[pj-news-ticker]

ଭାରରେ ଦୁଇ ପୁଅଙ୍କୁ ବସାଇ ୧୨୦ କିମି ଚାଲିଲା ବାପା

0

ବାରିପଦା(ନିରପେକ୍ଷଖବର): ତା-୧୬/୫/ ସ୍ନେହ ଓ ମମତା ପାଖରେ କେହି ପ୍ରତିବନ୍ଧକ ସାଜିପାରନ୍ତି ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ହେଉ କି ମହାମାରୀ କରୋନାର ଭୟ ସେ ସମ୍ପକରେ କେହି ବି ପାଚେରୀ ହୋଇ ଛିଡ଼ା ହୋଇପାରିବେନି। ସେ ପୁଣି ବାପ ଓ ପୁଅର ସମ୍ପର୍କ। ଲକ ଡାଉନ ସମୟରେ କାମଧନ୍ଦା କିଛି ନ ପାଇ କାନ୍ଦରେ ଭାର କରି ନିଜ ପୁଅକୁ ବସାଇ ବାପା ଘରକୁ ଫେରିଛି। ଗାଡି ମୋଟର ସବୁ ବନ୍ଦ ରହିଥିବାରୁ ଯାଜପୁରରୁ ମୟୁରଭଞ୍ଜ ଦୀର୍ଘ ୧୨୦ କିଲୋମିଟର ଚାଲି ଚାଲି ଆସିଛି। ବାପ ପୁଅର ମମତା ପାଖରେ ସବୁକିଛି କଷ୍ଟ ଯନ୍ତ୍ରଣା ପାର କରିପାରେ ତାକୁ ପ୍ରମାଣ କରି ଦେଖାଇଛନ୍ତି ଏହି ଦାଦନ। ଏକ ଭାର ସାହାଯ୍ୟରେ ନିଜ ଦୁଇ ଛୁଆ ଓ ବସ୍ତା ବୋହିକି ଚାଲିଥିବାର ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ,ମୟୁରଭଞ୍ଜ ଜିଲ୍ଲାର ମୁରୁଡ଼ା ବ୍ଲକର ବଳଦିଆ ଅଞ୍ଚଳର ଏହି ଲୋକ ଜଣକ ଯାଜପୁର ଅଞ୍ଚଳରେ ରହି ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ।ଲକ ଡାଉନ ହେବା ଫଳରେ କାମ ଧନ୍ଦା ମିଳିନଥିଲା,ଯାହା ଫଳରେ ପରିବାରର ପ୍ରତିପୋଷଣ କରିବା କଷ୍ଟକର ହୋଇଗଲା।କିନ୍ତୁ ଯାନବାହନ ଚଳାଚଳ ବନ୍ଦ ଥିବାରୁ ଘରକୁ ଫେରିବା ଅସମ୍ଭବ ହୋଇଗଲା।ଶେଷରେ ସେ ଅନ୍ୟ ବାଟ ନ ପାଇଁ ଭାରରେ ନିଜ ଛୁଆକୁ ବୋହି ସ୍ତ୍ରୀଙ୍କୁ ଧରି ଚାଲିଲେ ନିଜ ଭିଟାମାଟି କୁ।ଦୀର୍ଘ ୭ ଦିନ ପରେ ୧୨୦ କିମିରୁ ଉର୍ଦ୍ଧ୍ବ ବାଟ ଅତିକ୍ରମ କରି ଆସି ନିଜ ଅଞ୍ଚଳରେ ପହଞ୍ଚିଛନ୍ତି। ମହାମାରୀ କରୋନା ଲାଗି ଦେଶବ୍ୟାପୀ ଲକ୍‌ଡାଉନ କରାଯାଇଥିବାରୁ ବାହାରେ ରହି କାମ କରୁଥିବା ଶ୍ରମିକଙ୍କ ଜୀବନ ଦୁର୍ବିଷହ ହୋଇପଡିଛି।ବାଣିଜ୍ୟ ଶିଳ୍ପ ବନ୍ଦ ହେବା ପରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଶ୍ରମିକ। କିଏ ସାଇକେଲରେ ତ କିଏ ଚାଲି ଚାଲି ନିଜ ଭିଟାମାଟିକୁ ଫେରୁଛନ୍ତି।ଯାନବାହନ ଚଳାଚଳ ବନ୍ଦ ହୋଇଯିବା ପରେ କେଉଁ ଶ୍ରମିକ ଶତାଧିକ କିଲୋମିଟର ପାଦରେ ଚାଲି ଅଧାବାଟରେ ଜୀବନ ହାରୁଛନ୍ତି ତ ଆଉ କିଏ ବିକଳରେ ଗୋରୁଙ୍କ ଭଳି ଟ୍ରକ୍‌ରେ ବୁହାହୋଇ ଯାଉଛନ୍ତି।ସେହି ଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାରେ।ଏହି ଖବର ପାଇବା ପରେ ତାଙ୍କୁ ରାଜ୍ୟ କୃଷି ଶିଳ୍ପ ନିଗମ ଅଧକ୍ଷ ଦେବାଶିଷ ମହାନ୍ତି ତାଙ୍କ ପରିବାରକୁ ଥୋଇଥାନ କରିବା ସହିତ ସହାୟତା ଯୋଗାଇ ଦେଇଥିଲେ।ବର୍ତ୍ତମାନ ତାଙ୍କୁ କାରେନଟାଇନ ସେଣ୍ଟରରେ ରଖାଯାଇଛି।

Leave A Reply

Your email address will not be published.