Blank space
Blank space
Breaking News/ମୁଖ୍ୟ ଖବର:
କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ
Blank space

ଆଇ.ଏସ୍‌.ଓ ମାନ୍ୟତା ପାଇବାରେ ଦେଶର ସର୍ବପ୍ରଥମ ରାଜ୍ୟ ଓଡ଼ିଶା

0

* ଆଦିବାସୀ ହଷ୍ଟେଲ ନିମନ୍ତେ ଆଇ.ଏସ୍‌.ଓ ମାନ୍ୟତା ପାଇବାରେ ଓଡ଼ିଶା ଦେଶର ସର୍ବପ୍ରଥମ ରାଜ୍ୟ
* ଓଡ଼ିଶାର ୪୪ଟି ଆଦିବାସୀ ହଷ୍ଟେଲକୁ ଆଇ.ଏସ୍‌.ଓ ୯୦୦୧ : ୨୦୧୫ ମାନ୍ୟତା ପ୍ରଦାନ
* ମିଶନ ସୁବିଦ୍ୟାର ଅଂଶ ଭାବେ ମାନ୍ୟତା ପାଇବା ପରେ ଶିକ୍ଷାର ମାନ ଓ ଗୁଣବତ୍ତାର ମୂଲ୍ୟାଙ୍କନ
* ପ୍ରଥମ ପର୍ଯ୍ୟାୟରେ କେଉଁଝର ଓ ସମ୍ବଲପୁରର ସମସ୍ତ ହଷ୍ଟେଲର କାର୍ଯ୍ୟଧାରା ସମୀକ୍ଷା

ଭୁବନେଶ୍ୱର,ନିରପେକ୍ଷ ଖବର: ୧୧/୦୬ ଓଡ଼ିଶା ସରକାରଙ୍କର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ‘ମିଶନ ସୁବିଦ୍ୟା’ ଆରମ୍ଭ
କରାଯାଇଛି । ରାଜ୍ୟର ସମସ୍ତ ଆଦିବାସୀ ହଷ୍ଟେଲରେ ସମାନ ଧରଣର ଭିତ୍ତିଭୂମି, ସୁବିଧା ସୁଯୋଗ ଓ ମାନବସମ୍ବଳ ସୃଷ୍ଟି ଏହାର ମୁଖ୍ୟ ଉଦ୍ଦେଶ୍ୟ । କ୍ୱାଲିଟି କଣ୍ଟ୍ରୋଲ ଅଫ୍‌ ଇଣ୍ଡିଆର ସହାୟତାରେ, ଏସ୍‌.ଟି.ଏସ୍‌.ସି ଉନ୍ନୟନ ବିଭାଗ ଅନ୍ତର୍ଭୁକ୍ତ ସମସ୍ତ ହଷ୍ଟେଲର ବ୍ୟାପକ ଆକଳନ ଓ ମୂଲ୍ୟାୟନ କରାଯାଇଅଛି । ଆଇ.ଏସ୍‌.ଓ ୯୦୦୧ : ୨୦୧୫ ପ୍ରମାଣପତ୍ର ପ୍ରାପ୍ତି ନିମନ୍ତେ ହଷ୍ଟେଲଗୁଡ଼ିକର ଗୁଣାତ୍ମକ ମାନର ଉନ୍ନତିକରଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କେଉଁଝର ଓ ସମ୍ବଲପୁର ଜିଲ୍ଲାର ସମସ୍ତ ହଷ୍ଟେଲର ମୂଲ୍ୟାଙ୍କନ କାର୍ଯ୍ୟ ହାତକୁ ନିଆଯାଇଥିଲା । କେଉଁଝର ଜିଲ୍ଲାର ୧୫୬ଟି ହଷ୍ଟେଲ ମଧ୍ୟରୁ ୬୦ଟି ହଷ୍ଟେଲକୁ ମନୋନୀତ କରାଯାଇଥିଲା । ସେହିପରି ସମ୍ବଲପୁର ଜିଲ୍ଲାର ୯୦ଟି ହଷ୍ଟେଲ ମଧ୍ୟରୁ ୧୨ଟି ହଷ୍ଟେଲ ମନୋନୀତ ହୋଇଥିଲା । ସମ୍ବଲପୁର ଓ କେଉଁଝର ଜିଲ୍ଲାର ଜିଲ୍ଲାସ୍ତରୀୟ ଟିମ୍‌ର କଠିନ ପରିଶ୍ରମରେ ତିନିମାସ ସମୟ ଅବଧିରେ କ୍ୱାଲିଟି ମାନ୍ୟତା ପାଇବାକୁ ଯୋଗ୍ୟ ବିବେଚିତ ହଷ୍ଟେଲଗୁଡ଼ିକୁ ଚୂଡ଼ାନ୍ତ କରିବା ନିମନ୍ତେ ସମସ୍ତ ଉଦ୍ୟମ କରାଯାଇଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସରେ ଲକ୍‌ ଡାଉନ୍‌ ପୂର୍ବରୁ ଏହି ମାନ୍ୟତା ପାଇଁ ହଷ୍ଟେଲ୍‌ଗୁଡ଼ିକର ମୂଲ୍ୟାଙ୍କନ ନିମନ୍ତେ ଅଡିଟ୍‌ ଟିମ୍‌ କେଉଁଝର ଜିଲ୍ଲା ୩୨ଟି ହଷ୍ଟେଲ ଓ
ସମ୍ବଲପୁରର ୧୨ଟି ହଷ୍ଟେଲ ପରିଦର୍ଶନ କରିଥିଲେ । ସମସ୍ତ ୪୪ଟି ହଷ୍ଟେଲ ଆସେସ୍‌ମେଣ୍ଟ ପାରାମିଟର କ୍ୱାଲିଫାଏ କରିଥିଲେ ଏବଂ ଭାରତୀୟ ମାନକ ସଂସ୍ଥା ଦ୍ୱାରା ମାନକପ୍ରାପ୍ତ ପ୍ରମାଣପତ୍ର ପାଇବାର (ଆଇଏସ୍‌ଓ) ମାନ୍ୟତା ପାଇଥିଲେ । ଲକ୍‌ଡାଉନ୍‌ ଓ କୋଭିଡ୍‌ ପରବର୍ତ୍ତୀ ସ୍ୱାଭାବିକ ଅବସ୍ଥା ଆସିବା ପରେ ଅବଶିଷ୍ଟ ୨୮ଟି ହଷ୍ଟେଲର ମାନର ମୂଲ୍ୟାୟନ କରାଯିବ । ଆଦିବାସୀ ହଷ୍ଟେଲଗୁଡ଼ିକ ଆଇ.ଏସ୍‌.ଓ ମାନ୍ୟତା ପାଇବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ।

Blank space
Advertisement
Mo sapath

Leave A Reply

Your email address will not be published.