Blank space
Blank space
Breaking News/ମୁଖ୍ୟ ଖବର:
ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ
Blank space

ଓଡ଼ିଶା ରାଜସ୍ୱ ସେବା ପ୍ରଶିକ୍ଷାର୍ଥୀଙ୍କ ସହ ମତ ବିନିମୟ କଲେ ମନ୍ତ୍ରୀ ସୁଦାମ ମାରାଣ୍ଡି…

ରାଜସ୍ୱ ଅଧିକାରୀ ତାଲିମ ଅନୁଷ୍ଠାନକୁ ଅଚାନକ ପରିଦର୍ଶନ କଲେ ମନ୍ତ୍ରୀ....

0

ବାରିପଦା,ନିରପେକ୍ଷ ଖବର: ୧୨/୦୯/୨୦୧୯: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ବିଭାଗ ଅଧୀନସ୍ଥ ରାଜସ୍ୱ ଅଧିକାରୀ ତାଲିମ ଅନୁଷ୍ଠାନକୁ ଅଚାନକ ପରିଦର୍ଶନ କରିଛନ୍ତି। ପରିଦର୍ଶନ ଅବସରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଅନୁଷ୍ଠାନରେ ଚାଲୁଥିବା ସରକାରଙ୍କର ତାଲିମ ଓ ଦକ୍ଷତା ନିର୍ମାଣ କାର୍ଯ୍ୟକ୍ରମ ଉପରେ ଅବଗତ ହୋଇଥିଲେ । ଓଡ଼ିଶା ପ୍ରଶାସନିକ ସେବା ତଥା ଓଡ଼ିଶା ରାଜସ୍ୱ ସେବା ପ୍ରଶିକ୍ଷାର୍ଥୀମାନଙ୍କ ସହିତ ମନ୍ତ୍ରୀ ମତ ଓ ତଥ୍ୟ ବିନିମୟ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୫ ‘ଟି’ ମନ୍ତ୍ର ଆଧାରରେ ନିଷ୍ଠା ଓ ଦାୟିତ୍ୱର ସହ କର୍ତ୍ତବ୍ୟ ସଂପାଦନ କରିବା ପାଇଁ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପରାମର୍ଶ ଦେବା ସହ ସରକାରୀ ସେବାରେ ୫ ‘ଟି’ ମନ୍ତ୍ରୀ ପ୍ରୟୋଗ ଉପରେ ପ୍ରଶିକ୍ଷଣ ଦେଇଥିଲେ । ଅଧିକାରୀମାନେ ସେମାନଙ୍କର କାର୍ଯ୍ୟରେ ଦଳଗତ ପରିଚାଳନା, ବୈଷୟିକ ଜ୍ଞାନକୌଶଳ, ସ୍ୱଚ୍ଛତା ଓ ସମୟାନୁବର୍ତ୍ତତା ପ୍ରୟୋଗ କରି କାର୍ଯ୍ୟଧାରାରେ ଏକ ମାନବିକ ଦୃଷ୍ଟିଭଙ୍ଗୀମୂଳକ ରୂପାନ୍ତରଣ ଆଣିବା ସହିତ ପ୍ରଶାସନ ଓ ସେବା ବିତରଣ ବ୍ୟବସ୍ଥାକୁ ୫ ‘ଟି’ ପର୍ଯ୍ୟବସିତ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଆପାତକାଳୀନ ଆବଶ୍ୟକତା ଯଥା ପ୍ରାକୃତିକ ବିପର୍ଯ୍ୟୟ ଓ ଆଇନଶୃଙ୍ଖଳା ଅବସ୍ଥାର ସୁପରିଚାଳନାରେ ନିଜର ସାମର୍ଥ୍ୟ ପ୍ରମାଣ କରିବା ପାଇଁ ଅଧିକାରୀମାନେ ନିଜକୁ ଶାରୀରିକ ଭାବେ ସୁସ୍ଥ ରଖିବା ପାଇଁ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପରାମର୍ଶ ଦେଇଥିଲେ । ବଂଶଧାରା ପ୍ରକଳ୍ପ, ଭୂମି ଅଧିକାର ସମେତ ବିଭିନ୍ନ ପ୍ରମାଣପତ୍ର ଯୋଗାଇଦେବା ନିମନ୍ତେ ଇ-ମୁ୍ୟଟେସନ୍‌, ଇ-ରେଜିଷ୍ଟ୍ରସନ୍‌ ଓ ସର୍ଭିସ୍‌ ପ୍ଲସ୍‌ ପରି ବୈଷୟିକ ପ୍ରୟୋଗଗୁଡ଼ିକ ଉପରେ ଗୁରୁତ୍ୱ ଦେଇ ଅଧିକାରୀମାନେ କାର୍ଯ୍ୟକଲେ ଶୀଘ୍ର ବିଭିନ୍ନ କାର୍ଯ୍ୟ ସଂପାଦିତ ହୋଇପାରିବ ଓ ଜନସାଧାରଣଙ୍କୁ ଉତ୍ତମ ଓ ସ୍ୱଚ୍ଛ ପ୍ରଶାସନର ସୁଫଳ ଉପଲବ୍ଧ ହେବ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଉଲ୍ଲେଖ କରିଥିଲେ ।

Mo sapath

Leave A Reply

Your email address will not be published.