Blank space
Breaking News/ମୁଖ୍ୟ ଖବର:
ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି କି ହେଇ ଯାଆନ୍ତୁ ସାବଧାନ !ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ ଅନୁଷ୍ଠିତଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକଏନ୍.ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫାକଟକ ଜିଲ୍ଲାରେ ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space
Blank space

ଆଇ.ଏମ୍‌.ଏସ୍‌.ର ଜାତୀୟ ସେବା ଯୋଜନା ବିଭାଗ ଦ୍ୱାରା ବିଶ୍ୱ ମାନାବାଧିକାର ଦିବସ ପାଳିତ

0

ଭୁବନେଶ୍ୱର,ନିରପେକ୍ଷ ଖବର :୧୦/୧୨ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍‌ର ଜାତୀୟ ସେବା ଯୋଜନା ବିଭାଗ ଆନୁକୁଲ୍ୟରେ ଆଜି ଆଚାର୍ଯ୍ୟ ବିହାର ସ୍ଥିତ ସାଇନ୍‌ସ ପାର୍କ ବିଜୁ ଆଦର୍ଶ କଲୋନୀଠାରେ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ
ଇନ୍‌ଷ୍ଟିଚ୍ୟୁଟ୍‌ର ଜାତୀୟ ସେବା ଯୋଜନା ବିଭାଗର ସ୍ୱେଚ୍ଛାସେବୀ, କର୍ମକର୍ତା, ବସ୍ତି ବାସିନ୍ଦା ଏବଂ ବସ୍ତି ପିଲାମାନମାନଙ୍କ ଦ୍ୱାରା ସକାଳ ୧୦ ଘଟିକା ସମୟରେ ଏହି କଲୋନୀରେ ଏକ ମାନବାଧିକାର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାପରେ ଏଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜାତୀୟ ଜନକଲ୍ୟାଣ ମଣ୍ଡଳର ଅଧ୍ୟକ୍ଷ ସାରଦା ମହାପାତ୍ର ପୌରାଣିକ ମହାଭାରତର ବିଷୟବସ୍ତୁ ଆଧାରରେ ମାନବାଧିକାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥିମାନେ ତଥା ବରିଷ୍ଠ ସାମ୍ବାଦିକ, ସ୍ତମ୍ବକାର, ମାନବାଧିକାର କର୍ମୀ ସୁଦର୍ଶନ ଛୋଟରାୟ, ଇଟିଆଇ ଓୟୁଏଟି ତଥା ଜାତୀୟ ସେବା ଯୋଜନାର ପ୍ରଶିକ୍ଷଣ ସଂଯୋଜକ ନିରଦ ବରଣ ଖୁଂଟିଆ, କଲୋନୀର ସମ୍ପାଦକ ସୁରେଶ ଚନ୍ଦ୍ର ମିଶ୍ର, ଆଇ.ଏମ୍‌.ଏସ୍‌.ର ପାଠ୍ୟ ସଂଯୋଜକ ଡଃ ଗାୟତ୍ରୀ ପଟ୍ଟନାୟକ ଏଠାରେ ଯୋଗଦେଇ ମାନବାଧିକାର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ସମାଜସେବା ବିଭାଗର ମୁଖ୍ୟ ତଥା ଜାତୀୟ ସେବା ଯୋଜନାର ସଂଯୋଜକ ରଘୁନାଥ ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଅତିଥି ପରିଚୟପତ୍ର ପ୍ରଦାନ କରିଥିଲେ । ଶେଷରେ ଗଣମାଧ୍ୟମ ବିଭାଗର ମୁଖ୍ୟ ମାନୋରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଜାତୀୟ ସେବା ଯୋଜନାର ବିଭିନ୍ନ ବିଭାଗର ସ୍ୱେଚ୍ଛାସେବୀ, କର୍ମକର୍ତା, ସହକର୍ମୀ, ବସ୍ତିବାସିନ୍ଦା ଆଦି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସଫଳ ରୂପାୟନ କରିଥିଲେ ।

Mo sapath

Leave A Reply

Your email address will not be published.