ଭୁବନେଶ୍ୱର, ନିରପେକ୍ଷ ଖବର ତା:୨୭ /୦୪ କବି ଅକ୍ଷୟ କୁମାର ସାହୁଙ୍କ ‘ଗୀତି କୈବଲ୍ୟ’ ପୁସ୍ତକ ଶୁକ୍ରବାର ଗୀତଗୋବିନ୍ଦ ସଦନଠାରେ ସଭାମୁଖ୍ୟ ବରିଷ୍ଠ ଗୀତିକାର ପୀତାମ୍ବର ମିଶ୍ରଙ୍କ ସଭାପତିତ୍ଵରେ ଲୋକାର୍ପଣ ହୋଇଯାଇଛି। ଉଦ୍ଘାଟକ ଭାବେ ଓଡ଼ିଆ ଗୀତିକବି ସମାଜର ସଭାପତି ଗୌର ପଟ୍ଟନାୟକ, ମୁଖ୍ୟ ଅତିଥ୍ୟ ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସହସମ୍ପାଦକ ସଞ୍ଜୟ କୁମାର ଛୁଆଳିସିଂ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିଶୁ ସାହିତ୍ୟିକ ଡ.ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ସମ୍ମାନିତ ଅତିଥୁ ଭାବେ ବରିଷ୍ଠ ଗୀତିକବି ଡ. କିଶୋର ମହାନ୍ତି, ବିଶିଷ୍ଟ କବି ତଥା ଶିକ୍ଷାବିତ୍ ଗୟାଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥୁମାନେ ଅକ୍ଷୟ କୁମାର ସାହୁଙ୍କ ଗୀତି କୈବଲ୍ୟ ପୁସ୍ତକ ସମ୍ପର୍କରେ ବର୍ଣନା କରିଥିଲେ ।
