Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ମହିଳା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ…

0

ଭୁବନେଶ୍ୱର:ନିରପେକ୍ଷ ଖବର, ତା,୨୮/୧୨/୨୦୧୯ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବା ବେଳେ ଆଜି ପୁଣି ଖବର ସଂଗ୍ରହ ପାଇଁ ଆସିଥିବା ଜଣେ ମହିଳା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।ଏସ୍‌ପ୍ଲାନେଡ୍‌ ମଲକୁ ଆସୁଥିବା ଗ୍ରାହକଙ୍କ ଠାରୁ ମଲ ମାଲିକ ବେଆଇନ ଭାବେ ଲକ୍ଷାଧିକ ଟଙ୍କା ଆଦୟ କରୁଥିବା ଅଭିଯୋଗ ହୋଇଛି। ମଲ ମାଲିକର ଏଭଳି କଳା କାରନାମାର ପର୍ଦାଫାର୍ସ କରୁଥିବା ଜଣେ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକଙ୍କୁ ମାଡ଼ ମରାଯିବା ସହ କ୍ୟାମେରା ଭାଙ୍ଗିଦେବାକୁ ବି ଧମକ ଦିଆ ଯାଇଥିଲା। ବେଆଇନ୍‌ ପାର୍କିଂ ଫି ଆଦାୟ କରୁଥିବା ଏସ୍‌ପ୍ଲାନେଡ୍‌ ମଲରେ ଖବର ପ୍ରସାରଣ ବେଳେ ରକ୍ତ ମୁଖା ହେଲେ ଏସ୍‌ପ୍ଲାନେଡ୍‌ କର୍ମଚାରୀ । ଖବର ସଂଗ୍ରହ କରୁଥିବା ବେଳେ ଅର୍ଗସର ନିର୍ଭୀକ ମହିଳା ସାମ୍ବାଦିକା ସ୍ୱାତୀ ଜେନାଙ୍କୁ ଆକ୍ରମଣ କରିଥିଲେ ଏସ୍‌ପ୍ଲାନେଡ୍‌ କର୍ତ୍ତୃପକ୍ଷ । ଆଉ କହିଥିଲେ ପାର୍କିଂ ଫି ଆଦାୟ ହେଳେ ତମେ କହିବାକୁ କିଏ ? ଏସ୍‌ପ୍ଲାନେଡ୍‌ ମଲ୍‌ର ଜଣେ ଉଚ୍ଚପଦସ୍ଥ ମହିଳା ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମହିଳା ସାମ୍ବାଦିକା ସ୍ୱାତୀଙ୍କୁ ଧମକ ଦେଇଥିଲେ । ଆଉ ଖବର ପ୍ରସାରଣ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ । ଆଉ ସେଠାରୁ ଚାଲିଯିବାକୁ ଧମକ ଦେଇଥିଲେ ।

ଉଚ୍ଚପଦସ୍ଥ ମହିଳା ଅଧିକାରୀ ଜଣକ ଘଟଣାସ୍ଥଳରେ ପହଞ୍ଚିବା ପରେ ମହିଳା ସାମ୍ବାଦିକଙ୍କୁ ଅଧିକ ଆକ୍ରମଣ କରାଯାଇଛି । କ୍ୟାମେରା ଭାଙ୍ଗିବାକୁ ମଧ୍ୟ ଧମକ ଦିଆଯାଇଛି । ଅର୍ଗସ ଟିମ୍‌କୁ ଗୋଇଠା ମାରି, ବନ୍ଦୀ ରଖିଥିଲେ ।

Blank space
Advertising:

ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏସ୍‌ପ୍ଲାନେଡ୍‌ ମଲ୍‌ କର୍ମଚାରୀମାନେ ପ୍ରଥମେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ କରିଛନ୍ତି । ମହିଳା ସମ୍ବାଦିକ ଜଣକ ପ୍ରଥମେ ନିର୍ଭୀକ ଭାବେ ବେଆଇନ୍‌ ପାର୍କିଂ ସମ୍ବନ୍ଧୀୟ ଖବର ପ୍ରସାରଣ କରିଥିଲେ । ଆଉ ଏଥିରେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଆକ୍ରମଣ କରାଯାଇଛି ।

Mo sapath

Leave A Reply

Your email address will not be published.