Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ “ମିଟି କା ଗୁମାନ” ସମ୍ମାନ

0

ଭୁବନେଶ୍ୱର,ନିରପେକ୍ଷ ଖବର :ତା ୧୭/୧୦ ଓଡ଼ିଶାର ହଜିଯାଉଥିବା କୀର୍ତ୍ତନ, ଭାଗବତ ଓ ଲୋକକଳାକୁ ପୁନର୍ଜୀବିତ କରିବାକୁ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ଉଦ୍ୟମ କରାଯାଇଛି । ଗାଁ ଗହଳିର କୁଟୀର ଶିଳ୍ପଠାରୁ ଆରମ୍ଭ କରି ଓଡ଼ିଶାର ନିଚ୍ଛକ କଳା ଓ ସଂସ୍କୃତିକୁ ଖୋଜିବାର ଏକ ନୂଆ ପ୍ରୟାସ ହୋଇଛି । ବିଶେଷ ଭାବେ ମାତୃ ଓ ମାତୃଶକ୍ତି ପାଇଁ ଏକ ବଡ଼ ଉଦ୍ୟମ । ଓଡ଼ିଶାର ଗାଁ ଓ ପଂଚାୟତ ସ୍ତରରେ ଏମିତି ଅନେକ କଳା ଅଛି ଯାହା ଧିରେ ଧିରେ ହଜିଯାଉଛି । ସବୁଠୁ ବଡ଼ କଥା ହେଲା ଏମିତି ଅନେକ ମହିଳା କଳାକାର ଅଛନ୍ତି ଯେଉଁମାନଙ୍କ କଳା ବଣ ମଲ୍ଲୀ ପରି ମଉଳି ଯାଉଛି । ଏହିସବୁକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ ‘ମିଟି କା ଗୁମାନ’ ପ୍ରୟାସ କରାଯାଇଛି । ଏହି ଅବସରରେ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ ‘ମିଟି କା ଗୁମାନ’ ସମ୍ମାନ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତି ଉଷା ଦେବୀ, ସମ୍ମାନୀତ ଅତିଥି ଭାବେ ଡ଼. ମିନତୀ ବେହେରା(ଅଧ୍ୟକ୍ଷ ମହିଳା କମିଶନ, ଏସ୍‌.ସି.ଡ଼ବ୍ଲ୍ୟୁ), ଶ୍ରୀମତି ମନ୍ଦାକିନୀ କର (ଅଧ୍ୟକ୍ଷ ଶିଶୁ କମିଶନ), ଭୁବନେଶ୍ୱର ମେୟର ଶ୍ରୀମତି ସୁଲୋଚନା ଦାସ, ଡ଼. ଦିଲ୍ଲିପ ରାଉତରାୟ (ସ୍ୱତନ୍ତ୍ର ସଚିବ, ଓଡ଼ିଶା ସରକାର), ସ୍ୱତନ୍ତ୍ର ଅତିଥି ଭାବେ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ଓ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରାମର୍ଶଦାତା ନିବେଦିତା ନାୟକ । ଏହି ଅବସରରେ କଳାକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମିଟି କା ଗୁମାନ ସମ୍ମାନ ୨୦୨୨ ରେ ପ୍ରସିଦ୍ଧ ଚଳିଚ୍ଚିତ୍ର ପ୍ରଯୋଜକ ଶ୍ରୀ ସବ୍ୟସାଚୀ ମହାପାତ୍ର, ଆମ ମାଟିର କଳା ସମ୍ମାନ ୨୦୨୨ ରେ ଶ୍ରୀ କୃଷ୍ଣ ନାୟକ (ସଂପାଦକ, ଶ୍ରୀ ସାହିତ୍ୟ), ସ୍ୱପ୍ନ ବିନୋଦିନୀ ସମ୍ମାନ ୨୦୨୨ ରେ ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ, ସମାଜସେବୀ କୃଷ୍ଣା ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ଏହାସହ ୨୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଥିଲା । ଏକ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆୟୋଜକ ନିବେଦିତା ନାୟକ କହିଛନ୍ତି ପ୍ରୋଟେକ୍ସନ୍‌, ପ୍ରିଜରଭେସନ ଓ ପ୍ରମୋସନ ଅର୍ଥାତ୍ କଳାର ସୁରକ୍ଷା, ସଂରକ୍ଷଣ ଓ ପ୍ରୋତ୍ସାହନ ଆମର ମୂଳ ଲକ୍ଷ୍ୟ । ପରମ୍ପରା ଓ ସଂସ୍କୃତିକୁ ନେଇ ମହିଳାଙ୍କୁ ଆତ୍ମ ନିର୍ଭର କରିବାକୁ ଆମେ ଗୁରୁତ୍ୱ ଦେଇଆସୁଛୁ । ଗାଁ ଗହଳିର କଳାକାରଙ୍କୁ ବିଶ୍ୱସ୍ତରୀୟ ମଞ୍ଚରେ ପହଁଚାଇବା ପାଇଁ ଆମର ପ୍ରୟାସ ଜାରି ରହିଛି । ସୌଭାଗ୍ୟବଶତଃ ୧୬ ଅକ୍ଟୋବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ୍ ନିଜର କାର୍ଯ୍ୟକ୍ରମ ଆୟୋଜନ କରିପାରିଛି । ମହିଳା ସଶକ୍ତିକରଣ ପାଇଁ ସବୁବେଳେ ଚିନ୍ତା କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ସ୍ଥାପନା ପରିବାର କଳା ଓ ସଂସ୍କୃତିକୁ ନେଇ ଗାଁ ଗହଳିର ମହିଳାଙ୍କ ବିକାଶ ପାଇଁ ଏଭଳି ଏକ ନିଆରା ପ୍ରୟାସ କରିଛି ଓ ଆଗାମୀ ଦିନରେ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ ନାରୀ ସଶକ୍ତିକାରଣ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଟ୍ରଷ୍ଟ୍‌ର ମୁଖ୍ୟ ମତପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଲୋକକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ୍‌ର ସଂପାଦକ ଶ୍ରୀ ସରୋଜ କୁମାର ଭୂୟାଁ, ଶ୍ରୀମତି ଶାନ୍ତା ବଳିୟାରସିଂହ, ଶ୍ରୀମତି ରିତା ବଳିଆରସିଂହ, ସଚିକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଶେଷରେ ଶ୍ରୀ ସରୋଜ କୁମାର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।

Mo sapath

Leave A Reply

Your email address will not be published.