Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ପୁଣି ଚର୍ଚ୍ଚାରେ ବିଜେଡ଼ି ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ରମ…

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ରୋପ-ୱେ ନିର୍ମାଣ ଓ ବେତନଟୀ ରେଲୱେ ଷ୍ଟେସନରୁ ଜବରଦଖଲ ଉଚ୍ଛେଦ ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇଲେ ହେମ୍ରମ...

0

ବାରିପଦା(ନିରପେକ୍ଷ ଖବର)ତା-୨୮/ନଭେମ୍ବର/୨୦୧୯-ରାଜ୍ୟସଭା ଶୀତକାଳୀନ ଅଧୀବେଶନରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ରୋପ-ୱେ ନିର୍ମାଣ ଏବଂ ପର୍ଯ୍ୟଟନ ବିକାଶ ପାଇଁ ଆଜି ପୁଣି ଦାବି କଲେ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବମ। ବାଚସ୍ପତିଙ୍କ ଧ୍ୟାନ ଆକର୍ଷଣ କରି କରି ଶ୍ରୀମତୀ ହେମ୍ରମ କହିଛନ୍ତି ଯେ, ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାରେ ଅବସ୍ଥାପିତ ରହିଛି। ହେଲେ ଏଠାରେ ଜୈବ୍ୟ ପରିବେଶ ସଂରକ୍ଷଣ ଯୋଗୁଁ ଏହି ଜିଲ୍ଲାରେ ଏ ପର୍ଯ୍ୟନ୍ତ ଶିଳ୍ପର ବିକାଶ ହୋଇପାରିନାହିଁ । ଏହା ବଦଳରେ ସେଠାରେ ପର୍ଯ୍ୟଟର ବିକାଶ ନିତାନ୍ତ ଜରୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭୟାରଣ୍ୟର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସବୁ ଋତୁକୁ ସୁହାଇଲା ଭଳି ରାସ୍ତା ନିର୍ମାଣ କରିବା ଅସମ୍ଭବ ହେତୁ ରୋପ-ୱେ କୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ। ଏହି ଅଭୟାରଣ୍ୟରେ ଅନେକ ଔଷଧୀୟ ବୃକ୍ଷ ସାଙ୍ଗକୁ ଟସର ଉତ୍ପାଦନ ମଧ୍ୟ ହେଉଛି । ତେଣୁ ଏହାର ଗମନାଗମନର ସଠିକ ଉନ୍ନତିକରଣ କରାଗଲେ ଅନେକ ନିଯୁକ୍ତି ସୃଷ୍ଟି ହୋଇପାରିବା ସହ ରାଜସ୍ବ ବୃଦ୍ଧି ହୋଇପାରିବ ବୋଲି ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ । ସେହିପରି ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଲୱେ ଷ୍ଟେସନରୁ ଜବରଦଖଲ ଦୋକାନୀଙ୍କୁ ଉଚ୍ଛେଦ କରିବା ଉପରେ ମଧ୍ୟ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟସଭା ସାଂସଦ ଶ୍ରୀମତୀ ହେମ୍ରମ ରାଜ୍ୟ ତଥା ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ଉଠାଇ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିଲେ। ରାଜ୍ୟସଭାରେ ତାଙ୍କର ଆଉ ମାତ୍ର ଦୁଇ ମାସ କାର୍ଯ୍ୟକାଳ ବାକି ଥିବାବେଳେ ପୁଣି ଥରେ ଶିମିଳିପାଳ ଅଭୟାରଣ୍ୟ ପ୍ରସଙ୍ଗ ଉଠାଇ ଜିଲ୍ଲାବାସୀଙ୍କ ମନ କିଣିଛନ୍ତି।

Mo sapath

Leave A Reply

Your email address will not be published.