Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ବିଡ଼ିଏର ପ୍ରତିଷ୍ଠା ଦିବସରେ ମଖ୍ୟ ଅତିଥିଭାବେ ଯୋଗଦେଲେ ମନ୍ତ୍ରୀ ପ୍ରତାପ ଜେନା..

ଯୋଜନାବଦ୍ଧ ଭାବେ ବିକାଶକୁ ତ୍ୱରାନ୍ୱିତ କରିବାକୁ ନଗର.. ଉନ୍ନୟନ ମନ୍ତ୍ରୀଙ୍କ ଆହ୍ୱାନ.....

0

ଭୁବନେଶ୍ୱର,ନିରପେକ୍ଷ ଖବର : ସରକାରଙ୍କ ବିଭିନ୍ନ ଯୋଜନାଗୁଡିକୁ ଯୋଜନାବଦ୍ଧ ଭାବେ ବିକାଶକୁ ତ୍ୱରାନ୍ୱିତ କରିବାକୁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଡିଏର ୩୭ତମ ପ୍ରତିଷ୍ଠା ଦିବସରେ ଆହ୍ୱାନ ଦେଇଛନ୍ତି। ବିଡ଼ିଏର ଉଦ୍ୟମ ପାଇଁ ଭୁବନେଶ୍ୱର ଆଜି ଦେଶର ଶ୍ରେଷ୍ଠ ସ୍ମାର୍ଟ ସିଟିର ମାନ୍ୟତା ପାଇପାରିଛି । ବିଡ଼ିଏ ହାତକୁ ନେଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ ଯୋଜନାକୁ ଅଧିକ ତ୍ୱରାନ୍ୱିତ କରି ଲୋକମାନଙ୍କ ବିଶ୍ୱାସଭାଜନ ହେବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ପରାମର୍ଶ ଦେଇଛନ୍ତି । ସ୍ଥାନୀୟ ଜୟଦେବ ଭବନଠାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ)ର ୩୭ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା ଏଭଳି କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ, ମନ୍ଦିରମାଳିନୀ ଭୁବନେଶ୍ୱର ସହରକୁ ସୁନ୍ଦର, ସ୍ୱଚ୍ଛ, ସବୁଜ ଓ ପ୍ରଦୂଷଣମୁକ୍ତ କରି ଗଢ଼ିତୋଳିବାରେ କର୍ମଚାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେମାନେ ନୂତନ ଚିନ୍ତାଧାରାସଂପନ୍ନ ପ୍ରସ୍ତାବ ଦେଲେ ତାହା ବିଚାର କରାଯିବ ଓ ସେମାନଙ୍କର ଯାହା ସମସ୍ୟା ରହିଛି ତାହାକୁ ଅଗ୍ରାଧିକାର ଭିତ୍ତିରେ ଓ ଆନ୍ତରିକତାର ସହ ସମାଧାନ କରାଯିବ । ଯେଉଁ କର୍ମଚାରୀମାନେ ଉତ୍ତମ ପ୍ରଦର୍ଶନ କରିବେ ସେମାନଙ୍କ ଡବଲ ପ୍ରମୋସନ୍‌ ଦିଆଯିବାର ବ୍ୟବସ୍ଥା କରାଯିବ । ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବୃହତ୍‌ ହାଉସିଂ ଯୋଜନା ପ୍ରଣୟନ କରାଯିବ । ସହରରରେ ବସ୍ତିର ଆବଶ୍ୟକତା ରହିଥିବାରୁ ବସ୍ତିବାସିନ୍ଦାଙ୍କ ପାଇଁ ଉତ୍ତମ ମାନର ସେବା ମଧ୍ୟ ଯୋଗାଇଦିଆଯିବ । ବରମୁଣ୍ଡା, ଖୋର୍ଦ୍ଧାହାଟ, ସୁବୁଦ୍ଧିପୁର ମୌଜା, କଳିଙ୍ଗନଗର ଓ ଗାଡ଼କଣ ମୌଜାେରେ ବିଡ଼ିଏ ପକ୍ଷରୁ ନୂତନ ପ୍ରକଳ୍ପମାନ ହାତକୁ ନିଆଯାଇଥିବା ବିଷୟରେ ମନ୍ତ୍ରୀ ସୂଚନା ଦେଇଥିଲେ । ଭୁବନେଶ୍ୱରରେ ଖୁବ୍‌ ଶୀଘ୍ର ପାଇପ ଯୋଗେ ଉତ୍ତମ ମାନର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ, ଯାହା ଦ୍ୱାରା ଆଉ ଫିଲଟର ବା ଆକ୍ୱାଗାର୍ଡର ଆବଶ୍ୟକତା ପଡ଼ିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ବିଡ଼ିଏ ଅଧ୍ୟକ୍ଷ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାଥନନ୍‌ ଅଧ୍ୟକ୍ଷତା କରି ବିଡ଼ିଏ ଅଧିକରୁ ଅଧିକ କାର୍ଯ୍ୟ ହାତକୁ ନେବା ସହ ୫ ‘ଟି’ ମନ୍ତ୍ରର ପ୍ରୟୋଗ ଏବଂ ଅନ୍ୟ ସଂସ୍ଥାମାନଙ୍କ ତୁଳନାରେ ଅଧିକ ଭଲ ପ୍ରଦର୍ଶନ କରିବା, ନୂଆ ରେଗୁଲେସନ୍‌ ଆଣି ସଫଳତାର ଶୀର୍ଷରେ ପହଞ୍ଚିବାକୁ ପରାମର୍ଶ ଦେଇଥିଲେ । ବିଡ଼ିଏ ଉପାଧ୍ୟକ୍ଷ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଭବିଷ୍ୟତ ଭୁବନେଶ୍ୱର ପାଇଁ ସିଡ଼ିପି(କମ୍ପ୍ରେହନ୍‌ସିଭ୍‌ ଡେଭଲପ୍‌ମେଣ୍ଟ ପ୍ଲାନ୍‌) ପ୍ରସ୍ତୁତ ହୋଇଛି ଓ ସହରର ସୌନ୍ଦର୍ଯ୍ୟକରଣ ଏବଂ ହାଉସିଂକୁ ଅଗ୍ରାଧିକାର ଦିଆଯାଇଛି ବୋଲି କହିଥିଲେ । ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକର ଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଡ଼ିଏ ଅଧୀନ ରେ ଥିବା ସୋସାଇଟିଗୁଡ଼ିକୁ ତ୍ୱରାନ୍ୱିତ କରବି ।ସହ ଅଧିକ କ ମୁ୍ୟନିଟି ସେଣ୍ଟର (ଗୋଷ୍ଠୀ କେନ୍ଦ୍ର) ନିର୍ମାଣ କରିବାକୁ ମତବ୍ୟକ୍ତ କରିଥିଲେ । ଭୁବ ନେ ଶର୍ୱ(ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ବିଡ଼ିଏ ସମସ୍ତଙ୍କ ସହଯୋଗରେ ଅଧିକ ଭଲକାମ କରୁ ଓ ଶ୍ରେଷ୍ଠ ସହର ଭାବେ ନାମ ବଜାୟ ରଖୁ ବୋଲି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମନ୍ତ୍ରୀ ବିଡ଼ିଏର ମୁଖପତ୍ର ‘ବାର୍ଷିକ ବିବରଣୀ-୨୦୧୯’କୁ ଉନ୍ମୋଚନ କରିବା ସହ କର୍ମଚାରୀମାନଙ୍କ କୃତୀ ପିଲାମାନଙ୍କୁ ପୁରସ୍କୃତ କରିଥିଲେ । ବିଡ଼ିଏ କର୍ମଚାରୀ ସଂଘ ପକ୍ଷରୁ ଶ୍ରୀମତୀ ସବିତା ମହାପାତ୍ର କର୍ମଚାରୀମାନଙ୍କ ସମସ୍ୟା ସଂପର୍କରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ବିଡ଼ିଏ ସଚିବ ଶ୍ରୀ ରବୀନ୍ଦ୍ର ନାଥ ମିଶ୍ର ଉତ୍ସବର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Mo sapath

Leave A Reply

Your email address will not be published.