Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ନିଖୋଜ ଶିଶୁ ଏବଂ ଅଙ୍ଗ ତସ୍କର ର‌୍ୟାକେଟର ପର୍ଦ୍ଦାଫାଶ କରୁ ପୋଲିସ୍

0

* କେଉଁ ଜିଲ୍ଲାରୁ କେତେ ଜଣ ଶିଶୁ ନିଖୋଜ ହୋଇଛନ୍ତି ତାହାର ତଥ୍ୟ ପୋଲିସ ସର୍ବସାଧାରଣରେ ପ୍ରକାଶ କରୁ
* ନିଖୋଜ ଶିଶୁଙ୍କୁ ଖୋଜିବା ଲାଗି କ’ଣ ବ୍ୟବସ୍ଥା କରାଯାଉଛି ?
* ପରୀ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି
* ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଦେଉଛନ୍ତି

ଭୁବନେଶ୍ୱର,ନିରପେକ୍ଷ ଖବର:ତା.୧୬/୧୨: ଚଳିତ ବର୍ଷ ଜୁଲାଇ ମାସରେ ନୟାଗଡ ଜିଲ୍ଲା ଯଦୁପୁର ଗାଁ ର ୫ ବର୍ଷର ନାବାଳିକା ଶିଶୁ ପରୀକୁ କିଛି ଦୁର୍ବୃତ ହତ୍ୟା କରି ତାର ଅଙ୍ଗ ତସ୍କରୀ କରିଛନ୍ତି । ଏହା ବିରୁଦ୍ଧରେ ମୃତା ପରୀର ପରିବାରବର୍ଗ ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ନାଁରେ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ଶାସକ ଦଳ ଚାପରେ ଅପରାଧୀକୁ ଗିରଫ କରୁନାହିଁ । ମୁଖ୍ୟ ଅଭିଯୁକ୍ତକୁ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଯୋଗାଇ ଚାଲିଛନ୍ତି । ଏଣୁ ପରୀକୁ ନ୍ୟାୟ ଏବଂ ରାଜ୍ୟରେ ଅପହରଣ କରାଯାଇଥିବା ୪୪୭୬ ଶିଶୁଙ୍କୁ ଖୋଜିବା ସହ ପୋଲିସ ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଦାବି କରିଛି ।
ଏନସିଆରବି ତଥ୍ୟ ଅନୁଯାୟୀ ୪୬୦୪ ଜଣଙ୍କୁ ଅପହରଣ କରାଯାଇଛି ଏବଂ ଆଇପିସିର ଧାରା ୩୬୩ ଅନୁଯାୟୀ ୪୪୭୬
ଜଣ ନାଁରେ ଏତଲା ଦିଆଯାଇଛି । ୨୦୧୯ ମସିହାରେ ୩୧୫୧ ଜଣ ପିଲା ନିଖୋଜ ଅଛନ୍ତି । ଯଦି ୨୦୧୮ରେ ନିଖୋଜ ଶିଶୁ
୨୩୫୨ ଜଣଙ୍କୁ ଏହି ତାଲିକାରେ ସାମିଲ କରାଯାଏ ତେବେ ଗତ ୨ ବର୍ଷରେ ରାଜ୍ୟରେ ୫୫୦୩ ଶିଶୁ ନିଖୋଜ ଅଛନ୍ତି । ଏଯାବତ
କେଉଁ ଜିଲ୍ଲାରୁ କେତେ ଜଣ ଶିଶୁ ନିଖୋଜ ହୋଇଛନ୍ତି ତାହାର ତଥ୍ୟ ପୋଲିସ ସର୍ବସାଧାରଣରେ ରଖିବା ସହ ନିଖୋଜ ଶିଶୁଙ୍କୁ ଖୋଜିବା ଲାଗି କ’ଣ ବ୍ୟବସ୍ଥା କରାଯାଉଛି ତାହାର ଏକ ଲେଖାଯୋଖା ହିସାବ ରାଜ୍ୟବାସୀଙ୍କ ଆଗରେ ରଖିବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି । ପରୀ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି । ପରୀ ହତ୍ୟାକାଣ୍ଡରେ ଯଦି ଅଙ୍ଗ ଚୋରାଚାଲାଣକାରୀଙ୍କ ହାତ ଥାଏ ତେବେ ସଠିକ୍ ତଦନ୍ତ ହେଲେ ଏହି ର‌୍ୟାକେଟର ପର୍ଦ୍ଦାଫାଶ ହୋଇପାରିବ । ନିଖୋଜ ଶିଶୁ ଘଟଣାରେ ପୋଲିସ ସଠିକ୍ ଦିଗରେ ତଦନ୍ତ କଲେ ଆଗାମୀ ଦିନରେ ରାଜ୍ୟର ଅନେକ ଶିଶୁଙ୍କୁ ଏହି ର‌୍ୟାକେଟ କବଳରୁ ରକ୍ଷା କରାଯାଇପାରିବ ବୋଲି ପ୍ରତିନିଧୀ ଦଳ ଦାବି
କରିଛି । ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, କସ୍ତୁରୀ ମିଶ୍ର, କଳ୍ପନା ପଟ୍ଟନାୟକ, ପ୍ରଭାସିନୀ ମହାପାତ୍ର, ରଶ୍ମିରେଖା ଦାସଙ୍କ ସମେତ କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ପ୍ରମୁଖ ସାମିଲ ଥିଲେ ।

Mo sapath

Leave A Reply

Your email address will not be published.