[pj-news-ticker]

ସଚେତନତା ପାଇଁ ପୋଲିସ୍ ର ଅଭିନବ ଉପାୟ

0

ବାରିପଦା(ନିରପେକ୍ଷ ଖବର)ତା-୨୬/୦୩-ଲକ୍ ଡାଉନ୍ ନିୟମ ଅବମାନନା କରି ବିଚ୍ ରାସ୍ତାରେ ଉଠ୍ ଵସ୍ ହେଲେ। କରୋନା ପାଇଁ ଜାରି କରାଯାଇଥିବା ଲକ୍ ଡାଉନ୍ ନିୟମ ଭାଙ୍ଗି ଦଣ୍ଡିତ ହେଲେ। କରୋନାକୁ ହରାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲଢ଼େଇ ଜାରି ରଖିଛନ୍ତି। କେଉଁ ରାଜ୍ୟରେ ଗୁଳି କରିବାକୁ ନିର୍ଦ୍ଧେଶ ଦିଆଯାଉଥିବା ଖବର ଆସୁଥିବା ବେଳେ ଆଉ କେଉଁଠି ଦେଶ ଦ୍ରୋହୀର ଆଖ୍ୟା ଦିଆଯାଉଛି। ହେଲେ ବାରିପଦା ସହରରେ ଲକ୍ ଡାଉନ୍ ନିୟମ ଭାଙ୍ଗୁ ଥିବା ଲୋକଙ୍କୁ ଏକ ନିଆରା ଢଙ୍ଗରେ ସଚେତନ କରାଯାଉଛି।ଗୁରୁବାର ସନ୍ଧ୍ୟା ରେ ଏହି ନିୟମକୁ ଅବମାନନା କରିଥିବା ଲୋକଙ୍କୁ ବିଚ ରାସ୍ତାରେ ଉଠ୍ ବସ୍ କରାଯାଇଥିବା ଦେଖିବାକୁ ମିଳିଥିଲା। କୌଣସି କାମ ନ ଥାଇ ବାହାରକୁ ଗଲେ ଦଣ୍ଡିତ ହେବାକୁ ପଡ଼ିବ ବୋଲି ପୂର୍ବରୁ ପୋଲିସ ପକ୍ଷରୁ ସଚେତନ ମଧ୍ୟ କରାଯାଇଛି। କରୋନାର କରାଳ ରୂପରୁ ରାଜ୍ୟ ବାସୀଙ୍କୁ ରକ୍ଷା କରିବା ପାଇଁ ଜିଲ୍ଲା ପୋଲିସ୍ ର ଏଭଳି ପ୍ରୟାସଟି ପ୍ରଶଂସା ଯୋଗ୍ୟ ଅଟେ। ଆଜି ବାରିପଦାରେ ଏଭଳି କିଛି ଦୃଶ୍ୟ ନଜରକୁ ଆସିଥିଲା ଯାହାକୁ ଦେଖିଲେ ଆପଣମାନେ ବାହାରକୁ ବିନା କାରଣରେ ଯିବା କଥା ଆଉ ଚିନ୍ତା ବି କରିବେ ନାହିଁ।

Leave A Reply

Your email address will not be published.