ବାରିପଦା,ନିରପେକ୍ଷ ଖବର:୧୩/୧୦: ସେବା ହିଁ ପରମ ଧର୍ମ। ଜଣେ ନିଷ୍ଠା ଓ ଆନ୍ତରିକତା ଭାବେ କୋୖଣସି କାମ କଲେ ତାହା ବିଫଳ ଯାଇନି। ଏହାର ଏକ ଜ୍ୱଳନ୍ତ ଉଧାହରଣ ପାଲଟିଛନ୍ତି ବାରିପଦା ସ୍ଥିତ (ତଖତପୁର ଅଞ୍ଚଳର) ପିତା ଦିଲ୍ଲୀପ କୁମାର ଦାସ ଓ ମାତା ଭାରତୀ ଦାସ ଙ୍କ ସୁପୁତ୍ର ସୁବ୍ରତ କୁମାର ଦାସ। ତାଙ୍କର ସେବା ମନୋବୃତ୍ତି ପାଇଁ ଗତ ଅଗଷ୍ଟ ମାସରେ ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ଯୁବ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଏବେ ସୁବ୍ରତ ଅନ୍ତର୍ଜାତୀୟ ଯୁବ ସମ୍ମାନରେ ସମ୍ନାନିତ ହୋଇଛନ୍ତି। ଦିଲ୍ଲୀ ଠାରେ ଆୟୋଜିତ ଏହି ଅନ୍ତର୍ଜାତୀୟ ଯୁବ ସମ୍ମିଳନୀ କାର୍ଯ୍ୟକ୍ରମରେ ଓଡିଶାରୁ ଏକମାତ୍ର ଯୁବକ ଭାବେ ସୁବ୍ରତ ପୁରସ୍କୃତ ହୋଇଛନ୍ତି। ଉଚ୍ଚସ୍ତରୀୟ ସମାଜ ସେବା ପାଇଁ ରାଷ୍ଟ୍ର ଓ ଅନ୍ତରାଷ୍ଟ୍ରୀୟ ସ୍ତରୀୟ ଯୁବକ ଯୁବତୀଙ୍କୁ ନେସନାଲ ୟୁଥ ଆୱାର୍ଡ ଫେଡରେସନ ଅଫ ଇଣ୍ଡିଆ ଏବଂ ଇଣ୍ଟରନେସନାଲ ୟୁଥ ସୋସାଇଟି ର ମିଳିତ ସହଯୋଗରେ ଏହି ସମ୍ବର୍ଦ୍ଧିନା ଆୟୋଜନ ହୋଇଥିଲା। ଭାରତର ରାଜଧାନୀ ଦିଲ୍ଲୀରେ ଥିବା ଆନ୍ଧ୍ର ପ୍ରଦେଶ ଭବନରେ ଅନୁଷ୍ଠିତ ହୋଇଯାଇ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଏକ ମାତ୍ର ଯୁବକ ଭାବେ ଚଳିତ ବର୍ଷ ର ଅନ୍ତର୍ଜାତୀୟ ଯୁବ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏହି ଅବସରରେ ୟୁଥ ଫୋର ଇଉନିଭର୍ସଲ ପିସ ବିଷୟବସ୍ତୁ ଉପରେ ଅନ୍ତର୍ଜାତୀୟ ସ୍ତରୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ନେପାଳର ଅନ୍ତର୍ଜାତୀୟ ଶାନ୍ତି ଗୁରୁ ରୋୟାଲ ମନେଷ୍ଟ୍ରି ଆଚାଜ୍ୟ ଗୁରୁ କର୍ମ ତାଂପାଇ, ସମ୍ମାନିତ ଅତିଥି ରୂପେ ଜାତୀୟ ଯୁବା ପ୍ରକଳ୍ପର ଆବାହକ ଡ଼ଃ ଏସ.ଏନ ସୁବାରାଓ, ମିସ ଇଣ୍ଡିଆ ଦିବା ସୁପରନସନଲ ୨୦୧୯ ମିସ ସେଫାଲି ସୂଡ଼ ସହ ଅୟୋଜକ ଡ଼ଃ ଜାଭିଦ ଜମେଦର, ମହ୍ମଦ ରଫିକ୍ ଆଲାମ, ଡ଼ଃ ବିଜୟ କୁମାର ମହାରଣା ଓ ମନୀଷ ଗବାଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅନ୍ତର୍ଜାତୀୟ ଯୁବ ପୁରସ୍କାର କାର୍ଯ୍ୟକ୍ରମରେ ଓଡିଶାରୁ ଏକ ମାତ୍ର ଯୁବକ ଭାବରେ ସୁବ୍ରତ ଦାସ ଯୋଗ ଦେଇ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସମ୍ମାନ ପଛରେ ନଦୌଡ଼ି କର୍ମ କରିଚାଲିଲେ ସଫଳତା ନିଶ୍ଚିତ ମିଳିବ ବୋଲି ଶ୍ରୀ ଦାସ କହିଛନ୍ତି।
ସୂଚନା ଯୋଗ୍ୟ ଗତ ଅକ୍ଟୋବର ୧୧ ତାରିଖରେ ଶ୍ରୀ ଦାସଙ୍କୁ ଆଗ୍ରା ଠାରେ ଆୟୋଜିତ ଭାରତୀୟ ଯୁବ ପୁରଷ୍କାରରେ ସେ ସମ୍ମାନିତ ହୋଇଥିବା ବେଳେ ଅଗଷ୍ଟ ମାସ ୧୨ ତାରିଖରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ୨୦୧୬-୧୭ ମସିହା ସର୍ବଭାରତୀୟ ସ୍ତରରେ ରାଷ୍ଟ୍ରୀୟ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇ ମୟୁରଭଞ୍ଜ ଜିଲ୍ଲା ସମେତ ସାରା ରାଜ୍ୟର ଗୌରବ ବୃଦ୍ଧି କରିଥିଲେ। ତତ୍ ସହିତ ଏହି ଚଳିତ ବର୍ଷ ଅକ୍ଟୋବର ୨ ତାରିଖରେ କୋଣାର୍କ ଠାରେ ଅନୁଷ୍ଠିତ ନେହେରୁ ଯୁବା କେନ୍ଦ୍ର ଓଡ଼ିଶା ଶାଖା ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ଯୁବ ନେତୃତ୍ୱ ଓ ପ୍ରଶିକ୍ଷଣ ଶିବିରରେ ତାଙ୍କୁ ରାଜ୍ୟ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରାଙ୍କ କୋରକମୋଳରେ ଶ୍ରୀ ଦାସ ସଂମ୍ମାନୀତ ହୋଇଥିଲେ । ପାଠ ପଢ଼ିବା ସମୟରେ ବିଭିନ୍ନ ସେବା କାର୍ଯ୍ୟକ୍ରମରେ ଜଡ଼ିତ ହୋଇ ଦୁଇ ଦୁଇ ଥର ମଧ୍ୟ ରାଜ୍ୟସ୍ତରରେ ଓ ଅନେକ ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇସାରିଛନ୍ତି । ଏହି ସମ୍ମାନ ପାଇଁ ମୟୁରଭଞ୍ଜ ସହ ରାଜ୍ୟ ଓ ଦେଶ ପାଇଁ ଏକ ଗୌରବ ମୁହୂର୍ତ୍ତ ସହ ବୋଲି ଶ୍ରୀ ଦାସ ପ୍ରକାଶ କରିବା ସହ ସମସ୍ତ ଶୁଭେଛୁଙ୍କୁ ଧନ୍ୟବାଦ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
[pj-news-ticker]
Prev Post