Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

କରୋନା ଯନ୍ତ୍ରଣାରେ ଦାଦନ କାନ୍ଦୁଛି…

ଫେରିଛନ୍ତି କିଛି ପ୍ରବାସୀ ରହିଛନ୍ତି ଆହୁରି ଅନେକ

0

ବାରିପଦା(ନିରପେକ୍ଷ ଖବର)ତା-୧୫/୫ -କରୋନା ଯନ୍ତ୍ରଣାରେ କାନ୍ଦୁଛନ୍ତି ଦାଦନ।ଗତ ଦୁଇ ମାସ ହେଲା ଆଖିର ଲୁହ ପାଟିରେ ପିଇ ଘରକୁ ଫେରିବା ବାଟକୁ ଚାହିଁ ବସିଛନ୍ତି। ଯିଏ ଫେରିଛି ସେମାନେ ଅପବାଦ ମୁଣ୍ଡାଉଛନ୍ତି, ଆଉ ଯିଏ ଫେରିପାରୁନାହିଁ ଭୋକ ଉପାସରେ ଦିନ କାଟୁଛନ୍ତି। ମହାମାରୀ କରୋନାର କରାଳ ରୂପରେ ହନ୍ତସନ୍ତ ହେଉଛନ୍ତି ପ୍ରବାସୀ। କେବେ ଲକ୍ ଡାଉନ୍ ଖୋଲିବ ଏମାନଙ୍କ ଦୁଃଖ ସରିବ,ତାକୁ ଆଶା ବାନ୍ଧି ବସିଛନ୍ତି ଦାଦନ ଖଟିବାକୁ ଯାଇଥିବା ପ୍ରବାସୀ ମାନେ।

କରୋନା ମହାମାରୀ ଅନ୍ତର୍ଜାତୀୟ ବିପର୍ଯ୍ୟୟ ଘୋଷଣା ହୋଇଥିବା ବେଳେ ସାରା ଭାରତ ବର୍ଷରେ ଜାରୀ ହୋଇଛି ଲକ୍ ଡାଉନ୍ । ପ୍ରଥମ ପର୍ଯ୍ୟାୟ ଲକ୍ ଡାଉନ୍ ବେଳେ କେନ୍ଦ୍ର ସରକାର ଯିଏ ଯେଉଁଠି ରହିଛନ୍ତି ସେହିଠାରେ ରହିବାକୁ ନିୟମ କରିଥିଲେ। ବହୁ ସମସ୍ୟା ଓ ଆଶଙ୍କା ଭିତରେ ଲୋକେ ଘରୁ ନବାହାରି ଘର ଭିତରେ ରହି କୋଭିଡ-୧୯ର ଚେନ ଭାଙ୍ଗିବାରେ ସରକାରଙ୍କୁ ସାହାର୍ଯ୍ୟ କଲେ । ତେବେ ସବୁଠୁ ବେଶୀ ସମସ୍ୟାରେ ପଡିଲେ ପ୍ରବାସୀ ଶ୍ରମିକ ମାନେ । ଯେଉଁମାନେ ଘରଛାଡି ରୋଜଗାର ପାଇଁ ହଜାର ହଜାର କିଲୋମିଟର ଦୂର ପ୍ରବାସରେ ରହି ଶ୍ରମିକ ଭାବରେ କାମ କରି ନିଜ ପେଟ ପୋଷୁଥିଲେ । କାମଧନ୍ଦା ବନ୍ଦ ହୋଇଗଲା। ଗାଡି ମଟର,ଟ୍ରେନ ଆଦି ସବୁ ଗମନାଗମନକୁ ବନ୍ଦ କରି ଦିଆଗଲା । ସେମାନଙ୍କ ପାଖରେ ଯାହା ସମ୍ବଳ ଥିଲା ମାତ୍ର କେଇଟା ଦିନରେ ସରିଗଲା । କାମ ବନ୍ଦ ଥିବାରୁ ମାଲିକ ସେମାନଙ୍କ ଦୁଃଖ ବୁଝିଲେ ନାହିଁ । ଭଡାଘରୁ ଘରମାଲିକ ସେମାନଙ୍କୁ ବାହାର କରିଦେଲେ । ଶ୍ରମିକ ମାନେ ଅସୁରକ୍ଷିତ ଭାବରେ ଛୁଆପିଲା ଧରି ବାହାରି ଆସିଲେ ରାସ୍ତାକଡ଼କୁ।

Blank space

କିଛି ଦିନରେ ପରିସ୍ଥିତି ସ୍ୱଭାବିକ ହୋଇଯିବ ଭାବି ସବୁ ସମ୍ଭାଳି ନେବାକୁ ବସିଥିବା ବେଳେ ପ୍ରଧାନମନ୍ତ୍ରୀ ଲାଗୁ କଲେ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ । ଆହୁରି କଡାକଡି ହେଲା ନିୟମ । ଏଣେ କରୋନା ସଂକ୍ରମଣ ଭୟଠାରୁ ବଢିଗଲା ପେଟର ଭୋକ । ନିଜର ତଥା ନିଜ ପରିବାରର ଅସୁରକ୍ଷିତ ଅବସ୍ଥା ସେମାନଙ୍କୁ କରିଦେଲା ବିଚଳିତ।ପ୍ରବାସୀ ଶ୍ରମିକ ମାନେ କିଏ ସାଇକେଲରେ, କିଏ ଟ୍ରଲିରେ, କିଏ ଚାଲିଚାଲି, କିଏ ମାଲବାହି ଗାଡି ଯିଏ ଯାହା ସାଧନ ପାଇଲା ତାକୁ ପାଥେୟ କରି ଭୋକିଲା ପେଟରେ ଚାଲିଲେ ମାଇଲ ମାଇଲ ବାଟ । ବାସ୍ତବରେ ଏହା ବହୁ ହୃଦୟଥରା କରୁଣ ଦୃଶ୍ୟ । ବାଟରେ ଚାଲୁଚାଲୁ କେତେ ଲୋକଙ୍କ ଜୀବନବି ଗଲା ।

ପୁଣି ଏହି ସମସ୍ୟା ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ବେଳକୁ ଆହୁରି ବଢିଗଲା । ସରକାର ରାଜ୍ୟ ସରକାର ମାନଙ୍କୁ ନିଜନିଜ ରାଜ୍ୟର ଶ୍ରମିକ ମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବାର ନିୟମ କଲେ । ନିୟମ ଅନୁଯାୟୀ କଟକଣା ଭିତରେ ସବୁ ଶ୍ରମିକ ନା ପାଇଲେ ସ୍ୱତନ୍ତ୍ର ଟ୍ରେନ ନା ସ୍ୱତନ୍ତ୍ର ବସ । ପୁଣି ବସରେ ଆସିବାରୁ ଅଧିକ ସଂକ୍ରମଣର ଭୟ ରହିବାରୁ ଟ୍ରେନରେ ସାମାଜିକ ଦୂରତା ବଜାୟ ରଖାଯାଇ ପାରିବ ବୋଲି କହି ଟ୍ରେନରେ ଆସିବାକୁ ନିୟମ କରାଗଲା । ତା ମଧ୍ୟରେ ହାଇକୋର୍ଟ ପ୍ରବାସୀ ଶ୍ରମିକଙ୍କୁ ନିଜରାଜ୍ୟକୁ ଆଣିବାକୁ କଟକଣା ଲଗାଇଲେ । ଅବଶ୍ୟ ଗୋଟିଏ ଦିନ ପରେ ସୁପ୍ରିମ କୋର୍ଟ କଟକଣାକୁ କହୋଳ କରିଦେଇଥିଲେ । ତେବେ ଯାହାବି ହେଉନା ଅଦ୍ୟାବଧି ସାରା ଦେଶରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଦୟନୀୟ ଅବସ୍ତାରେ ନିଜନିଜ ରାଜ୍ୟକୁ ଫେରିବାର ଦେଖାଯାଉଛି । ମାଲବୋଝେଇ ଟ୍ରକ ଉପରେ, ସାଇକେଲରେ, ପାଦରେ ଚାଲିଚାଲି ଅସୁରକ୍ଷିତ ଭାବରେ ଫେରୁଛନ୍ତି ନିଜର ଜନ୍ମମାଟିକୁ ।

ଦେଶ ନିର୍ମାଣରେ ଶ୍ରମିକ ମାନଙ୍କୁ ବିଶ୍ୱକର୍ମା କୁହାଯାଉଥିବା ବେଳେ ଆଜି କରୋନା ଏମାନଙ୍କୁ ଦିଗହରା କରାଇଦେଇଛି। ସେପଟେ ଏମାନଙ୍କୁ ଥଇଥାନ କରାଇବାରେ ସରକାର ବିଫଳ ହୋଉଥିବା ସାଧାରଣରେ ଆଲୋଚନା ହେଉଛି।

Mo sapath

Leave A Reply

Your email address will not be published.