Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଓଡିଶାର ଚାରିଜଣ କୃତୀ କ୍ରୀଡାବିତ୍ ଶାରଦୀୟ ଉତ୍ସବରେ ସମ୍ବର୍ଦ୍ଧିତ ହେବେ …

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୬/୦୯/୨୨ ପ୍ରକୃତିର ବିଡମ୍ବନା ସତ୍ତ୍ଵେ ଆରମ୍ଭ ପାର୍ବଣର ଧାରା । ଆଉ ଦିନ କେଇଟା ପରେ ଆରମ୍ଭ ହୋଇଯିବ ଜଗତ ଜନନୀ ମା’ଦୁର୍ଗାଙ୍କର ଶାରଦୀୟ ଉତ୍ସବ । ପ୍ରତିବର୍ଷ ଭଳି ଏ ବର୍ଷର ଶାରଦୀୟ ଉତ୍ସବକୁ ଚିରାଚରିତ ଭାବେ ପାଳନ କରିବାପାଇଁ  ଶହୀଦ୍ ନଗର ଦୁର୍ଗା ପୂଜା ସମିତି ପକ୍ଷରୁ ପ୍ରସ୍ତୁତି । ମା’ଙ୍କ କରୁଣା ଓ ଭକ୍ତମାନଙ୍କ ଶ୍ରଦ୍ଧା ବଳରେ ଅନ୍ୟବର୍ଷ ଭଳି ଏବର୍ଷ ଯଥାଶକ୍ତି ଦଶହାରା ଉତ୍ସବ ପାଳନ କରିବାକୁ ପ୍ରୟାସ ଆରମ୍ଭ ହୋଇଛି । ତତ୍‌ସହ ମା’ଙ୍କ ପୂଜା ପୂର୍ବପରି ଯଥାବିଧୂରେ ପାଳନ କରାଯିବାର ସମସ୍ତ ବ୍ୟବସ୍ଥା ସମିତି ପକ୍ଷରୁ କରାଯାଇଛି । ଉତ୍ସବକୁ ଆହୁରି ମନମୁଗ୍ଧ କରିବାପାଇଁ ମା’ଙ୍କର ତାରକଷି ରୂପା ମେଢ, ସୁନା ମୁକୁଟ ସହ ଏକ ସୁନ୍ଦର ତୋରଣ ଅଯୋଧ୍ୟା ରାମ ମନ୍ଦିର ସଦୃଶ୍ୟ ନିର୍ମିତ  ହେବାକୁ ଯାଉଛି। ମହାସପ୍ତମୀରୁ ବିଜୟାଦଶମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଓଡିଶାର କୃତୀ କ୍ରୀଡାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ କାର୍ଯ୍ୟକ୍ରମ ରହିଛି। ଏହି ନିଆରା ଧାରା ୨୦୦୭ ମସିହାରୁ କମିଟି ପକ୍ଷରୁ କରାଯାଉଛି। ଗତ ୨୦୨୦ ଏବଂ ୨୦୨୧ ମସିହାରେ ଏହି ମହତ୍ କାର୍ଯ୍ୟ କୋଭିଚ୍‌-୧୯ ପାଇଁ ବନ୍ଦ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ଏହି ପରମ୍ପରା ଧାରାକୁ ବଜାୟ ରଖୁ ଚଳିତବର୍ଷ ଆମେ ଚାରିଜଣ ଉତ୍କୃଷ୍ଟ ଖେଳାଳୀଙ୍କୁ ମନୋନୀତ କରିଅଛୁ, ଯଥା- ଆନ୍ତଃର୍ଜାତିକ ବାସ୍କେଟ୍ ବଲ ଖେଳାନୀ ସେକ୍ ଫଏଜ୍‌, ଜାତୀୟ ଫୁଟବଲ ମହିଳା ତାରକା ପୂର୍ଣ୍ଣିମା ମଲ୍ଲିକ,
ଜାତୀୟ ରଗବି ତାରକା ସାହାନାୱାଜ୍‌ ଅହମ୍ମଦ, ଲନ ଟେନିସ୍‌ ମହିଳା ତାରକା ଆହାନା (ବାର ବର୍ଷରୁ କମ୍‌)
ଯେଉଁମାନେ କି ମହାସପ୍ତମୀ, ଅଷ୍ଟମୀ, ନବମୀ ଏବଂ ଦଶମୀରେ ସମ୍ମାନିତ କରାଯିବ ପାଇଁ କମିଟି ସ୍ଥିର କରିଛି । ଉକ୍ତ କୃତୀ କ୍ରୀଡାବିତ୍‌ମାନଙ୍କୁ ପ୍ରତ୍ୟେହ ସନ୍ଧ୍ୟା ଆଳତୀ ପରେ ପୂଜା ମଣ୍ଡପରେ ସମ୍ବର୍ଦ୍ଧିତ କରାଯିବ ।
ସମିତିର ସଭାପତି ଶ୍ରୀଯୁକ୍ତ ହେମନ୍ତ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସଚ୍ଚିନନ୍ଦନ ନାୟକ, ସ୍ଥାନୀୟ କର୍ପୋରେଟର ରାଜକିଶୋର ଦାସ,ବରିଷ୍ଠ ଉପଦେଷ୍ଟା ଶ୍ରୀ ମନୋରଂଜନ ଦାସ, ଉପ-ସଭାପତି ଶ୍ରୀ ସରୋଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.