[pj-news-ticker]

ଫୁଲୁଛି ବୁଢ଼ାବଳଙ୍ଗ, ବିପଦସଙ୍କେତ ତଳେ ପାଣି

0

* ଜିଲ୍ଲାରେ ହାରାହାରି ୨୮.୬୪ ମିମି ବର୍ଷା
* ବେତନଟୀରେ ସର୍ବାଧିକ ୭୮, ବାରିପଦାରେ ୭୫ମିମି

ବାରିପଦା:୨୦/୫(ନିରପେକ୍ଷଖବର)ମହାବାତ୍ୟା ଅମ୍ଫନ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ଆଂଶିକ ପ୍ରଭାବ ପଡିଛି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୭୪୪.୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବେତନଟୀରେ ସର୍ବାଧିକ ୭୮ମିମି ବର୍ଷା ହୋଇଥିବାବେଳେ ବାରିପଦାରେ ୭୫, ଶୁଳିଆପଦାରେ ୭୦, ଶ୍ୟାମାଖୁଣ୍ଟାରେ ୩୮, ବଡ଼ସାହିରେ ୫୪, ମୋରଡ଼ାରେ ୬୨, ରାସଗୋବିନ୍ଦପୁରରେ ୫୨.୪, କୁଳିଅଣାରେ ୩୭.୩, ସାରସକଣାରେ ୨୧, ବାଙ୍ଗିରିପୋଷିରେ ୩୩.୮, ଖୁଣ୍ଟାରେ ୨୦, ଗୋପବନ୍ଧୁନଗରରେ ୨୦, ଉଦଳାରେ ୩୫, କପ୍ତିପଦା ୪୦, ବିଶୋଇ ୧୦, ବିଜାତଳାରେ , ରାଇରଙ୍ଗପୁରରେ ୧୫, କୁସୁମୀରେ ୧୮, ଜାମ୍ଦା ୧୫, ବହଳଦା ୧୦.୬, ତିରିଂରେ ୮.୨, ଯଶୀପୁରରେ , କରଞ୍ଜିଆରେ ୯, ଠାକୁରମୁଣ୍ଡାରେ ୭.୩ ମିମି ବର୍ଷା ରେକର୍ଡ କରାଯାଇଛି। ଶୁକୃଳି ଓ ରରୁଁଆ ବ୍ଲକରେ ସର୍ବନିମ୍ନ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଜିଲ୍ଲାର ବୁଢ଼ାବଳଙ୍ଗ(ଅସ୍ତିଆ) ନଦୀ ଜଳସ୍ତର ବୃଦ୍ଧି ପାଉଛି। ମାତ୍ର ସନ୍ଧ୍ୟାସୁଦ୍ଧା ଏହା ବିପଦସଙ୍କେତ ୩୦.୯୨ ତଳେ ପ୍ରବାହିତ ହେଉଥିବା ଜିଲ୍ଲା ଜରୁରୀକାଳୀନ କକ୍ଷରୁ ସୂଚନା ମିଳିଛି। ସେହିପରି ରାସଗୋବିନ୍ଦପୁର ନିକଟରେ ବୁଢ଼ାବଳଙ୍ଗ ମଧ୍ୟ ବିପଦସଙ୍କେତ ତଳେ ଅଛି। ରାଜଘାଟ ନିକଟରେ ସୁବର୍ଣ୍ଣରେଖା, ଜୟପୁର ନିକଟରେ ସୁନୋ ଏବଂ ବାଲିମୁଣ୍ଡୁଳି ନିକଟରେ ଗଙ୍ଗାହାର ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ବିପଦସଙ୍କେତ ତଳେ ପ୍ରବାହିତ ହେଉଥିବା ସୂଚନା ମିଳିଛି। ଜିଲ୍ଲାରେ ଥିବା ବିଭିନ୍ନ ଜଳଭଣ୍ଡାରରେ ଗଚ୍ଛିତ ଥିବା ପାଣି ମଧ୍ୟ ଜିଲ୍ଲାପାଇଁ କୌଣସି ବିପଦର ସଙ୍କେତ ନାହିଁ ବୋଲି ସୂଚନା ମିଳିଛି। କାଳ, ସୁନେଇ, ହଳଦିଆ, ଜମ୍ଭୀରା,ଖଡ଼ାଖାଇ, ନେଶା ଏବଂ ବାଙ୍କବଳ ଜଳଭଣ୍ଡାରର ପଟୁ ମଧ୍ୟ କ‌ୌଣସି ବିପଦର କାରଣ ନାହିଁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରକାଶ। ଜିଲ୍ଲାରେ ହାରାହାରି ୨୮.୬୪ ମିମି ବର୍ଷା ରେକର୍ଡ କରାଯାଇଛି।ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ୮୦ ରୁ ଉର୍ଦ୍ଧ୍ବ ବିଦ୍ୟୁତ୍ ଖୁଣ୍ଟ ନଷ୍ଟ ହୋଇଥିବା ନେସ୍କୋ ପକ୍ଷରୁ ସୂଚନା ମିଳିଛି।ବହୁ ଶୀଘ୍ର ବିଜୁଳି ସେବା ସ୍ୱଭାବିକ କରାଯିବା ପାଇଁଁ ବାରିପଦା ଏବଂ ଉଦଳା ଡିଭିଜନରେ ବିଶେଷ ଭାବରେ କ୍ଷୟକ୍ଷତି ହୋଇଛି। ପବନର ବେଗ କମିଲେ ପେଟ୍ରୋଲିଂ ଦ୍ୱାରା ଯଥାଶୀଘ୍ର ବିଦ୍ୟୁତ ସେବା ସ୍ୱଭାବିକ କରାଯିବ ନେଇ ନେସ୍କୋ ଅଧକ୍ଷଙ୍କ ସୂଚନା।ବାତ୍ୟା ଅମ୍ଫନ୍‌ ମୁକାବିଲା ପାଇଁ ଜିଲାର ୨୦ ଜଣିଆ ଟିମ୍‌କୁ ନେଇ ଏକ ଏନ୍‌ଡିଆରଏଫ୍‌ ଟିମ୍‌ ପ୍ରସ୍ତୁତ ରହିଛନ୍ତି। ସେହିଭଳି ୪ଟି ଓଡ଼୍ରାଫ ଟିମ୍‌ ଓ ଜିଲାର ୨୫ଟି ଅଗ୍ନ୍ନିଶମର କେନ୍ଦ୍ରର କର୍ମଚାରୀମାନେ ସଜାଗ ହୋଇ ରହିଛନ୍ତି। ଜିଲାର ବିଭିନ୍ନ ସ୍ଥାନରେ ଗଛ ପଡ଼ିଥିବା ବେଳେ ତାହାକୁ କଟା ଯାଇ ରାସ୍ତାକୁ ସଫା କରାଯାଉଛି। ସେହିଭଳି ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀରେ ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି। ଗୃହପାଳିତ ପଶୁମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନରେ ରଖାଯାଇ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଉଛି।ଅମ୍ଫାନ ବାତ୍ୟା ପ୍ରଭାବିତ ବର୍ଷା ଏବଂ ପବନ କୁ ମୁକାବିଲା କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାରେ ୧୭ ଟି ବ୍ଲକ ରେ ଅସ୍ଥାୟୀ ଆଶ୍ରୟସ୍ଥଳୀ। ଆଜି ସନ୍ଧ୍ୟାସୁଦ୍ଧା ଏହି ସମସ୍ତ ବ୍ଲକ ଏବଂ ବାରିପଦା ପୌରପରିଷଦରେ ୯୯୧ଟି ଅସ୍ଥାୟୀ ଶିବିରରେ ୨୧୧୧୬ ଲୋକ ମାନଙ୍କୁ ରଖାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।ଜିଲ୍ଲା ର ବିଭିନ୍ନ ବିଭାଗର କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.