Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ରଙ୍ଗିଲା ପୋଲିସ୍ ବାବୁ ରାକେଶ ଶେଷରେ ଆଇନ୍ ଜାଲରେ ଧରା ପଡ଼ିଲେ।

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୪/୦୫ ରଙ୍ଗିଲା ପୋଲିସ୍ ବାବୁ ଶେଷରେ ଆଇନ୍ ଜାଲରେ ଧରା ପଡ଼ିଲେ। ଭଲପାଇବା, ଧୋକା ଓ ଠକେଇ ମାମଲାରେ ଫେରାର ଥିବା କ୍ୟାପିଟାଲ ଥାନାର ନିଲମ୍ବିତ ପୋଲିସ୍ ସବ୍-ଇନସ୍ପେକ୍ଟର ରାକେଶ ସାମଲ ଆଇନ୍ ଜାଲରେ ଧରାପଡ଼ିଲେ। ରାଉରକେଲା ପୁଲିସ୍ ର ସହଯୋଗରେ କମିଶନରେଟ ପୁଲିସ୍ ରାକେଶକୁ ଠାବ କରିଛି । ରାଉରକେଲା ରଘୁନାଥପାଲ୍ଲୀ ଥାନା ପୁଲିସ୍ ରାକେଶକୁ ଅଟକ ରଖିଛି । କମିଶନରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ ତାକୁ ଆଣିବାକୁ ରାଉରକେଲା ଗସ୍ତ କରିଛି । ଜେରା ପରେ ରାକେଶ ଠାରୁ ଗାଡ଼ି ଚୋରି ନେଇ ତଥ୍ୟ ସଂଗ୍ରହ କରିବ ବୋଲି ପୁଲିସ ଆଶା ରଖିଛି । ରାକେଶ ବିରୋଧରେ ମହିଳା ଥାନାରେ ଦଫା ୩୭୬, ୩୧୩, ୫୦୬ ଏବଂ ୪୨୦ରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୋଗ ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଯୁବତୀ ଭୁବନେଶ୍ୱରରେ ଭଡ଼ାରେ ରହି ଏକ ଘରୋଇ କମ୍ପାନୀରେ ଚାକିରୀ କରିଛନ୍ତି । ୨୦୧୯ ଅଗଷ୍ଟ ମାସରେ ସୋସିଆଲ ମିଡ଼ିଆ ଜରିଆରେ ତାଙ୍କର ପୁଲିସ୍ ଏସଆଇ ରାକେଶ ସହ ପରିଚୟ ହୋଇଥିଲା । ପରେ ଯୁବତୀ ଜଣକ ସହ ରାକେଶ ନିୟମିତ କଥାବାର୍ତା ହେବା ସହ ନିଜେ ଜଣେ ପୁଲିସ୍ ବୋଲି ପରିଚୟ ଦେଇଥିଲେ । ଯୁବତୀ ଜଣକ ଏକ ଗାଡି କିଣିବାକୁ ଚାଂହୁଥିବା ବେଳେ ସେ ତାଙ୍କୁ କମଦାମରେ ଗାଡି ଯୋଗାଇ ଦେବାକୁ କହିଥିଲେ । ଏଥିପାଇଁ ମହିଳାଙ୍କ ଠାରୁ ୫ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ । ପରବର୍ତି ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହେବା ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ରାକେଶ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ଏପରକିି ଦୁହେଁ ଲିଭ ଇନ୍ ରିଲେସନସିପ୍ ରେ ରହିଥିଲେ । ୨୦୨୦ ଜାନୁଆରୀରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ ।ସେଥିପାଇଁ ସେ ପୋଲିସ୍ ବାବୁଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ । ହେଲେ ରାକେଶ ତାଙ୍କୁ ପୋଲିସ୍ ପଦବୀର ଦୁରୁପଯୋଗ କରିବା ସହ ଭୟ ଦେଖାଇ ଗର୍ଭନଷ୍ଟ କରିବାକୁ କହିଥିଲେ । ପିିଡ଼଼ିତା ମନା କରିବାରୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ପରେ ରାକେଶ ଶେଷରେ ବନ୍ଧୁକ ଦେଖାଇ ଭୟଭୀତ କରି ତାଙ୍କୁ ମେଡିସିନ ଦେଇ ଗର୍ଭନଷ୍ଟ କରାଇଥିଲେ । ଏହା ପରେ ସେ ତାଙ୍କ ସହ ସମସ୍ତ ସମ୍ପର୍କ ମଧ୍ୟ ଛିନ୍ନ କରି ଦେଇଥିଲେ । ଏପରିକି ଗାଡି ପାଇଁ ନେଇଥିବା ଟଙ୍କା ଫେରସ୍ତ ମଧ୍ୟ କରିନଥିଲେ। ପିିଡ଼଼ିତା ରାକେଶଙ୍କ ସହ ବାରମ୍ବାର ଯୋଗାଯୋଗ କରିିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା । ଏପରିକି ରାକେଶଙ୍କ ପରିବାର ଲୋକେ ତା’ ସମ୍ପର୍କରେ କିଛି କହିନଥିଲେ । ଶେଷରେ ନିରାଶ ହୋଇ ପୀଡିତା ଜଣକ ମହିଳା ଥାନାରେ ଏତଲା ଦେଇଥିଲେ । ପୁଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ରାକେଶ ଗତ ଏକମାସ ହେଲା ବିନା ଦରଖାସ୍ତରେ ଛୁଟିରେ ଥିବାରୁ ପୁଲିସ୍ ତାଙ୍କୁ ଧରିବାକୁ ଚେଷ୍ଟା ଚଳାଇଥିଲା ।

Mo sapath

Leave A Reply

Your email address will not be published.