Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଶିଶୁ ଅଦଳ ବଦଳ ଘଟଣାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭାଙ୍ଗିଲେ ମହିଳା

0

*ମେଡିକାଲ ଅଧିକକ୍ଷଙ୍କ ଅପାରଗତା ପାଇଁ ଡିଏନଏ ରିପୋର୍ଟ ଆସିବା ବିଳମ୍ବ ହେଉଥିବା ଅଭିଯୋଗ*

ବାରିପଦା(ନିରପେକ୍ଷ ଖବର)ତା-୧୮/୦୫- ଗତ ୧୧ ତାରିଖରେ ପିଆରଏମ୍ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ହୋଇଥିବା ଶିଶୁ ଅଦଳ ବଦଳ ଘଟଣାକୁ ନେଇ ଉତ୍ତ୍ୟକ୍ତ ମହିଳାମାନେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଅଫିସକୁ ଭଙ୍ଗାରୁଜା କରିଛନ୍ତି। କଣ ପାଇଁ ଡିଏନଏ ରିପୋର୍ଟ ଆସିବା ବିଳମ୍ବ ହେଉଛି ବୋଲି କହି ଜିଲ୍ଲାପାଳଙ୍କ ଉପସ୍ଥିତରେ କାର୍ଯ୍ୟଳୟର ଝରକା ଗୁଡିକୁ ଭାଙ୍ଗିଛନ୍ତି।ଜିଲ୍ଲାପାଳ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପିଆରଏମ ମେଡିକାଲର ଅଧିକ୍ଷକ ଡାକ୍ତର ବୌକୁଣ୍ଠନାଥ ମହାପାତ୍ରଙ୍କ ଅପାରଗତା ପାଇଁ ପିଲା ଅଦଳ ବଦଳ ହୋଇଥିଲା ବୋଲି ଅଭିଯୋଗ କରିଛନ୍ତି ଉତ୍ତ୍ୟକ୍ତ ଲୋକେ।ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କ ଅଫିସ ଆଗରେ ହଙ୍ଗମା କରିଛନ୍ତି। ଖବରପାଇ ଘଟଣାସ୍ଥଳରେ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କ ସମତେ ୧ ପ୍ଲାଟୁନ ପୁଲିସ ଫୋର୍ସ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ସୂଚନାଯୋଗ୍ୟ ଗତ ଏପ୍ରିଲ ୨୬ ତାରିଖରେ ବାରିପଦା ସଦରଥାନା ଅନ୍ତର୍ଗତ ଜାମବଣି ଗ୍ରାମର କାର୍ତ୍ତିକ ସିଂ ଙ୍କର ସ୍ତ୍ରୀ ରଇବାରୀଙ୍କୁ ପ୍ରସବ ବେଦନା ହେବାରୁ ବାରିପଦା ସ୍ଥିତ ପି ଆର ଏମ୍ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲ ରେ ଭର୍ତ୍ତି କରିଥିଲେ । ଏହାପରେ ରଇବାରୀ ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ନବଜାତ ଶିଶୁଟି ଜନ୍ମ ସମୟରେ ଅସୁସ୍ଥ ଥିବାରୁ ତାକୁ ଡାକ୍ତରଖାନାର ଏସ ଏନ ସି ୟୁ ବିଭାଗ ରେ ଭର୍ତ୍ତି କରାଯାଇଥିଲା । ତେବେ ମେ ୦୫ ତାରିଖରେ ଶିଶୁଟି ସୁସ୍ଥ ହୋଇଯିବାରୁ ହସପିଟାଲରୁ ମା ଓ ଛୁଆ କୁ ଡିସଚାର୍ଜ କରାଯାଇଥିଲା । ତେବେ ମେ ୧୧ ତାରିଖ ଦିନ ଶିଶୁଟିକୁ କିଛି ଟିକା ଦେବାର ବାକି ଅଛି ବୋଲି କହି ଆଶାକର୍ମୀ ଙ୍କୁ ଫୋନ ମାଧ୍ୟମରେ ଏସ ଏନ ସି ୟୁ କୁ ବିଭାଗୀୟ କର୍ମଚାରୀ ଡକାଇଥିଲେ । ଡାକ୍ତରଖାନାରେ ପହଞ୍ଚିବା ପରେ ଶିଶୁ କୁ ଏସ ଏନ ସି ୟୁ ବିଭାଗର ନର୍ସ ମାନେ ଟୀକା ଦେବା ବାହାନା ରେ ଭିତର କୁ ନେଇ ଯିବାର କିଛି ସମୟ ପରେ ନର୍ସ ଜଣଙ୍କ ଶିଶୁ ଟି ମରିଯାଇଛି ବୋଲି କହିଥିଲେ। ତେବେ ଦୁଇଜଣ ମା ଙ୍କ ନାମ ସମାନ ଥୁବାରୁ ଏ ଭଳି ଶିଶୁ ଅଦଳ ବଦଳ ହୋଇଛି ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ ମାନିବା ସହ ଡି ଏନ ଏ ଟେଷ୍ଟ ପରେ ସମସ୍ୟା ସମାଧାନ ହେବ ବୋଲି କହିଥିଲେ। ହେଲେ ଏହି ଘଟଣା ଘଟିବାର ୨ ସପ୍ତାହ ବିତି ଯାଇଥିଲେ ମଧ୍ୟ ଡିଏନଏ ରିପୋର୍ଟ ଏ ପର୍ଯ୍ୟନ୍ତ ଆସି ନାହିଁ। ମେଡିକାଲ କର୍ତ୍ତୃପକ୍ଷ ଜାଣିଶୁଣି ଡିଏନଏ ରିପୋର୍ଟ ପ୍ରକାଶ କରୁ ନାହାଁନ୍ତି ବୋଲି ଅଭିଯୋଗ କରି ଆଇନକୁ ହାତକୁ ନେବାକୁ ଉଦ୍ୟମ କଲେ ବୋଲି ଉତ୍ତ୍ୟକ୍ତ ମହିଳା କହିଛନ୍ତି।

Mo sapath

Leave A Reply

Your email address will not be published.