Blank space
Blank space
Breaking News/ମୁଖ୍ୟ ଖବର:
ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ
Blank space

ଆମେରିକାର ସର୍ବବୃହତ୍‍ ହିନ୍ଦୁ ମନ୍ଦିରରେ ରଥଯାତ୍ରା ଆୟୋଜନ

0

ଆମେରିକା,ମିନିଆପଲିସି:ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୫/୦୭ : ଯୁକ୍ତରାଷ୍ଟ୍ର ଆମେରିକାର ସର୍ବବୃହତ ହୀନ୍ଦୁ ମନ୍ଦିରଠାରେ ବ୍ରହ୍ମାଣ୍ଡର ସବୁଠୁ ବଡ଼ଠାକୁରଙ୍କର ପବିତ୍ର ରଥଯାତ୍ରା ପର୍ବ ପାଳନ କରାଯାଇଛି । ମିନେସୋଟ୍ଟା ରାଜ୍ୟର ମାପଲଗ୍ରୋଭ ସହର ଠାରେ ଅବସ୍ଥିତ ଏହି ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ଶ୍ରୀବଳଭଦ୍ର, ଦେବୀ ଶୁଭଦ୍ରା ଓ ପ୍ରଭୁ ଶ୍ରୀସୁଦର୍ଶନ ବିରାଜମାନ ଅଛନ୍ତି । ହୀନ୍ଦୁ ସୋସାଇଟି ଅଫ୍‍ ମିନେସୋଟ୍ଟା (ଏଚ୍‍.ଏସ୍‍.ଏମ୍‍.ଏନ୍‍) ଦ୍ୱାରା ପ୍ରତିଷ୍ଠିତ ଓ ପରିଚାଳିତ କଥିତ ମନ୍ଦିର ତରଫରୁ ଚଳିତ ବର୍ଷର ରଥଯାତ୍ରା କୋଭିଡ୍‍ ଆତଙ୍କ ସତ୍ତ୍ୱେ ମହାସମାରୋହରେ ଆୟୋଜନ କରାଯାଇଥିଲା । ବଢ଼ି ଭୋରରୁ ଦିଅଁମାନଙ୍କ ସମ୍ମୁଖରେ ପୂଜାର୍ଚ୍ଚନା, ମଙ୍ଗଳ ଆଳତୀ, ନାମଯଜ୍ଞ, ହୋମ
ଏବଂ ଉପଚାର ଆଦି ରୀତିନୀତି ଧାର୍ମିକ ପରମ୍ପରା ମୁତାବକ ମୁଖ୍ୟ ପୁଜାରୀ ମୁରଲୀ ଭଟ୍ଟରଙ୍କର ତତ୍ତ୍ୱାବଧାନରେ ସମ୍ପନ୍ନ କରାଯାଇଥିଲା । ସକାଳ ୧୧ଟା ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି ରୋଷଣୀ କରାଯାଇ ସୁନ୍ଦର, ସୁଶୋଭିତ ଏବଂ ବିଭିନ୍ନ ରଙ୍ଗବେରଙ୍ଗର କପଡ଼ାରେ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା । ବିଶେଷ କରି ମହିଳାମାନେ ମା’ ଶୁଭଦ୍ରାଙ୍କୁ ନଚାଇ ନଚାଇ ନେଉଥିବାର ଦୃଶ୍ୟ ନିଆରା ଥିଲା । ଉପସ୍ଥିତ ସହସ୍ରାଧୀକ ଭକ୍ତଙ୍କ ଦ୍ୱାରା ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନୀ  ଏବଂ ଶଙ୍ଖ, ଘଣ୍ଟ, କର୍ତ୍ତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗର ଘୋର ଘର୍ଗର ନାଦ ଗଗନ ପବନକୁ ପ୍ରକମ୍ପିତ କରୁଥିବା ଦେଖାଯାଇଥିଲା । ଏଚ୍‍.ଏସ୍‍.ଏମ୍‍.ଏନ୍‍ର ଅଧ୍ୟକ୍ଷ ତଥା ହୀନ୍ଦୁ ମନ୍ଦିରର ପ୍ରତିଷ୍ଠାତା ପ୍ରଖ୍ୟାତ ବୈଜ୍ଞାନିକ ଡଃ ସୀତକଣ୍ଠ ଦାଶ ରଥ ଉପରେ ତାଙ୍କର ଧର୍ମପତ୍ନୀ କବୟିତ୍ରୀ କଳ୍ପନା ଦାଶଙ୍କ ସହିତ ଠାକୁରମାନଙ୍କୁ ଆରାଧାନା କରିବା ପରେ ଡଃ ଦାଶଙ୍କ ଦ୍ୱାରା ଛେରା ପହଁରା ବିଧି ସମାପନ କରାଯାଇଥଲା । ପରେ ପରେ ଭଜନ, କୀର୍ତ୍ତନର ସୁମଧୂର ମୁର୍ଚ୍ଛନା ଏବଂ ଭକ୍ତିପୂତ ପରିବେଶ ମଧ୍ୟରେ ରଥଟିକୁ ଟଣାଯାଇ ନବନିର୍ମିତ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥିଲା । ମାଉସୀ ମା’ ଘରେ ତିନିଠାକୁର ଆସନ୍ତା ୧୮ ତାରିଖ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଅବସ୍ଥାନ କରିବେ ବୋଲି ଜଣାଯାଇଛି । ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ନିଶୁଳ୍କ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟାରେ ଉଦୀୟମାନ ଓ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ଆକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା । ଏହି ଅବସରରେ
ଏଚ୍‍.ଏସ୍‍.ଏମ୍‍.ଏନ୍‍ର ବିଭିନ୍ନ ପ୍ରକଳ୍ପ ମୁଖ୍ୟମାନଙ୍କୁ ସେମାନଙ୍କର ଉତ୍କୃଷ୍ଟ ଯୋଗଦାନ ପାଇଁ ସମ୍ବର୍ଦ୍ଧନା ଫଳକ ପ୍ରଦାନ କରାଯାଇଥିଲା । ଉପସ୍ଥିତ ମାନ୍ୟଗଣ୍ୟ
ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସ୍ଥାନୀୟ ରୋଟାରୀ କ୍ଲବର ସଭାପତି ରାଜ ଖାନ୍‍କରୀ, ମିନେସୋଟ୍ଟାସ୍ଥିତ ଭାରତ ସଂଘର ସଭାପତି କିରଣ ବିଣ୍ଡି, ଭୁବନେଶ୍ୱରରୁ ଆସିଥିବା
ପ୍ରତାପରୁଦ୍ର ଦାସ, ବୈଜୟନ୍ତୀମାଳା ଦାସ ଏବଂ ମିନେସୋଟ୍ଟା ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ରମୟା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ରଥଯାତ୍ରା ଉତ୍ସବର ବିଶାଳକାୟ  ଆୟୋଜନ ଏବଂ ଏଥିଜନିତ ଟିକିଟିଖି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରାଯିବାରେ ଏଚ.ଏସ୍‍.ଏମ୍‍.ଏନ୍‍ର ଅଧ୍ୟକ୍ଷ ଡଃ ସୀତକଣ୍ଠ ଦାଶ ଓ ସଭାପତି ପୂଜା ବାସ୍ତୋଦକର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Mo sapath

Leave A Reply

Your email address will not be published.