Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଲୁଲୁ ମହାପାତ୍ରଙ୍କ ଜୟନ୍ତୀ ପାଳନ

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୪.୦୨ – ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ତରଫରୁ ଦିବଗଂତ କଂଗ୍ରେସ ନେତା ଶ୍ରୀଯୁକ୍ତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ୫୭ତମ ଜନ୍ମଦିବସ ପାଳନ କରାଯାଇଅଛି । ସ୍ଥାନୀୟ ୟୁନିଟ୍ ୯ ସ୍ଥିତ ଲୋହିଆ ଏକାଡେମୀ ସମ୍ମିଳନୀ କକ୍ଷରେ ସ୍ମୃତି କମିଟି ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପନାୟକ ଲୁଲୁ ମହାପାତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଉଦ୍‌ଘାଟନ କରିଥିଲେ ।ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଂଚାନନ କାନୁନଗୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଲୁଲୁ ମହାପାତ୍ର ମରିନାହାନ୍ତି ଅମର ହୋଇ ଛାତ୍ର ଯୁବ ସମାଜଙ୍କ ହୃଦୟରେ ସ୍ଥାନ ନେଇଛନ୍ତି । ତାଙ୍କ ଛାତ୍ର ଜୀବନ କାଳରେ ଛାତ୍ର ସଂଗଠନର ଦାୟିତ୍ୱ ନେଇ ଛାତ୍ର ସମାଜକୁୁୁ ଆଗେଇ ନେବାରେ ତାଙ୍କର ବଳିଷ୍ଠ ନେତୃତ୍ୱ ଏବେବି ମନେପଡ଼ୁଛି । ମୁଖ୍ୟବକ୍ତା ଭାବେ ପୂର୍ବତନ ପିସିସି ସଭାପତି ଶରତ ପନାୟକ ଯୋଗଦେଇ ଲୁଲୁ ମହାପାତ୍ର ଦେଖିଥିବା ସ୍ୱପ୍ନକୁ କଂଗ୍ରେସ ସାକାର କରିବ । ରାଜ୍ୟରେ ଲୁଲୁ ମହାପାତ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ଯୁବନେତା ମାନଙ୍କ ଦ୍ୱାରା କଂଗ୍ରେସ ସରକାର ଗଢ଼ିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଯୋଗ ଦେଇ କହିଲେ ଲୁଲୁ ମହାପାତ୍ର ଝଡ଼ର ଇଗଲ ଥିଲେ କେବଳ ଓଡ଼ିଶାର ନେତା ନଥିଲେ ସେ ସାରାଭାରତ ବର୍ଷର ଜନମାନସର ନେତା ଥିଲେ ବୋଲି ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଓଡ଼ିଶା ପ୍ରତି ଲୁଲୁଙ୍କ ଅବଦାନ ବିଷୟରେ ରାଜ୍ୟସଭାରେ ର୍ବନା କରିଥିବା କଥା ପ୍ରମାଣିତ କରୁଛି । ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ କହିଲେ ୧୯୯୫ ମସିହାରେ କଂଗ୍ରେସ ସରକାରକୁ ଆସିବାରେ ଲୁଲୁଙ୍କ ଅବଦାନ ଅତୁଳନୀୟ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଦେଶସେବାରେ ନିୟୋଜିତ କରିଥିବା ୬ଜଣ ଯୁବକ ଯୁବତୀମାନଙ୍କୁ ଲୁଲୁ ମହାପାତ୍ର ଯୁବ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସମାଜ ସେବା କ୍ଷେତ୍ରରେ ଆଚାର୍ଯ୍ୟ ଅରୁଣ, ମହାମାରୀ କରୋନା ସମୟରେ ଉଲ୍ଲେଖନୀୟ ସ୍ୱାସ୍ଥ୍ୟ ସେବାପାଇଁ ସେବିକା ମଇନା ବାସ୍କେ, ଯୁବ ସାମ୍ବାଦିକ ବିରେନ୍ଦ୍ର ନାୟକ, ଟ୍ରାଫିକ ସେବାରେ ଅଜୟ କୁମାର ପ୍ରଧାନ, ଯୁବ ଚାଷୀଭାବେ ଅଶୋକ କୁମାର ସାମଲ, ଓଡ଼ିଶୀ ନୃତ୍ୟ ଶିଳ୍ପି ଶ୍ରୀମତୀ ରାଜଶ୍ରୀ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ଉପସ୍ଥିତ ଅତିଥିମାନେ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ଚିନ୍ମୟ ପ୍ରସାଦ ବେହୁରା ସ୍ୱାଗତ ଭାଷଣ ଦେଇଥିବା ବେଳେ ମନୋଜ ସାହୁ ଅତିଥି ପରିଚୟ ପ୍ରଦାନ ଓ ସାଧାରଣ ସଂପାଦକ ଦୀପକ ସାହୁ ଧନ୍ୟବାଦ ଦେଇଥିବା ବେଳେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଦେବାଶିଷ ପନାୟକ, ଶିବାନନ୍ଦ ରାୟ, ଅମୀୟ ପନାୟକ, ବିଶ୍ୱଭୂଷଣ ଦାଶ ପ୍ରମୁଖ ଯୋଗଦେଇ ଲୁଲୁ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଜେବୁର ରେହମନ ଖାନ୍‌, ମନୋଜ ବିଶ୍ୱାଳ, ପ୍ରତାପ ଜେନା, ଯୋଗୀନାଥ ବାହୁବଳେନ୍ଦ୍ର, ହେମନ୍ତ ବିଶ୍ୱାଳ, ଘନଶ୍ୟାମ ମହାନ୍ତି, ବିଶ୍ୱଜିତ୍ ଦାଶ, ରଜନୀ ମହାନ୍ତି, ଦୀପକ ମହାପାତ୍ର, ନିରଞ୍ଜନ ଦାଶ, ଦେବପ୍ରସାଦ ନାୟକ, ଜୟକୃଷ୍ଣ ସୁବୁଦ୍ଧି, ସୁବତ୍ର ମହାପାତ୍ର, ହଳଧର ସେଠୀ, କନକଲତା ମଲ୍ଲିକ, ସ୍ୱାଧୀନବାଳା ଦାସ, ହେମନ୍ତ ବିଶ୍ୱାଳ, ରଜତ ଚୌଧୁରୀ, କିର୍ତନାନନ୍ଦ ଦାସ, ପ୍ରଦୀପ୍ତ କୁମାର ଦାସ, ସୁଦିପ ସାମଲ, ଚିନ୍ମୟ ପ୍ରଧାନ, ଦେବପ୍ରସାଦ ନାୟକ, ସଂଜୟ ରାୟ, ସୁରେଶ ସାହାଣୀ, ଦେବଦତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.