Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ନାଗରିକ ସଂଶୋଧନ ଆଇନ ସମର୍ଥନରେ ସ୍ଲୋଗାନ ଦେବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲା ବିଜେପି ଯୁବମୋର୍ଚ୍ଚା

0

ଭୂବନେଶ୍ୱର,ନିରପେକ୍ଷ ଖବର: ତା.୧୩/୦୧: ନାଗରିକତା ସଂଶୋଧନ ବିଧେୟକ -୨୦୧୯ ସିଏଏକୁ ନେଇ ବିରୋଧୀଙ୍କ ଅପପ୍ରଚାର ବିରୁଦ୍ଧରେ ବିଜେପି ଯୁବମୋର୍ଚ୍ଚା ତରଫରୁ ଜନସଚେତନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏହି ଜନସଚେତନା ମାଧ୍ୟମରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସାଧାରଣ ନାଗରିକଙ୍କୁ ବାର୍ତ୍ତା ଦିଆଯାଇଛି। ଦେଶ ବିଭାଜନ ସମୟରେ ତକ୍ରାଳୀନ ନେତୃତ୍ୱ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ହିଁ ଏହି ଆଇନ ଦ୍ୱାରା ପୂରଣ କରାଯାଇ ପାରିଛି । ଭାରତର ଜଣେ ହେଲେ ନାଗରିକ ଏହି ଆଇନ ଦ୍ୱାରା ପ୍ରଭାବିତ ହେବାର ତିଳେମାତ୍ର ଆଶଙ୍କା ନାହିଁ । ତିନୋଟି ପଡ଼ୋଶୀ ଦେଶରେ ଧର୍ମୀୟ ଉତ୍ପୀଡ଼ନର ଶିକାର ହୋଇଥିବା ସଂଖ୍ୟାଲଘୁମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଏହି ଆଇନ ପ୍ରଣୟନ ହୋଇଛି । ଏହି ଆଇନରେ କେବଳ ଉପ୍ତିଡନର ଶୀକାର ହୋଇଥିବା ବର୍ଗର ଲୋକଙ୍କୁ ସାମିଲ କରାଯାଇଛି, କାହାପ୍ରତି କୌଣସି ଭେଦଭାବ କରାଯାଇ ନାହିଁ ।ବଙ୍ଗଳାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରେ ଧାର୍ମିକ ବିଦ୍ୱେଷ କାରଣରୁ ଅମାନବିୟ ଯାତନାର ଶିକାର ହୋଇଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ଖ୍ରୀଷ୍ଟିୟାନମାନଙ୍କର ସମସ୍ୟାର ସମାଧାନ ପାଇଁ ରାଜନୈତିକ ଇଛାଶକ୍ତି, ଅତୁଟ ପ୍ରତିବଦ୍ଧତା, ପୁର୍ଣ୍ଣ ସର୍ମପଣ, ଦୁରଦର୍ଶିତା ଦେଖାଇବା ସହିତ ରାଜନୈତିକ ଚାପର ଉପରକୁ ଉଠି ସମସ୍ତ ବାଧାକୁ ପଛରେ ପକାଇ କେନ୍ଦ୍ର ସରକାର ଏହି ମହାନ ନିଷ୍ପତି ନେଇଛନ୍ତି । ଅନ୍ୟ ପଟେ ଦେଶର ବିରୋଧୀ ଦଳମାନେ ନିଜ ନିଜର ଅସ୍ତିତ୍ୱ ବଂଚାଇବା ପାଇଁ ବିଭିନ୍ନ ପ୍ରକାର ମିଥ୍ୟା ପ୍ରଚାର ଏବଂ ଗୁଜବ ସୃଷ୍ଟି କରି ସମାଜରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ।

Advertising:
Blank space

ଏପରିକି ହିଂସା ଜରିଆରେ ଦେଶରେ ଶାନ୍ତି ଭଂଗ କରିବା ସାଧାରଣ ଜନତାଙ୍କ ଧନଜୀବନ ନଷ୍ଟ କରୁଛନ୍ତି । ଗଣତନ୍ତ୍ରରେ ବାଦବିବାଦ, ତର୍କବିତର୍କର ସ୍ଥାନ ଅଛି କିନ୍ତୁ ହିଂସାର ସ୍ଥାନ ନାହିଁ । ଯୁବମୋର୍ଚ୍ଚା ତରଫରୁ ଆଜି ଭୂବନେଶ୍ୱର ମାଷ୍ଟର
କ୍ୟାଂଟିନ ଛକରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ଏକ ମାନବ ଶୃଙ୍ଖଳ କରାଯାଇ ସଚେତନ କରାଯାଇଥିଲା । ହାତରେ ଜାତୀୟ ପତାକା ଧରି ଶହ ଶହ କାର୍ଯ୍ୟକର୍ତା ସିଏଏ ସମର୍ଥନରେ ସ୍ଲୋଗାନ ଦେବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଗାମୀ ଦିନରେ ସମସ୍ତ ଜିଲ୍ଲାରେ ଯୁବମୋର୍ଚ୍ଚା ତରଫରୁ ସିଏଏ ସମର୍ଥନରେ ଦସ୍ତଖତ ଅଭିଯାନ କରାଯିବା ସହ ଯୁବବର୍ଗଙ୍କୁ ଏହି
ଆଇନର ଆବଶ୍ୟକତା ବିଷୟରେ ସଚେତନତା କରାଯିବ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ସୁଚନା ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଉପସଭାପତି ସିକନ୍ଦର ଅଲ୍ଲୀ, କାମାକ୍ଷା ପ୍ରଧାନ, ଏନ.ରାଜେନ୍ଦ୍ର କୁମାର, ରାଜ୍ୟ ସଂପାଦକ ଇରାଶୀଷ ଆଚାର୍ଯ୍ୟ, ଦୀପକ ଗୋଚ୍ଛାୟତ, ବିଶ୍ୱଜିତ ଷଡଙ୍ଗୀ, ଅଭିଜିତ ମିଶ୍ର, ଜିଲ୍ଲା ସଭାପତି ଅଭିଷେକ ଆଚାର୍ଯ୍ୟ, ଭକ୍ତବତ୍ସଳ ବସ୍ତିଆ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ପ୍ରବକ୍ତା ଦିଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ବାବୁ ସିଂ, ବିଭୁତି ଜେନା, ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.