Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ରାଜ୍ୟସଭା ନିର୍ଵାଚନ: ସରୋଜିନୀ ହେମ୍ବ୍ରମ ନେଇ ଚର୍ଚ୍ଚା ଜୋର।

0

ବାରିପଦା(ନିରପେକ୍ଷ ଖବର)ତା-୦୪/୦୩-ଋାଜ୍ୟର ସର୍ବବୃହତମ ଜିଲ୍ଲା ମୟୂରଭଞ୍ଜ ହୋଇଥିବା ବେଳେ ଆଦିବାସୀ ବହୁଳ ଜିଲ୍ଲା ଭାବେ ପରିଗଣିତ ହେଉଛି । ଆଦିବାସୀ ବହୁଳ ଜିଲ୍ଲାରେ ବିଜୁ ଜନତାଦଳର ଆଗଧାଡିର ମହିଳା ନେତ୍ରୀ ସରୋଜନୀ ହେମ୍ବ୍ରମ୍ ବିଭିନ୍ନ ପଦପଦବୀରେ ରହି ମୟୂରଭଞ୍ଜ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି ।

Advertising:
Blank space

ସରୋଜୀନି ହେଉଛନ୍ତି ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀଙ୍କ ଝିଅ । ରାଜନୈତିକ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ୨୦୦୦ରେ ଚାକିରି ଛାଡି ରାଜନିତିରେ ପାଦ ଥାପି ଥିଲେ ।ପ୍ରଥମେ ସେ ୨୦୦୯ ମସିହାରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳିରୁ ବିଧାୟିକା ଭାବେ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ । ହସ୍ତତନ୍ତ୍ର ଓ ହସ୍ତ ଶିଳ୍ପ ବିଭାଗର ମନ୍ତ୍ରୀ ପଦରେ ରହି ସୁଚାରରୂପେ କାର୍ଯ୍ୟ ସମ୍ପାଦନା କରିଥିଲେ । ପଦରେ ରହି ମୁଖ୍ୟମନ୍ତ୍ରୀ ଙ୍କ ବିଶ୍ୱସ୍ତ ହୋଇଥିବାରୁ କାର୍ଯ୍ୟକାଳ ସରିବା ପୂର୍ବରୁ ସେ ରାଜ୍ୟସଭାକୁ ମନୋନିତ ହୋଇଥିଲେ । ତେବେ ରାଜ୍ୟସଭାରେ ଅଧିବେଶନ ସମୟରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସମସ୍ୟା ବିଷୟରେ ଉପସ୍ଥାପନ କରି ସେ ବେଶ ଚର୍ଚ୍ଚାର ପରିସରକୁ ଆସିଥିଲେ । ବିଶେଷ କରି ରାଜ୍ୟସଭାରେ ପ୍ରଥମ କରି ସାନ୍ତାଳୀ ଭାଷାରେ ଅଭିଭାଷଣ ଦେଇ ମୟୁରଭଂଜ ଜିଲ୍ଲା ବାସୀ ଙ୍କ ମନ କିଣି ପାରିଛନ୍ତି । ରାଜ୍ୟସଭାରେ ତାଙ୍କ କାର୍ଯ୍ୟକାଳ ସମୟରେ ୩୬୪ଟି ପ୍ରଶ୍ନ ପଚାରି ଜିଲ୍ଲା ତଥା ରାଜ୍ୟରେ ବେଶ ପ୍ରଶଂସାର ପାତ୍ର ସାଜି ପାରିଛନ୍ତି । ଜିଲ୍ଲାର ଉନ୍ନତି ନିମନ୍ତେ ଏବେବି ସେ ତାଙ୍କ ଉଦ୍ୟମ ଜାରି ରଖିଛନ୍ତି। ମହିଳା ନେତ୍ରୀ ଭାବେ ସେ ଜିଲ୍ଲା ବାସୀ ଙ୍କ ମନ କିଣି ପାରିଛନ୍ତି।ଓଡ଼ିଶାର ୪ ଜଣ ରାଜ୍ୟସଭା ସାଂସଦଙ୍କ ରାଜନୀତି କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୫ରେ ଶେଷ ହେବାକୁ ଯାଉଛି ।ଏଥି ପାଇଁ ମାର୍ଚ୍ଚ ୨୬ ରେ ନିର୍ବାଚନ ଅନୁଷ୍ଠିତ ହେବ। ଓଡିଶା ର ରାଜ୍ୟସଭା ୪ ସାଂସଦ ମଧ୍ୟରେ ମୟୁରଭଂଜ ରୁ ସରୋଜିନୀ ହେମ୍ବ୍ରମ ଙ୍କ ରାଜ୍ୟସଭା ସାଂସଦ ଙ୍କର କାର୍ଯ୍ୟକାଳ ମଧ୍ୟ ଏପ୍ରିଲ ୨ରେ ଶେଷ ହେବ। ତେବେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ କୁଁ ପୁନର୍ବାର ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ମନୋନୟ କରିବେ ବୋଲି ଚର୍ଚ୍ଚା ହେଉଛି।ରାଜ୍ୟସଭା ରେ ଓଡିଶାରୁ ଏକମାତ୍ର ଆଦିବାସୀ ମହିଳା ସାଂସଦ ହେଉଛନ୍ତି ସରୋଜିନୀ ହେମ୍ବ୍ରମ।ଅନ୍ୟକେହି ଆଦିବାସୀ ସାଂସଦ ରାଜ୍ୟସଭାରେ ନାହାନ୍ତି।ତେଣୁ ରାଜ୍ୟସଭାରେ ପୂନର୍ବାର ତାଙ୍କୁ ବିଜୁ ଜନତା ଦଳ ପକ୍ଷରୁ ମନୋନୀତ କରିବାର ସମ୍ଭାବନା ରହିଛି।ଏଥି ନେଇ ଚର୍ଚ୍ଚା ଜୋର ମଧ୍ୟ ଧରିଛି।ରାଜ୍ୟସଭାରେ ସାଂସଦ ସରୋଜିନି ହେମ୍ବ୍ରମ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି।ଏଥି ସହିତ ବିଜୁ ଜନତା ଦଳର ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ମଧ୍ୟ ଆସ୍ଥା ଭାଜନ ହୋଇପାରିଛନ୍ତି।ଗତ ୨୦୧୯ ସାଧାରଣ ନିର୍ବାଚନରେ ଲୋକସଭା ସମେତ ୬ ଟି ବିଧାନସଭା ରେ ବିଜେପି ଜିତି ମୟୁରଭଞ୍ଜ ଜିଲାରେ ବିଜୁ ଜନତା ଦଳର ବିପର୍ଯ୍ୟୟ ଘଟିଥିଲା। ରାଜ୍ୟରେ ଐତିହାସିକ ବିଦ ସଫଳତା ଇର ହୋଇଛି । ବର୍ତ୍ତମାନ ବିଜୁ ଜନତା ଦଳର ରାଜନୀତି ଫୋକସ ରେ ରହିଛି ମୟୁରଭଂଜ।ବିଜେଡି ର ଟାଣୁଆ ବିଧାୟକ ତଥା ପର୍ଯ୍ୟବେକ୍ଷକ ଦାୟିତ୍ୱ ରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ।ତେବେ ଆଗକୁ ରାଜ୍ୟସଭା ସାଂସଦ ନିର୍ବାଚନ ଥିବା ବେଳେ ଏହି ଆଦିବାସୀ ଟାଣୁଆ ମହିଳା ନେତ୍ରୀଙ୍କୁ ନିର୍ଵାଚିତ କରିବା ନେଇ ଯେଉଁ ଚର୍ଚ୍ଚା ଜୋର ଧରିଛି ତାହା କଣ ହବ ଖୁବ ଶୀଘ୍ର ଜଣା ପଡିବ।

Mo sapath

Leave A Reply

Your email address will not be published.