Blank space
Breaking News/ମୁଖ୍ୟ ଖବର:
ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି କି ହେଇ ଯାଆନ୍ତୁ ସାବଧାନ !ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ ଅନୁଷ୍ଠିତଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକଏନ୍.ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫାକଟକ ଜିଲ୍ଲାରେ ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space
Blank space

ପଦାକୁ ଆସିଲା ୧୮୮ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି।

କୋଟା ଫେରନ୍ତା ସମସ୍ତ ଛାତ୍ରଛାତ୍ରୀଙ୍କ ରିପୋର୍ଟ ନେଗେଟିଭି..

0

ବାରିପଦା(ନିରପେକ୍ଷ ଖବର)ତା-୦୯/୦୫-ମୟୁରଭଞ୍ଜ ଜିଲ୍ଲାରୁ ଚିନ୍ହଟ ହୋଇଥିବା ରାଜ୍ୟର ୧୮୮ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଳ ହିଷ୍ଟ୍ରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଆକ୍ରାନ୍ତ ଜଣକ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହାର ପୁରା ତଥ୍ୟ ପ୍ରଦାନ କରାଯାଇଛି।ମୟୂରଭଞ୍ଜ କପ୍ତିପଦା ପିଙ୍ଗୁର ୩୬ ବର୍ଷୀୟ ଆକ୍ରାନ୍ତ ଜଣକ ସୁରତରୁ ଫେରିଥିଲେ।ସେ ବସ ଯୋଗେ ସୁରତରୁ ଓଡିଶାକୁ ଫେରିଥିଲେ।ଗୋଟିଏ ବସରେ ୫୫ଜଣ ସହଯାତ୍ରୀଙ୍କ ସହିତ ସେ ଆସିଥିଲେ।ଆକ୍ରାନ୍ତ ବ୍ୟକ୍ତି ଜଣକ ଛତିଶଗଡ଼ ଦେଇ ରାଜ୍ୟ ପ୍ରତ୍ୟବର୍ତ୍ତନ କରୁଥିବା ସମୟରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ଏକ ସାଇ ମନ୍ଦିରରୁ ପ୍ରସାଦ ଖାଇଥିଲେ ।ଏହାପରେ ସେ ମୟୁରଭଞ୍ଜର କପ୍ତିପଦା ବ୍ଲକ ଅନ୍ତର୍ଗତ ପିଙ୍ଗୁ ଠାରେ ଥିବା ସରକାରୀ କ୍ୱାରେନଟାଇନ କେନ୍ଦ୍ରରେ ୪ ରୁ ୬ ତାରିଖ ଯାଇଁ ରହିଥିଲେ।ପୂର୍ବରୁ ଟେଷ୍ଟ ପାଇଁ ପଠାଯାଇଥିବା ତାଙ୍କ ସ୍ୱାବ ନମୁନାର ରିପୋର୍ଟ ୬ ତାରିଖ ଦିନ ପଜିଟିଭି ହସ୍ତଗତ ହୋଇଥିଲା।ଏଥିପରେ ୭ ତାରିଖ ଦିନ ତାଙ୍କୁ କଟକ ସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ପଠାଯାଇଥିଲା।ସେ ଯେହେତୁ ଗୋଟେ ବସରେ ୫୫ ଜଣ ଯାତ୍ରୀଙ୍କ ସହିତ ଗୋଟେ ବସରେ ଫେରିଛନ୍ତି ,ସେ ନିଜେ ପୂର୍ବରୁ ସଂକ୍ରମିତ ବ୍ୟକ୍ତି ନା ବସରେ ଥିବା ଆଉ କାହାଠୁ ସଂକ୍ରମିତ ହୋଇଛନ୍ତି ତାହା ଏବେ ବଡ଼ ପ୍ରଶ୍ନବାଚୀ ସାଜିଛି।ତେବେ କିଛି ଦିନ ପୂର୍ବରୁ ରାଜସ୍ଥାନ କୋଟାରୁ ମଧ୍ୟ ଛାତ୍ରଛାତ୍ରୀ ମାନେ ଜିଲ୍ଲାକୁ ଏକ ବସ ଯୋଗେ ପ୍ରତ୍ୟବର୍ତ୍ତନ କରିଥିଲେ।ସମସ୍ତ କୋଟା ଫେରନ୍ତା ଛାତ୍ର ଛାତ୍ରୀଙ୍କ ସମେତ ଅନ୍ୟ ମାନଙ୍କ ମଧ୍ୟ ସ୍ୱାବ ଟେଷ୍ଟ ପାଇଁ ଯାଇଥିଲା।ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ସେମାନେ ଘରକୁ ଯାଇ ହୋମ୍ କୋରେଣ୍ଟାଇନରେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଛି।

Mo sapath

Leave A Reply

Your email address will not be published.