Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ବୁଣାକାରଙ୍କ ପାଇଁ ଅନଲାଇନ ମାର୍କେଟିଂ ସୁବିଧା

ପରିଚୟ, ହେଡ୍ ଟର୍ଣ୍ଣର୍ସ ଆରମ୍ଭ କଲେ 'ପରିଣୀତି ବ୍ରାଣ୍ଡ'

0

ଭୁବନେଶ୍ୱର,ନିରପେକ୍ଷ ଖବର : ତା ୦୮/୦୮ ବୁଣାକାର, ହସ୍ତଶିଳ୍ପ କାରିଗରଙ୍କ ହାତର ଯାଦୁ ଦେଶ କାହିକି ବିଦେଶରେ ଚର୍ଚ୍ଚିତ । ସେ ମାଣିଆବନ୍ଧ ପାଟ ହେଉ କି ସୋନପୁରର ପଶାପଲ୍ଲୀ, ଇକ୍କତ, ସମ୍ବଲପୁରୀ ପାଟର ଚାହିଦା ଆକାଶଛୁଆଁ । କିନ୍ତୁ ଗ୍ରାମାଞ୍ଚଳର ଯେଉଁ ବୁଣାକାର ଏହାକୁ ତିଆରି କରୁଛି ସେ ଦୁର୍ଦ୍ଦିନରେ ଜୀବନ ବିତାଉଛି । ତାଙ୍କ ପରିବାର ଚଳିବା କଷ୍ଟକର ହେଉଛି । ଲାଭାଂଶର ମାତ୍ର କେଇ ଗୁଣ ବୁଣାକାରକୁ ମିଳୁଛି । ସିଂହଭାଗ ମଧ୍ୟସ୍ଥି ବା ସୋରୁମ୍ ପାଉଛନ୍ତି । ବୁଣାକାରଙ୍କୁ ତାଙ୍କ ପରିଶ୍ରମର ମୂଲ୍ୟ ଦେବାକୁ ପରିଚୟ ଫାଉଣ୍ଡେସନ୍ ଏକ ପ୍ରୟାସ ଆରମ୍ଭ କରିଛି । ବୁଣାକାର ଓ ହସ୍ତଶିଳ୍ପ କାରିଗରଙ୍କ ସାମଗ୍ରୀ ବିକ୍ରି ପାଇଁ ଅନଲାଇନ୍ ମାର୍କେଟିଂ ସୁବିଧା ଦେବାକୁ ଯାଉଛି । ‘ପରିଣୀତି ବ୍ରାଣ୍ଡ୍‌’ ନାଁରେ ଖୁବ୍‌ଶୀଘ୍ର ଏହାର ଶୁଭାରମ୍ଭ ହେବ ବୋଲି ଅ।।ଜି ଆୟୋଜିତ ୱେବିନାର୍‌ରେ ଘୋଷଣା କରାଯାଇଛି ।
ଜାତୀୟ ହସ୍ତଶିଳ୍ପ ଦିବସ ଅବସରରେ ଏହି ୱେବିନାର ହୋଇଥିଲା । ପରିଣୀତି ବ୍ରାଣ୍ଡ୍ ଅଧୀନରେ ବୁଣାକାର, ହସ୍ତଶିଳ୍ପ କାରିଗରଙ୍କ ସାମଗ୍ରୀକୁ ବିକ୍ରି କରାଯିବ । ଌରିଚୟ ଫାଉଣ୍ଡେସନ୍ ଓ ଚନ୍ଦ୍ରଶେଖରପୁରସ୍ଥିତ ହେଡ୍ ଟର୍ଣ୍ଣର୍ସ ଏଥିପାଇଁ ଡିଜିଟାଲ ମାର୍କେଟିଂ ପ୍ଲାଟ୍‌ଫର୍ମ ଯୋଗାଇ ଦେବେ । ‘ପରିଣୀତି’ ୱେବସାଇଟ୍‌ରେ ସମସ୍ତ ସାମଗ୍ରୀ ଉପଲବ୍ଧ ହେବ । ଆମାଜନ ଓ ଫ୍ଲିପ୍‌କାର୍ଟରେ ମଧ୍ୟ ଏହା ବିକ୍ରି ପାଇଁ ରହିବ । ପୂରା ଲାଭ ରାଶି ସିଧାସଳଖ ବୁଣାକାରଙ୍କ ପକେଟ୍‌କୁ ଯିବ । କର୍ପୋରେଟ ହାଉସ୍‌, ଆଇଟି ସଂସ୍ଥା ଓ ଅନ୍ୟ ସରକାରୀ ଅଫିସ୍‌ରେ ସପ୍ତାହକୁ ଗୋଟିଏ ଦିନ ହସ୍ତଶିଳ୍ପ ସାମଗ୍ରୀ ବ୍ୟବହାର ପାଇଁ ପ୍ରୟାସ କରାଯିବ । ଆଗକୁ ମଧ୍ୟ ଏହି ସାମଗ୍ରୀକୁ ନେଇ ହେଡ୍ ଟର୍ଣ୍ଣର୍ସ ସ୍ୱତନ୍ତ୍ର ସୋରୁମ୍ ଖୋଲିବ । ବୁଣାକାରମାନେ ଯେଭଳି ଆର୍ଥିକ ଫାଇଦା ପାଇବେ ଏହା ଆମ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ କହିଛନ୍ତି । ହେଡ ଟର୍ଣ୍ଣର୍ସ ଏମ୍‌ଡି ଜୁନିତା ହୋତା ଓ ଅନ୍ୟମାନେ ଏହି ୱେବିନାର୍‌ରେ ସାମିଲ ହୋଇ ବୁଣାକାରମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

Mo sapath

Leave A Reply

Your email address will not be published.