Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

୧୫୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କିଂ କମିଟି ବୈଠକ….

ଡିଜିଟାଲ୍‌ ପଇଠ ମାଧ୍ୟମରେ ହିତାଧିକାରୀମାନଙ୍କୁ ସିଧାସଳଖ ଅର୍ଥ ହସ୍ତାନ୍ତର ଓ ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇବାରେ ବ୍ୟାଙ୍କମାନେ କିପରି କାର୍ଯ୍ୟ କରିବେ ସରକାର ସେଥି ପ୍ରତି ଗୁରୁତ୍ୱ ଦେଉଛନ୍ତି।

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨/୧୨/୨୦୧୯,ରାଜ୍ୟରେ ଆର୍ଥିକ ବିକାଶ କ୍ଷେତ୍ରରେ ଏସ୍‌ଏଲ୍‌ବିସି, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ନାବାର୍ଡ, ଅର୍ଥ ବିଭାଗ ଏବଂ ସମସ୍ତ ବ୍ୟାଙ୍କିଂ କ୍ଷେତ୍ରର ସହଭାଗିତା ଜାରି ରହି ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟ ସକି୍ରୟ ଭାବେ ସଂପାଦନା କରାଯାଉଥିବା ସଂପର୍କରେ ଆଜିର ୧୫୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କିଂ କମିଟି ବୈଠକରେ ଆଲୋଚନା ହୋଇଥିଲା ।     ଏହି ବୈଠକରେ ଉଦ୍‌ବୋଧନ ଦେଇ ଅର୍ଥ, ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ସାଂପ୍ରତିକ ବ୍ୟାଙ୍କ ଦୃଶ୍ୟପଟରେ ଟଙ୍କା ଉଠାଣ କାର୍ଯ୍ୟ ନିମନ୍ତେ ଗ୍ରାମାଞ୍ଚଳର ବ୍ୟବସାୟିକ ପ୍ରତିନିଧି ସୁଚାରୁ ରୂପେ କାର୍ଯ୍ୟ କରିବା
ଅତ୍ୟନ୍ତ ଅପରିହାର୍ଯ୍ୟ । ମାଓ ଉପଦ୍ରୁତ ଜିଲ୍ଲାଗୁଡ଼ିକରେ ବ୍ୟବସାୟିକ ପ୍ରତିନିଧିମାନେ ଇଣ୍ଟରନେଟ୍‌ ସଂଯୋଗ ପାଇବା
ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହିସବୁ ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କିଂ ସେବାର ଉନ୍ନତି ପାଇଁ ନାବାର୍ଡ ଓ ଏସ୍‌ଏଲ୍‌ବିସି ମଧ୍ୟରେ ଆଲୋଚନା ହୋଇ ଭିସାଟ୍‌ ମାଧ୍ୟମରେ ଇଣ୍ଟରନେଟ ସେବା ଉପଳବ୍ଧ କରାଯିବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ ।ରାଜ୍ୟର ଯେଉଁ ଗ୍ରାମପଞ୍ଚାୟତଗୁଡ଼ିକରେ ସ୍ଥାୟୀ ବ୍ୟାଙ୍କ ନାହିଁ ସେଠାରେ ନୂଆ ବ୍ୟାଙ୍କ ଖୋଲିବା ପାଇଁ ଏକ କମିଟି ଗଠନ କରାଯାଇଛି । ହିତାଧିକାରୀମାନଙ୍କୁ ସିଧାସଳଖ ଅର୍ଥ ହସ୍ତାନ୍ତର (ଡିବିଟି) ବ୍ୟବସ୍ଥା ଡିଜିଟାଲ୍‌ ପଇଠ ମାଧ୍ୟମରେ କରାଯିବାକୁ ରାଜ୍ୟ ସରକାର ପ୍ରାଧନ୍ୟ ଦେଉଛନ୍ତି । ଅଣୁ, ମଧ୍ୟମ ଓ କ୍ଷୁଦ୍ର ଉଦ୍ୟୋଗରେ ଋଣ ଯୋଜନା ଅଧୀନରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଥିବାବେଳେ ମତ୍ସ୍ୟଚାଷ ଉତ୍ପାଦନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିପାରିନାହାନ୍ତି । ଏସବୁ କ୍ଷେତ୍ରକୁ ସଶକ୍ତ କରିବା କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ପଦକ୍ଷେପ ନେବା ସଙ୍ଗେ ସଙ୍ଗେ ଅଭାବୀ ଛାତ୍ରମାନଙ୍କୁ ଋଣ ଯୋଗାଇବା ଦିଗରେ ପଦକ୍ଷେପ ନେବା ଉପରେ ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ସ୍ୱଳ୍ପ ସଂଚୟ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀମାନଙ୍କ ଦ୍ୱାରା ଆର୍ଥିକ ସାକ୍ଷରତା କ୍ୟାମ୍ପ ମାଧ୍ୟମରେ ସଚେତନତା କରାଯାଇ ଜନସାଧାରଣ ତାଙ୍କର କଷ୍ଟ ଉପାର୍ଜିତ ଅର୍ଥକୁ ଉପଯୁକ୍ତ ସ୍ଥାନେରେ ସଂଚୟ କରିବାର ମାର୍ଗଦର୍ଶନ କରାଯିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରମୁଖ ବ୍ୟାଙ୍କଗୁଡ଼ିକର ବାର୍ଷିକ ଋଣ ଯୋଜନା ଏବଂ ନଗଦ ଜମା ଅନୁପାତର କାର୍ଯ୍ୟସଂପାଦନ ପ୍ରକ୍ରିୟା ଉପଯୁକ୍ତ ଭାବରେ ଅନୁଧ୍ୟାନ କରାଯାଇଛି ବୋଲି ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ୫‘ଟି’ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ପ୍ରତିକ୍ଷେତ୍ରରେ ଉପଯୁକ୍ତ ସେବା ଯୋଗାଇ ଦେବାରେ ପ୍ରମୁଖ ବ୍ୟାଙ୍କମାନେ ସୁଚାରୁ ରୂପେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ ।ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ବୈଠକରେ ମତବ୍ୟକ୍ତ କରି କହିଥିଲେ ରାଜ୍ୟରେ ଗତ କିଛି ବର୍ଷରେ ଭିତ୍ତିଭୂମିରେ ଉନ୍ନତି ପରିଲକ୍ଷିତ ହୋଇଛି ।ବ୍ୟାଙ୍କମାନେ ମାଓ ଉପଦ୍ରୁତ ଅଞ୍ଚଳରେ ଅଧିକା ସ୍ଥାୟୀ ବ୍ୟାଙ୍କ ଖୋଲିବାର ଆବଶ୍ୟକତା ରହିଛି । ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ଅତ୍ୟନ୍ତ ପକ୍ଷେ ଗୋଟିଏ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖା ଖୋଲିବା ପାଇଁ ଏସ୍‌ବିଆଇର ମୁଖ୍ୟ ପରିଚାଳନା ପ୍ରବନ୍ଧକଙ୍କୁ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ।ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା କହିଲେ ଯେ ବ୍ୟାଙ୍କ ନଥିବା
ଗ୍ରାମପଞ୍ଚାୟତଗୁଡ଼ିକରେ ବ୍ୟାଙ୍କ ଖୋଲିବା ନିମନ୍ତେ ଯେଉଁ କମିଟି ଗଠିତ ହୋଇଥିଲା ତା’ର ରିପୋର୍ଟ ସେମାନେ ଦେଇଛନ୍ତି । ଏସ୍‌ଏଲ୍‌ବିସି ଓଡ଼ିଶା ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତଗୁଡ଼ିକରେ ବ୍ୟାଙ୍କ ଖୋଲିବା ପାଇଁ ପଦକ୍ଷେପ ନେବେ ଓ ବ୍ୟବସାୟିକ ପ୍ରତିନିଧିମାନେ ତାଙ୍କର କାର୍ଯ୍ୟଧାରାକୁ ଅଧିକ ସକି୍ରୟ କରନ୍ତୁ ଏବଂ ବ୍ୟାଙ୍କମାନେ କୃଷି କ୍ଷେତ୍ରକୁ ଅଧିକ ଅଗ୍ରାଧିକାର ଦିଅନ୍ତୁ ବୋଲି ସେ ପ୍ରକାଶ କରିଥିଲେ । ଭାରତ ସରକାରଙ୍କ ସ୍ୱତନ୍ତ୍ର ସଚିବ ଶ୍ରୀ ଦେବାଶିଷ ପଣ୍ଡା କହିଲେ ଯେ ସ୍ୱୟଂ ସହାୟକ ଗୋଷ୍ଠୀମାନେ ବ୍ୟବସାୟିକ ପ୍ରତିନିଧି ଭାବେ କାର୍ଯ୍ୟ କରନ୍ତୁ । ଗ୍ରାମାଞ୍ଚଳରେ ଆଶାକର୍ମୀ ଓ ଅଙ୍ଗନବାଡିକର୍ମୀମାନେ ବିଭିନ୍ନ ସାମାଜିକ ସୁରକ୍ଷା ଓ ବୀମା ଯୋଜନାକୁ ତ୍ୱରାନ୍ୱିତ କରିବା ଦିଗରେ କାର୍ଯ୍ୟ କରନ୍ତୁ । ଏଟିଏମ୍‌ ନିକଟରେ ହେଉଥବା ବିଶୃଙ୍ଖଳା ଓ କ୍ୟାସଭ୍ୟାନ୍‌ର ସୁରକ୍ଷା ବାବଦରେ ଗୃହ ବିଭାଗ ସହିତ ଆଲୋଚନା କରିବାକୁ ସେ କହିଥିଲେ । ମିଶନ ଶକ୍ତି କମିଶନର ଶ୍ରୀ ସୁଜାତା କାର୍ତ୍ତିକୟେନ୍‌ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଅଧିକ ଋଣ ଯୋଗାଇଦେବା ପାଇଁ ବ୍ୟାଙ୍କମାନେ ଆଗେଇ ଆସିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।
ଏହି ବୈଠକରେ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଏମ.କେ. ମଲ୍ଲ, ନାବାର୍ଡର ସିଜିଏମ୍‌ ଶ୍ରୀ ଏ.ଚନ୍ଦ୍ରଶେଖର, ୟୁକୋ ବ୍ୟାଙ୍କର ସିଇଓ ତଥା ଏମ୍‌ଡି ଶ୍ରୀ ଏ.କେ. ଗୋୟଲ୍‌, ରାଜ୍ୟ ଅର୍ଥ ପ୍ରତିଷ୍ଠାନର ସ୍ୱତନ୍ତ୍ର ସଚିବ ତଥା ନିର୍ଦ୍ଦେଶକ ଶ୍ରୀ ପି.କେ. ବିଶ୍ୱଳଙ୍କ ସମେତ ଅର୍ଥ ବିଭାଗର ବରିଷ୍ଠ ପଦାଧିକାରୀ ଓ ପ୍ରମୁଖ ବ୍ୟାଙ୍କଗୁଡ଼କର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.