Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ମୟୁରଭଞ୍ଜବାସୀଙ୍କୁ କ୍ଷମା ମାଗିଲେ ମନ୍ତ୍ରୀ ଅରୁଣ ସାହୁ

ଜିଲ୍ଲା ବିଜେଡିର ମଙ୍ଗ ଧରିଲେ ହେବିୱେଟ ନେତା ବିଧାୟକ ବବି

0

ବାରିପଦା,(ନିରପେକ୍ଷ ଖବର) (ବିଶ୍ୱଜିତ ଭୂୟାଁ)-୭/୦୯/୨୦୧୯: ମୟୂରଭଞ୍ଜ ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେଲେ ଦୁଇ ପୂର୍ବତନ ପର୍ଯ୍ୟବେକ୍ଷ ସଞ୍ଜୟ ଦାସବର୍ମା,ମନ୍ତ୍ରୀ ଅରୁଣ ସାହୁ ଓ ନବ ନିଯୁକ୍ତ ପ୍ରଣବ ପ୍ରକାଶ ଦାସ ଓରଫ ବବି। ଯାହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। କାହିଁକି, କଣ ପାଇଁ ଓ କେମିତି ରାଜ୍ୟ ବିଜେଡିର ଏହି ତିନି ହେବିୱେଟ ନେତା ମୟୁରଭଞ୍ଜରେ ଏକତ୍ରିତ ହେଲେ ତାକୁ ନେଇ ଏବେ ବିରୋଧୀ ଦଳ ବିଜେପି, କଂଗ୍ରେସ ଓ ଜେଏମଏମ୍ ଅଙ୍କ କସିବା ଆରମ୍ଭ କରିଥିବା ବେଳେ ବୁଦ୍ଧିଜୀବୀ ମହଲରେ ଯେଉଁଠି ପାରେ ସେଠି ଏହାକୁ ନେଇ ଆଲୋଚନା ହେବାରେ ଲାଗିଛି।ମୟୂରଭଞ୍ଜ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ଭାବେ ଉଭୟ ସଞ୍ଜୟ ଓ ଅରୁଣ କାର୍ଯ୍ୟ କରିସାରିଛନ୍ତି। ଉଭୟଙ୍କ କାର୍ଯ୍ୟକାଳ ସମୟରେ ଜିଲ୍ଲାରେ ଦଳୀୟ ସଂଗଠନକୁ ତୀବ୍ର ଗୋଷ୍ଠୀକନ୍ଦଳର ସାମ୍ନା କରିବାକୁ ପଡିଥିଲା। ଯାହାର ପରିଣାମ ସ୍ୱରୂପ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ନିରାଶ କରିଦେଇଥିଲା।
ସୂଚନା ଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନରେ ସାରା ଓଡ଼ିଶାରେ ବିଜୁ ଜନତା ଦଳ ବିପୁଳ ବିଜୟ ଲାଭ କରିଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ କିନ୍ତୁ ଦଳ ପରାଜୟର ସ୍ଵାଦୁ ଚାଖିଥିଲା। ବିଜେଡି ଅକ୍ତିଆରରେ ଥିବା ମୟୁରଭଞ୍ଜ ଜିଲ୍ଲା ବିଜେପି ହାତକୁ ଚାଲିଯାଇଥିଲା। ବିଜେପି ଜିଲ୍ଲାର ୯ ବିଧାନସଭା ଆସନ ମଧ୍ୟରୁ ୬ଟି ଆସନ ଅକ୍ତିଆର କରିବା ସହ ଗୋଟିଏ ଲୋକସଭା ଆସନକୁ ବି ବିଜେଡି ହାତରୁ ଛଡାଇ ନେଇଥିଲା। ଦଳର ସୁପ୍ରିମ ନବୀନ ପଟ୍ଟନାୟକ ଏହାକୁ ହଜମ କରିପାରି ନଥିଲେ। ପରାଜୟର କାରଣ ଜାଣିବା ଓ ଜିଲ୍ଲାରେ ଦଳକୁ ପୁଣି ମଜବୁତ କରିବା ପାଇଁ ଜିଲ୍ଲାର ପର୍ୟ୍ଯବେକ୍ଷକ ଦାଇତ୍ୱରେ ଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ହଟାଇ ଦଳର ସୁପ୍ରିମ ନବୀନ ପଟ୍ଟନାୟକ ତାଙ୍କର ସବୁଠୁ ବିଶ୍ୱସ୍ତ ବିଧାୟକ ବବି ଦାସଙ୍କୁ ଦାଇତ୍ୱ ଦେଇଛନ୍ତି। ଦଳର ସୁପ୍ରିମ ବବିଙ୍କୁ ଯେଉଁ ଦାଇତ୍ୱ ଦେଇଛନ୍ତି ତାକୁ ସମାଧାନ କରିବା ତାଙ୍କ ପାଇଁ ବଡ଼ କଷ୍ଟକର ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। କାରଣ ୨୦୧୪ ମସିହାରେ ଯେତେବେଳେ ସଞ୍ଜୟ ଦାସବର୍ମା ଜିଲ୍ଲାର ପର୍ଯ୍ୟବେକ୍ଷକ ଦାଇତ୍ୱରେ ଥିଲେ ସେ ସମୟରେ ଦଳ ଜିଲ୍ଲାର ସମସ୍ତ ୯ ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନକୁ ଦଖଲ କରିଥିଲା। ମାତ୍ର ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ପୂର୍ବରୁ ସଞ୍ଜୟଙ୍କୁ ହଟାଇ ଯୁବ ନେତା ଅରୁଣ ସାହୁଙ୍କୁ ଦାଇତ୍ୱ ଦେବାପରେ ଜିଲ୍ଲାର ଦଳୀୟ କର୍ମକର୍ତ୍ତାଙ୍କ ଭିତରେ ଅନ୍ତର୍ଦ୍ବନ୍ଦ ବଢ଼ିବାରେ ଲାଗିଥିଲା। ସଞ୍ଜୟ ପୂର୍ବରୁ ଜିଲ୍ଲାରେ ଯେଉଁ ସଂଗଠନ ତିଆରି କରିଥିଲେ ତାକୁ ପ୍ରାଧାନ୍ୟ ନଦେଇ ଅରୁଣ କୁଆଡେ ଦଳ ଭିତରେ ଆଉ ଗୋଟାଏ ଗୋଷ୍ଠୀ ତିଆରି କରୁଥିଲେ ବୋଲି ସେ ସମୟରେ ଅଭିଯୋଗ ଉଠିଥିଲା। ଯାହାଫଳରେ ଦଳ ଭିତରେ ଗୋଷ୍ଠୀକନ୍ଦଳ ବଢ଼ିବାରେ ଲାଗିଥିଲା। ଯେଉଁଥି ପାଇଁ ଦଳ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଥିଲା। ତଥାପି ଦଳର ସୁପ୍ରିମ ନବୀନ ପଟ୍ଟନାୟକ ଅରୁଣଙ୍କ ଉପରୁ ଭରଷା ନ ତୁଟାଇ ୨୦୧୯ ସାଧାରଣ ନିର୍ବାଚନରେ ମୟୁରଭଞ୍ଜ ଜିଲ୍ଲାର ମଙ୍ଗ ପୁଣି ତାଙ୍କ ହାତରେ ଦେଇଥିଲେ। ଫଳରେ ଜିଲ୍ଲାର ଆଗ ଧାଡ଼ିର ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଫାଟ ବଢ଼ିବାରେ ଲାଗିଥିଲା। ଯାହାର ପରିଣାମ ସ୍ୱରୂପ ଗତ ସାଧାରଣ ନିର୍ବାଚନରେ ପୁଣି ପ୍ରତିଫଳିତ ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ମୟୁରଭଞ୍ଜ ଜିଲ୍ଲାର ୯ ଟି ବିଧାନସଭା ଆସନରୁ ମାତ୍ର ୩ଟି ଆସନ ଅକ୍ତିଆର କରିଥିବା ବେଳେ ଗୋଟିଏ ଲୋକସଭା ଆସନ ବିଜେଡି ହାତରୁ ବି ଖସି ଯାଇଥିଲା.                                                                     ମଗ୍ର ଓଡ଼ିଶାର ବୃହତ୍ତମ ଜିଲ୍ଲା ଭାବେ ମୟୂରଭଞ୍ଜ ପରିଗଣିତ ହେଉଥିବାରୁ ଏଠାରେ ଦଳର ପରାଜୟ ସମସ୍ତଙ୍କୁ ଚକିତ କରିଥିଲା। ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ତାଙ୍କର ସବୁଠୁଁ ବିଶ୍ୱସ୍ତ ଓ ଭରସା ଯୋଗ୍ୟ ନେତା ବବିଙ୍କୁ ମୟୁରଭଞ୍ଜ ଜିଲ୍ଲାର ଦାଇତ୍ୱ ଦେଇଛନ୍ତି। ଦଳର ସୁପ୍ରିମ ନବୀନଙ୍କ ବିଶ୍ୱାସକୁ ଅତୁଟ ରଖିବା ପାଇଁ ବବି ପୂରା ରଣକୌଶଳ ପ୍ରସ୍ତୁତ କରିଥିବା ଶନିବାର ଦିନ ପରିବର୍ତ୍ତିତ କାର୍ଯ୍ୟକାରିଣୀ ବୈଠକରେ ଦେଖିବାକୁ ମିଳିଥିଲା। ବିଜେଡି ରାଜନୀତିରେ ଦୀର୍ଘ ଏକ ଦଶନ୍ଧି ଧରି ପ୍ରଭାବଶାଳୀ ଥିବା ଦୁଇ ନେତା ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁଙ୍କୁ ପରିବର୍ତ୍ତିତ କାର୍ଯ୍ୟକାରିଣୀ ବୈଠକରେ ଏକାଠି ବସାଇ ବବି ମୟୁରଭଞ୍ଜ ଜିଲ୍ଲା ସଂଗଠନରେ ସେମାନଙ୍କର ଥିବା ପତିଆରାକୁ ହ୍ରାସ କରିଛନ୍ତି।                                                                                   

ଏହି ପରିବର୍ତ୍ତିତ କାର୍ଯ୍ୟକାରିଣୀ ବୈଠକରେ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ବିଧାନସଭା ନିର୍ବାଚନରେ ଦଳର ପରାଜୟର ଦୋଷ ସେ ସମୟର ପର୍ଯ୍ୟବେକ୍ଷକ ତଥା ଏବେକାର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ନିଜ ମୁଣ୍ଡକୁ ନେଇ ମୟୁରଭଞ୍ଜବାସୀଙ୍କୁ କ୍ଷମା ପାର୍ଥନା କରିଛନ୍ତି। ବବିଙ୍କ ରଣକୌଶଳ ଆଗରେ ମନ୍ତ୍ରୀ ଅରୁଣ ସାହୁ ଫେଲ ମାରିବା ସହ ମୟୂରଭଞ୍ଜ ଜିଲ୍ଲା ବିଜେଡି ସଂଗଠନରେ ସେ ପ୍ରଭାବଶୂନ୍ୟ ହୋଇଯାଇଥିବା ଚର୍ଚ୍ଚା ହେଉଛି। ତେବେ ଗତ କିଛି ଦିନ ତଳେ ପ୍ରଣବଙ୍କୁ ମୟୂରଭଞ୍ଜ ଜିଲ୍ଲା ବିଜେଡି ଦାୟିତ୍ୱ ଦିଆଯିବା ପରେ ସେ ଉଭୟ ସଞ୍ଜୟ ଓ ଅରୁଣଙ୍କୁ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ସାମିଲ କରାଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି। ପ୍ରଣବ ଦଳରେ ନିଜର ପତିଆରାର ଆଭାସ ମୟୂରଭଞ୍ଜ ଜିଲ୍ଲା କର୍ମକର୍ତ୍ତାଙ୍କୁ ଦେବା ସହ ସଞ୍ଜୟ ଓ ଅରୁଣଙ୍କର ଥିବା ଗୋଷ୍ଠୀଙ୍କୁ ତାଙ୍କ ହାତମୁଠାକୁ ନେବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ପରିବର୍ତ୍ତିତ କାର୍ଯ୍ୟକାରିଣୀ ବୈଠକରେ ବବି କହିଛନ୍ତି ଯେ ଦଳ ଭିତରେ ରହି ଯେଉଁମାନେ ଗୋଷ୍ଠୀକନ୍ଦଳ ସୃଷ୍ଟ କରୁଛନ୍ତି ସେମାନଙ୍କୁ ଦଳରେ କୌଣସି ସ୍ଥାନ ମିଳିବ ନାହିଁ। ଏବେ ଦେଖିବାକୁ ବାକି ରହିଲା ଦଳର ସୁପ୍ରିମ ବବିଙ୍କୁ ଯେଉଁ ଦାଇତ୍ୱ ଦେଇଛନ୍ତି ତାକୁ ସେ କେତେ ସଫଳ ରୂପାୟନ କରୁଛନ୍ତି। ତାହା ଆଗାମୀ ପୌରପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଜଣାପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Mo sapath

Leave A Reply

Your email address will not be published.