Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ସାମ୍ବିଧାନିକ ପଦବୀର ମର୍ଯ୍ୟାଦାହାନୀ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା:ମହିଳା ମୋର୍ଚ୍ଚା

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା.୨୮/୧୦: ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦ ଏକ ସାମ୍ବିଧାନିକ ପଦ । ଏହା ବିଜୁ ଜନତା ଦଳର ଏକ ରାଜନୈତିକ ପଦବି ନୁହେଁ । ଯାଜପୁରରେ ସ୍ମିତାରାଣି ବିଶ୍ୱାଳଙ୍କୁ ବଳାକ୍ରାର କରାଯାଇ ହତ୍ୟା କରାଯିବା ପରେ ମହିଳା କମିଶନ ପ୍ରଥମେ ଚୁପ ରହିବା ଏବଂ ପରେ ନିରପେକ୍ଷ ତଦନ୍ତ ସାରିଥିବା କଥା କହି ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି । କିନ୍ତୁ ବାସ୍ତବରେ ସେ ସଠିକ ଭାବେ ତଦନ୍ତ କରିନାହାଁନ୍ତି କି ସ୍ମିତାରାଣୀର ପରିବାର ସଦସ୍ୟଙ୍କୁ ଭେଟି ନାହିଁନ୍ତି । ଶାସକ ବିଜେଡି ଦଳର ପ୍ରବକ୍ତା ସାଜି ମହିଳା କମିଶନ ନିଜ ପଦବୀର ମର୍ଯ୍ୟାଦାହାନୀ କରି
ମିଥ୍ୟା ବୟାନବାଜି କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ନିଜ କ୍ଷମତାର ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷା
ମୀନତି ବେହେରାଙ୍କ ଇସ୍ତଫା ଦାବି କରି ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ପ୍ରଭାତି ପରିଡାଙ୍କ ନେତୃତ୍ୱରେ
ଶତାଧିକ ମହିଳା ରାଜ୍ୟ ମହିଳା କମିଶନ ଅଫିସ ଘେରାଓ କରିଥିଲେ । ଗତ ୧୯ ତାରିଖରେ ମହିଳା କମିଶନ ଅଧ୍ୟକ୍ଷା ଯାଜପୁର ଯାଇ ତଦନ୍ତ କରିଛନ୍ତି ବୋଲି କହିବା ସଂପୂର୍ଣ୍ଣ
ମିଥ୍ୟା । ଯଦି ସେ ତଦନ୍ତ କରିବା ପାଇଁ ଯାଇଥିଲେ ତାହେଲେ ତଦନ୍ତ ବେଳେ କାହାକୁ ଭେଟିଲେ? ମୃତା ସ୍ମୀତାରାଣିଙ୍କର ପରିବାରକୁ ଭେଟିଥିଲେ କି ? ଯେତେବେଳେ ମୃତା ସ୍ମୀତାରାଣିଙ୍କର ସ୍ମାମୀ ଆସି ଭୂବନେଶ୍ୱରରେ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଭେଟିଲେ ସେତେବେଳେ ମହିଳା କମିଶନ ଅଧ୍ୟକ୍ଷାତାଙ୍କୁ ଚିହ୍ନି ନଥିବା କଥା କହିଲେ । ତାହେଲେ ସେ କେମିତି ତଦନ୍ତ ସାରିଲେ ? ଏପରିକି ମହିଳା କମିଶନ ଅଧ୍ୟକ୍ଷା ସ୍ମୀତାରାଣିଙ୍କର ଗାଁକୁ ବି ଯାଇନାହାନ୍ତି
ବୋଲି ସେ ଗାଁ ଲୋକ କହୁଛନ୍ତି । ଯେଉଁ ମହିଳାଙ୍କ ମୃତ୍ୟୁ ହୋଇଛି ତାଙ୍କ ସ୍ୱାମୀଙ୍କର ବିନା ବୟାନରେ, ତାଙ୍କ ସହିତ କଥା ନହୋଇ କି ପ୍ରକାର ତଦନ୍ତ କରିଲେ ? ସ୍ମୀତାରାଣୀଙ୍କର ସହଯୋଗୀ କର୍ମଚାରିମାନଙ୍କ ସହିତ ବି କଥା ହୋଇନାହାନ୍ତି ବୋଲି ସେ ବ୍ଲକର କର୍ମଚାରିମାନେ କହୁଛନ୍ତି । ସ୍ଥାନୀୟ ଧର୍ମଶାଳା ପୋଲିସ ପାଖରେ ବି ଖବର ନାହିଁ କି ମହିଳା କମିଶନ ଅଧ୍ୟକ୍ଷା କେବେ ଆସିଥିଲେ । ସ୍ଥାନୀୟ ଗଣମାଧ୍ୟମ ପାଖରେ ବି ଖବର ନାହିଁ କି ମହିଳା କମିଶନ
ଅଧ୍ୟକ୍ଷା କେବେ ଆସିଥିଲେ । ବଂର ମହିଳା କମିଶନର ଅଧ୍ୟକ୍ଷା ଆସାମୀ ଋୁପେଶ ଭଦ୍ରଙ୍କ ପରିବାରକୁ ଭେଟିଲେ ବୋଲି ଗଣମାଧ୍ୟମରେ କହିଲେ । ବଡ ଆଶ୍ଚର୍ଯ୍ୟର କଥା ଆସାମୀ ପରିବାର ସହିତ କଥା ହେଲେ ମହିଳା କମିଶନ ଅଧ୍ୟକ୍ଷା କିନ୍ତୁ ପିଡିତା ପରିବାରକୁ ଭେଟିଲେ ନାହିଁ । ଏପରି ମିଥ୍ୟା କଥା କହିଥିବା ମହିଳା କମିଶନ ଅଧ୍ୟକ୍ଷା ଓଡିଶାର ମହିଳାମାନଙ୍କୁ କେବେ ବି ନ୍ୟାୟ ଦେଇପାରିବେ ନାହିଁ ବୋଲି ଶ୍ରୀମତୀ ପରିଡା ଅଭିଯୋଗ କରିଛନ୍ତି । ଯଦି ମହିଳା କମିଶନ ତଦନ୍ତ ନିରପେକ୍ଷ ତଦନ୍ତ କରିଛନ୍ତି ବୋଲି କହୁଛନ୍ତି ତେବେ ସେହି ରିପୋର୍ଟକୁ ସେ ସାର୍ବଜନୀନ କରନ୍ତୁ । ମୃତା ସ୍ମିତାରାଣୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ । ଏଥିସହ ଯାଜପୁର ଏସପି ଯେପରି ଗଣମାଧ୍ୟମ ଆଗରେ ମୃତା ସ୍ମ୍ିତାରାଣୀଙ୍କ ଚରିତ୍ରହନନ କଲେ, ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀମତୀ ପରିଡା ଦାବି କରିଛନ୍ତି । ଅନ୍ୟପଟେ ନିଜ ପଦବୀର ମର୍ଯ୍ୟାଦାହାନୀ କରିଥିବା ମହିଳା କମିଶନ ଅଧ୍ୟକ୍ଷା ତୁରନ୍ତ ଇସ୍ତଫା ନଦେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଶ୍ରୀମତୀ ପରିଡା ଚେତାବନୀ ଦେଇଛନ୍ତି । ଏହି ଘେରାଉ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପିଙ୍କି ପ୍ରଧାନ, ବବିତା ପାତ୍ର, ଅନୀତା ଶୁଭଦର୍ଶିନୀ, କାନନବାଳା ପଟ୍ଟନାୟକ, ନିୟତି ଗିରି, ସୋନାଲି ସାହୁ, ସୁବାସିନୀ ପୃଷ୍ଟି, ରଶ୍ମିରେଖା ଦାସ, ମନ୍ଦାକିନୀ ରଥ, ନିରୋଜ ନଳିନୀ ମହାଲ୍ଲିକ, ଯଜ୍ଞସେନୀ ଜେନା, କଳ୍ପନା ପଟ୍ଟନାୟକ, ମନସ୍ମିତା ଖୁଂଟିଆ, ଜ୍ୟୋତି ମହାପାତ୍ର, ରାଜଲକ୍ଷ୍ମୀ ଉପାଧ୍ୟାୟଙ୍କ ସମେତ ଶତାଧିକ ମହିଳା ସାମିଲ ଥିଲେ ।

Mo sapath

Leave A Reply

Your email address will not be published.