Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

୭୦ ଛୁଇଁଲା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା …

ନୂଆ ୧୩ ଜଣ ପଜିଟିଭ ଚିନ୍ହଟ, ଜଣେ ସୁସ୍ଥ ହୋଇଛନ୍ତି

0

ବାରିପଦା(ନିରପେକ୍ଷ ଖବର)ତା-୦୬/୦୬-ଧୀରେ ଧୀରେ ମୟୁରଭଞ୍ଜ ଜିଲ୍ଲାରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା। ଶନିବାର ପୁଣି ଜିଲ୍ଲାରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ ୫ ଜଣ ଶୁଳିଆପଦା,୨ ଜଣ ବହଳଦା ଏବଂ ୬ ଜଣ ଜଶିପୁର ବ୍ଲକର ହୋଇଥିବା ସୂଚନା ମିଳିଛି। ତେବେ ଶନିବାର ଚିହ୍ନଟ ହୋଇଥିବା ୧୩ ଜଣ ମଧ୍ୟରୁ ୬ ଜଣ ନିଜ ନିଜ ବ୍ଲକ ଅଞ୍ଚଳରେ ଥିବା କ୍ୟାରେଣ୍ଟଇନ ସେଣ୍ଟରରେ ରେ ରହୁଥିବା ବେଳେ ଆଉ ଛଅ ଜଣ କ୍ୟାରେଣ୍ଟଇନ କେନ୍ଦ୍ରର ଅବଧି ପୂରଣ କରିବା ପରେ ହୋମ କ୍ୟାରେଣ୍ଟଇନରେ ରହୁଥିବା ଜଣାପଡିଛି ଅନ୍ୟ ଜଣେ କୌଣସି କ୍ୟାରେଣ୍ଟଇନ ସେଣ୍ଟରରେ ନ ଥିଲେ କିମ୍ବା ବାହାର ରାଜ୍ୟରୁ ମଧ୍ୟ ଆସି ନଥିବା ଜଣାପଡିଛି। ଶୁଳିଆପଦା ବ୍ଲକର ୫ ଜଣଙ୍କ ମଧ୍ୟରୁ ୪ ଜଣ ମହାରାଷ୍ଟ୍ର ଓ ଜଣେ ଦିଲ୍ଲୀ ଫେରନ୍ତା ହୋଇଥିବା ଜଣାପଡିଛି ସେହିପରି ଯଶିପୁର ବ୍ଲକର ୬ ଜଣ ତାମିଲନାଡୁ ରୁ ଫେରନ୍ତା ହୋଇଥିବା ବେଳେ ଅନ୍ୟ ଜଣେ ବହଳଦା ବ୍ଲକର ଗୁଜୁରାଟରୁ ଫେରନ୍ତା ବୋଲି ଜଣାପଡିଛି।ସେମାନେ ସମସ୍ତେ ଜିଲ୍ଲାକୁ ପ୍ରତ୍ୟବର୍ତ୍ତନ କରିବା ପରଠାରୁ ବ୍ଲକ କୋରେନଟାଇନ ସେଣ୍ଟରରେ ରହୁଥିଲେ।ତାଙ୍କର ସ୍ୱାବ ନମୁନା ନିଆଯାଇ ପରୀକ୍ଷଣ କରାଯିବ ପରେ କରୋନା ପଜିଟିଭ ଥିବା ଜଣାପଡିଥିଲା। ତେବେ ଚିନ୍ତା ବଢାଇଛି ବଦଳଦା ବ୍ଲକର ଚିହ୍ନଟ ହୋଇଥିବା ଅନ୍ୟ ଜଣେ କରୋନା ପଜିଟିଭ ସେ କୌଣସି ରାଜ୍ୟରୁ ଫେରିନଥିଲେ କିମ୍ବା କୌଣସି କ୍ୟାରେନଟାଇନ ସେଣ୍ଟରରେ ମଧ୍ୟ ନଥିଲେ।ବହଳଦା ସ୍ଥାନୀୟ ଅଞ୍ଚଳରୁ ଚିନ୍ହଟ ଆକ୍ରାନ୍ତ ଜଣକ ସୋସୋ ଗ୍ରାମପଞ୍ଚାୟତର ଅଟନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଜିଲ୍ଲାରୁ ଚିନ୍ହଟ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ବାଙ୍କୀସୋଲ ସ୍ଥିତ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।ଏଥି ସହିତ ଜିଲ୍ଲାର ଜଣେ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି।ମୟୁରଭଞ୍ଜ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଛୁଇଁ ଥିବା ବେଳେ ସେଥିମଧ୍ୟରୁ ୫୫ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବାବେଳେ ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Mo sapath

Leave A Reply

Your email address will not be published.