Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ରାଜ୍ୟସଭାରେ ପ୍ରଥମ ଥର ପାଇଁ ଶୁଭିଲା ସାନ୍ତାଳୀ ଭାଷାର ସ୍ୱର

0

ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭାରତରତ୍ନ ଦେବାକୁ ଦାବି କଲେସାଂସଦ ସରୋଜିନୀ…

Advertising:
Blank space

ବାରିପଦା(ନିରପେକ୍ଷ ଖବର)ତା୭/୧୨/୨୦୧୯: ରାଜ୍ୟସଭାରେ ପ୍ରଥମ ଥର ପାଇଁ ଶୁଭିଲା ସାନ୍ତାଳୀ ଭାଷାର ସ୍ୱର। ସାନ୍ତାଳୀ ଭାଷାର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭାରତରତ୍ନ ଦେବାକୁ ଦାବି କେଲେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ। ଶୀତ କାଳୀନ ଅଧିବେଶନରେ ଶୁକ୍ରବାର ଆଦିବାସୀ ଭାଷାର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ ଦେବାକୁ ସେ ଦାବି ଉପସ୍ଥାପନ କରିଛନ୍ତି।
ରାଜ୍ୟସଭାର ଅଧ୍ୟକ୍ଷ ଉପରାଷ୍ଟ୍ରପତି ଶ୍ରୀମତୀ ହେମ୍ବ୍ରମଙ୍କୁ ସାନ୍ତାଳୀ ଭାଷାରେ କହିବାର ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଦେଇଛନ୍ତି । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଓଡିଶାର ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା ଦାଣ୍ଡବୋଷ ଗାଁରେ ୧୯୦୫ ମସିହାରେ ହୋଇଥିଲା ବୋଲି ସେ ସୂଚନା ଦେଇଥିଲେ । ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଆଦିବାସୀ ସମ୍ପ୍ରଦାୟ ଧର୍ମ ଗୁରୁ ତଥା ଆଦିବାସୀ ଲିପିର ସ୍ରଷ୍ଟା ଭାବେ ସମ୍ମାନ କରନ୍ତି। ୧୯୨୫ ମସିହାରୁ ଆଦିବାସୀ ଭାଷାର ଅଲଚିକି ଲିପିକୁ ସେ ପ୍ରଚାର ପ୍ରସାର ଆରମ୍ଭ କରିଥିଲେ। ଏଥି ସହିତ ଆଦିବାସୀ ସମ୍ପ୍ରଦାୟର ଲୋକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭଲ ପ୍ରବକ୍ତା ଭାବେ ମାନୁଛନ୍ତି। ଏଥିପାଇଁ ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ମହାସଭାରେ ତାଙ୍କୁ ଗୁରୁ ଗମକେ ଉପାଧିରେ ଭୂଷିତ ମଧ୍ୟ କରାଯାଇଥିଲା। ଆଦିବାସୀଙ୍କ ପାଇଁ ଆଦିବାସୀ ଭାଷା ଅଲଚିକି ଲିପିରେ ବହୁ ପୁସ୍ତକ ରଚନା କରିଛନ୍ତି ପଣ୍ଡିତ ରଘୁନାଥ ମୁର୍ମୁ। ୨୦୧୭ ରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦାରେ ହୋଇଥିବା ମେଡିକାଲ କଲେଜକୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ନାମରେ ନାମିତ କରାଇ ଉଦଘାଟନ ମଧ୍ୟ କରିଥିଲେ। ତେଣୁ ତାଙ୍କୁ ଭାରତରତ୍ନ ଦେବାକୁ ସେ ଦାବି କରିଛନ୍ତି । ଏଥି ସହିତ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଶ୍ରୀମତୀ ହେମ୍ବ୍ରମ ରାଜ୍ୟସଭା ଶୀତକାଳୀନ ଅଧୀବେଶନରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ଉପରେ ନିଜର ମତ ରଖିଥିଲେ । ବହୁଳ ଭାବେ ପର୍ଯ୍ୟଟକ ଆସୁଥିଲେ ମଧ୍ୟ ମନ୍ଦିରରେ ବନ୍ୟା ପାଣି ଏବଂ ଖରାପ ପାଣି ଜମି ରହୁଛି । ଭାରତ ସରକାରଙ୍କ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛି । UNESCO ମଧ୍ୟ ବିଶ୍ୱ ଐତିହ ଭାବେ ଘୋଷଣା କରିସାରିଛି । ଏହି ବିଶ୍ୱ ପ୍ରସିଦ୍ଧ ମନ୍ଦିରର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର କେଉଁ ସବୁ ପଦକ୍ଷେପ ନେଇଛନ୍ତି ତାହା ଉପରେ ପ୍ରଶ୍ନ କରିଥିଲେ । ତୁରନ୍ତ ଏହା ଉପରେ ନିଷ୍ପତି ନେବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ଶ୍ରୀମତୀ ସରୋଜିନୀ ହେମ୍ବ୍ରମଙ୍କ ଏଭଳି ପଦକ୍ଷେପକୁ ମୟୁରଭଞ୍ଜ ଜିଲ୍ଲା ସମେତ ସାରା ଓଡ଼ିଶାରେ ପ୍ରଶଂସା କରାଯାଉଛି।

Mo sapath

Leave A Reply

Your email address will not be published.