ଭୁବନେଶ୍ୱର,ନିରପେକ୍ଷ ଖବର : ତା ୧୪/୦୨ : ରାଜ୍ୟରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଏବଂ ଅଭାବୀ ବିକ୍ରି ନେଇ ଶନିବାର ରାଜଧାନୀରେ ଗର୍ଜିଛି ନବନିର୍ମାଣ ଯୁବଛାତ୍ର ସଂଗଠନ । ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ୍ଡ଼ି ମନୱର ଅଲ୍ଲୀଙ୍କ ନତେୃତ୍ୱରେ ଶତାଧିକ କର୍ମର୍କା ଓ ନେତୃମଣ୍ଡଳୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ରୀ ଅଲ୍ଲୀ ଯୁବଛାତ୍ରମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ଧାନକିଣାରେ ଓଡ଼ିଶାରେ ଚରମ ଅବ୍ୟବସ୍ଥା ଦେଖାଦେଇଛି । ନେତା, ମନ୍ତ୍ରୀ ଓ ଅଧିକାରୀମାନେ ଚାଷୀଙ୍କ ଧାନ ଚୋରି କରୁଛନ୍ତି । ମଣ୍ଡି ସମସ୍ୟା ନେଇ ସଂଗଠନ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ କରାଯାଉଛି । ଚାଷୀଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ଦିଆଯାଉଛି । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ମିଲରମାନେ ମନମାନି କରି ଧର୍ମଘଟ କରୁଛନ୍ତି । ସରକାର, ପ୍ରଶାସନ ଓ ମିଲର ଚାଷୀଙ୍କ ଧାନବିକ୍ରିରେ ବାଧକ ସାଜିଛନ୍ତି । ସରକାର ଧାନ କୁଇାଲ ପିଛା ୩୧୬୯ ଟଙ୍କା ଘୋଷଣା କରିଥିବା ବେଳେ ୧୭୦୦/୧୮୦୦ ଟଙ୍କାରେ ଚାଷୀ ଧାନ ବିକିବାକୁ ବାଧ୍ୟ ହେଉଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀ ୧୭୦୦ ଟଙ୍କାରେ ଧାନ ବିକ୍ରି କରୁଛି ।
ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବା ବିଜେପି ସରକାର ଚାଷୀକୂଳ ବିପଦରେ ପଡ଼ିଥିବା ବେଳେ ଚାଷୀଙ୍କ ପ୍ରତି ସାମାନ୍ୟ ଟିକେ ସମ୍ବେଦନଶୀଳ ହେଉନାହାଁନ୍ତି । ର୍ବମାନ କିଛି ଜିଲ୍ଲାରେ ମଣ୍ଡି ଖୋଲିନାହିଁ । ମଣ୍ଡି ଖୋଲିଲେ ବି ଚାଷୀମାନେ ଟୋକନ ପାଇନାହାଁନ୍ତି । ଯେଉଁମାନେ ଟୋକନ ପାଇଛନ୍ତି ତାହା ମଧ୍ୟ ଅଧିକାଂଶ ଟୋକନରେ ଗତବର୍ଷ ଠାରୁ କମ୍ ପରିମାଣର ଧାନ ଏବଂ ସାଧାରଣ ମାନ ଏଫଓକ୍ୟୁ ନାମରେ କୁଇାଲ ପିଛା ୬ରୁ ୧୨ କେଜି ଚୋରିକରି ନେଉଛନ୍ତି । ଏହି ଧାନ ଚୋରି ପଛରେ ସରକାରଙ୍କର ପ୍ରମୁଖ ହାତ ରହିଛି । ଧାନଚୋରି ମାଧ୍ୟମ ସାଜିଥିବା ମିଲରମାନେ ସରକାରଙ୍କ ଗେହ୍ଲାପୁଅ ସାଜିଛନ୍ତି ।

ମିଲରମାନେ ଆଇନକୁ ହାତକୁ ନେଇ ଯେଉଁଭଳି ଜଙ୍ଗଲରାଜ ଚଳାଉଛନ୍ତି, ତାଙ୍କୁ ଯଦି ପ୍ରଶାସନ ବିରୋଧ ନକରେ, ତେବେ ଦୁର୍ନୀତି ସପକ୍ଷବାଦୀ ଚାଷୀ ବିରୋଧୀ ପ୍ରଶାସନକୁ ସଂଗଠନ ତରଫରୁ ଅଚଳ କରିଦିଆଯିବ ବୋଲି ଶ୍ରୀ ଅଲ୍ଲୀ ଚେତାବନୀ ଦେଇଛନ୍ତି । ସଂଗଠନର କର୍ମର୍କାମାନେ ହାତରେ ପ୍ଲାକାର୍ଡ଼, ବ୍ୟାନର ଧରି ସାଧାରଣ ହାରାହାରି ମାନ ନାମରେ ଚାଷୀଙ୍କୁ ଲୁଟ୍ କରିବା ବନ୍ଦ କର, ନେତା, ମନ୍ତ୍ରୀ ଓ ଅଧିକାରୀ, କରୁଛନ୍ତି ଧାନ ଚୋରି, ମଣ୍ଡିରେ ଧାନ ଲୁଟ୍ ବେଳେ ନେତା ଅମଲା କୁଆଡ଼େ ଅଛ ଜବାବ ଦିଅ । ମିଲର, ସିଏସ୍ଓ, ମନ୍ତ୍ରୀ, ଜିଲ୍ଲାପାଳଙ୍କ ଅସାଧୁମେ ମୁର୍ଦ୍ଦାବାଦ । ଧାନ କାଟ ପଛରେ କେଉଁ କାରଣ ଅଛି ଜବାବ ଦିଅ ଇତ୍ୟାଦି ସ୍ଲୋଗାନରେ ସଂଗଠନର କର୍ମର୍କାମାନେ ସ୍ଥାନୀୟ ଅଳକୁ ପ୍ରକମ୍ପିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅମିତ ଜେନା, ଏସ୍.କେ ହେଦାଇ, ଦିବ୍ୟ ରଞ୍ଜନ ସାହୁ, ଶ୍ରୀୟାଂଶୁ ପ୍ରଧାନ, ଗଣେଶ ବେହେରା, ଜୟନ୍ତ ଗୋସ୍ୱାମୀ, ସତ୍ୟଜିତ ମହାନ୍ତି, ଏସ୍.କେ ସୁନିଲ, ମିକୁ, ସାଇକିରଣ ବିଶ୍ୱାଳ, ଅମିତ ଓଝା ପ୍ରମୁଖ ଯୋଗଦାନ କରି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।

