷପଣିଆ ହଜି ଯାଉଛି। ଆମେ ଏମିତି କଣ ପାଇଁ କହୁଛୁ, ତାକୁ ଆପଣମାନେ ପଢିଲେ ବୁଝିପାରିବେ। ଯାହା ଆଜିର ଦୁନିଆରେ କେହି କେବେ କଳ୍ପନା କରି ନ ଥିବେ। ଏମିତି ଲଜ୍ୟା ଜନକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ବାଉଁଶବାଗ ଗ୍ରାମରେ।ପରକୀୟା ପ୍ରୀତି କୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସାତବେଣ୍ଟିଆ କରି ଗାଁ ବୁଲାଇଲେ ଗ୍ରାମର କିଛି ଯୁବକ। ଖାଲି ଏତିକି ନୁହେଁ, ଯୁବକ ଜଣଙ୍କ ପାଣି ମାଗିବାରୁ ତାକୁ ପରିସ୍ରା ପିଆଇବାକୁ ବି ପଛାଇଲେ ନାହିଁ। ସୂଚନା ମୁତାବକ ତିହିଡି ବ୍ଲକ ସୟା ପଂଚାୟତ ବାଂଶବାଗ ଗ୍ରାମରେ ଜଣେ ଯୁବକ ଆଜକୁ ୭ ବର୍ଷ ହେବ ଉକ୍ତ ଗ୍ରାମର ଜୈନିକ ମହିଳାଙ୍କ ସହ ପରକିୟା ପ୍ରୀତିରେ ଲିପ୍ତ ଥିଲେ.. ମାତ୍ର ଗତ ୧ ତାରିଖ ରାତିରେ ଉକ୍ତ ଗ୍ରାମର କିଛି ଯୁବକ ତାଙ୍କୁ ଘରୁ ଘୋଷାଡ଼ି ଆଣି କଙ୍ଗାରୁ କୋର୍ଟ କରି ନିସ୍ତୁକ ମାଡ଼ ମାରିବା ସହ ସାତ ବେଣ୍ଟିଆ କରି ବେକରେ ଜୋତା ମାଳ ଓ ଚୂନ କଳା ଲଗେଇ ଗ୍ରାମରେ ବୁଲେଇ ବା ସହ ପରିସ୍ରା କରି ମୁଣ୍ଡରେ ଢାଳି ଥିଲେ ବୋଲି ଯୁବକଙ୍କ ସ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ ଯୁବକ ଜଣଙ୍କୁ ଗିରଫ କରି କୋଟ ଚାଲାଣ କରିଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ନାହିଁ। ତେବେ ଏନେଇ ୧୭ ଜଣଙ୍କ ନାମରେ ମାମଲା ରୁଜୁ କାଯାଇଥିବା ବେଳେ ଏପର୍ଯ୍ୟନ୍ତ ଜଣଙ୍କୁ ବି ଗିରଫ କରା ନ ଯିବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲିଟିଛି। ତେବେ ଉକ୍ତ ଘଟଣା ସୋସିଆଲ ମିଡିଆରେ ବୁଲିବା ପରେ ଜିଲ୍ଲାପାଳ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି। ଏନେଇ ସେ ତିହିଡି ଥାନାଧିକାରୀ ଓ ତହସିଲଦାରଙ୍କୁ ତଦନ୍ତଭାର ଦେଇଥିବା ଜଣାପଡିଛି।

Leave A Reply

Your email address will not be published.