ଭଦ୍ରକ, ନିରପେକ୍ଷ ଖବର:ତା ୨୦/୦୫ ଆଜି ମହାବାତ୍ୟା ଅମ୍ପନ ଉଦ୍ଧାର କାର୍ଯ୍ୟରେ ଯୋଗଦେଲେ ଅନ୍ତର୍ଜାତୀୟ ଖ୍ୟାତ ସମ୍ପନ୍ନ ସମୁଦ୍ର ବୁଡାଳି ସବୀର ବକ୍ସ ଓ ତାଙ୍କ ଟିମ କିଛି ବନ୍ଧୁଙ୍କ ସହିତ । ମହାବାତ୍ୟା ଅମ୍ପନ ଉଦ୍ଧାର କାର୍ଯ୍ୟରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ରେ ପହଞ୍ଚି, ସେଠାକାର ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ଯାଇ ଲୋକମାନଙ୍କ ଭଲମନ୍ଦ ବୁଝିବା ସହିତ କୋବିଡ଼19 ନିୟମାବଳୀକୁ ଅନୁସରଣ କରିବାକୁ ପ୍ରେରିତ କରିଥିଲେ. ବାସୁଦେବପୁର ତହସିଲଦାରଙ୍କ ସହିତ peace point ଯାଇଁ ଲାଣ୍ଡଫଲ ପୂର୍ବର ସ୍ଥତି ଅନୁଧ୍ୟାନ କରିଥିଲେ. ରାସ୍ତାରେ ଅନେକ ଉପୁଡି ଭାଙ୍ଗି ପଡିଥିବା ଗଛକୁ ଆଡେଇ କାଟି ପଥ ପରିଷ୍କାର କରିବା ସହିତ କିଛି ସ୍ଥାନୀୟ ଲୋକଙ୍କ ସହାୟତା ରେ ଜଣେ ବେହୋସ ପଡିଯାଇଥିବା ପିଲାକୁ ଉଠାଇ ଘରେ ଛାଡିଥିଲେ. ଟିମରେ ପ୍ରଦୀପ, ସାଗର, ପିଙ୍କୁ, ବିଜୁ, ରଣଜିତ ଓ କୌଶିକ ତାଙ୍କୁ ସହାୟତା କରିବା ସହିତ ଲୋକମାନଙ୍କ ମନୋବଳ ବଢ଼ାଇଥିଲେ. ଲିଖିତଯୋଗ୍ୟ ଯେ ଯେତେବେଳେ ସାରା ବିଶ୍ବ ଏକ ବିଶ୍ଵମାରୀ ର କବଳରେ ଆଉଟୁ ପାଉଟୁ ହେଉଛି, ଓଡିଶା ଦୁଇ ଦୁଇଟି ଦୁର୍ବିପାକର ସାମନା କରୁଛି. ଏଇ ପରିସ୍ଥିତିରେ ସବୀର ଓ ତାଙ୍କର ବନ୍ଧୁ ତଥା ଟିମର ସ୍ବେଚ୍ଛାସେବୀ ମାନଙ୍କର ଏପରି ଦୁଃସାହସିକ କାର୍ଯ୍ୟ ରାଜ୍ୟ ତଥା ଦେଶର ଯୁବସମାଜକୁ ତତ୍ପର ତଥା ସତର୍କ ରହିବାକୁ ପ୍ରେରଣାଦାୟୀ ହେବ ବୋଲି ସ୍ଥାନୀୟ ବାସିନ୍ଦା ଆଶାପ୍ରକାଶ କରିଛନ୍ତି.
Sign in
Sign in
Recover your password.
A password will be e-mailed to you.
[pj-news-ticker]
Prev Post
Next Post