ବାରିପଦା(ନିରପେକ୍ଷ ଖବର)ତା-୧୬/୦୪-ମୟୁରଭଞ୍ଜରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାର ଦିନକ ପରେ ଭି କେ ପଣ୍ଡିଆନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।କରୋନା ପାଇଁ ୫ଟି ସଚିବ ଭି କେ ପଣ୍ଡିଆନ ତତ୍ପରତା ଦେଖାଇଛନ୍ତି। କୋରୋନା ଭାଇରସର ମୁକାବିଲା ପାଇଁ ଓଡିଶା ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ଚଳିତ ମାସ ସୁଦ୍ଧା ରାଜ୍ୟର ୩୬ଟି ସ୍ଥାନରେ ୬୦୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ ସ୍ଥାପନ ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ଆଗାମୀ ଏକ ସପ୍ତାହ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଲାରେ କୋଭିଡ୍ ହସ୍ପିଟାଲ୍ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।ମୟୁରଭଞ୍ଜ ଜିଲ୍ଲା ଆଦାନୀ କିସ ପରିସରରେ କାର୍ଯ୍ୟକ୍ଷମ ହୋଇଛି ସ୍ବତନ୍ତ୍ର କୋଭିଡ-19 ହସ୍ପିଟାଲ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ରୁ ଭିଡ଼ିଓ କଂଫେରେନ୍ସିଂଗ ଜରିଆରେ ଶୁଭ ଉଦଘାଟନ କରିଥିଲେ।ମୟୁରଭଞ୍ଜ ଜିଲ୍ଲାରେ ୨୦ଟି ICU ସହ ୨୦୦ ଶଯ୍ୟା ବିଶିଷ୍ଟ ଏହି ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲ ବୁଧବାର ଠାରୁ କାର୍ଯ୍ୟକ୍ଷମ ହୋଇଛି।
ଏହାର ସ୍ଥିତି ପରିଦର୍ଶନ କରିବା ପାଇଁ ୫ଟି ସଚିବ ଭି କେ ପଣ୍ଡିଆନ ଆସିଛନ୍ତି।ଏଥି ସହିତ ବାଲେଶ୍ଵର ଓ କେନ୍ଦୁଝର ଜିଲ୍ଲାର କୋଭିଡ଼ ହସ୍ପିଟାଲର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
[pj-news-ticker]
Next Post